ETV Bharat / bharat

କ୍ରିକେଟର ଅଶୋକ ଦିଣ୍ଡାଙ୍କ ବିଜୟକୁ ଚ୍ୟାଲେଞ୍ଜ କଲେ ଟିଏମସିର ପରାଜିତ ପ୍ରାର୍ଥୀ - ଟିଏମସିର ପରାଜିତ ପ୍ରାର୍ଥୀ

କ୍ରିକେଟରରୁ ରାଜନେତା ପାଲଟିଥିବା ଅଶୋକ ଦିଣ୍ଡାଙ୍କ ବିଜୟକୁ ଚ୍ୟାଲେଞ୍ଜ କଲେ ଟିଏମସିର ପରାଜିତ ପ୍ରାର୍ଥୀ । ଏ ନେଇ ଟିଏମସିର ପରାଜିତ ପ୍ରାର୍ଥୀ ସଂଗ୍ରାମ ଦଲୁଇ କୋଲକାତା ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

BJPs Ashok Dinda
କ୍ରିକେଟର ଅଶୋକ ଦିଣ୍ଡାଙ୍କ ବିଜୟକୁ ଚ୍ୟାଲେଞ୍ଜ କଲେ ଟିଏମସିର ପରାଜିତ ପ୍ରାର୍ଥୀ
author img

By

Published : Jun 25, 2021, 4:40 PM IST

କୋଲକାତା: କ୍ରିକେଟରରୁ ରାଜନେତା ପାଲଟିଥିବା ଅଶୋକ ଦିଣ୍ଡାଙ୍କ ବିଜୟକୁ ଚ୍ୟାଲେଞ୍ଜ କଲେ ଟିଏମସିର ପରାଜିତ ପ୍ରାର୍ଥୀ । ଏ ନେଇ ଟିଏମସିର ପରାଜିତ ପ୍ରାର୍ଥୀ ସଂଗ୍ରାମ ଦଲୁଇ କୋଲକାତା ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । 2021 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୋଏନା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ ଅଶୋକ ଦିଣ୍ଡା । ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ବ୍ୟବଧାନରେ ବିଜୟ ହାସଲ କରିଥିଲେ ବିଜେପି ପ୍ରାର୍ଥୀ ଅଶୋକ ଦିଣ୍ଡା ।

ସୂଚନାଥାଉକି 2021 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କ୍ରିକେଟରୁ ରାଜନେତା ପାଲଟିଥିବା ଅଶୋକ ଦିଣ୍ଡା ବିଜେପିରେ ସାମିଲ ହୋଇଥିଲେ । ଏହା ପରେ ତାଙ୍କୁ ପୂର୍ବ ମେଦିନାପୁର ମୋଏନା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା ବିଜେପି । ପ୍ରଚାର ସମୟରେ ମଧ୍ୟ ହିଂସାର ଶିକାର ହୋଇଥିଲେ ଅଶୋକ ଦିଣ୍ଡା । ଟିଏମସି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ସଂଗ୍ରାମ ଦଲୁଇଙ୍କୁ ପରାଜିତ କରିଥିଲେ ବିଜେପି ପ୍ରାର୍ଥୀ ଅଶୋକ ଦିଣ୍ଡା । ଏଠାରେ ବିଜେପି ପ୍ରାର୍ଥୀ ଅଶୋକ ଦିଣ୍ଡା 1,08,109 ଭୋଟ ପାଇଥିବାବେଳେ ଟିଏମସି ପ୍ରାର୍ଥୀ 1,06,849 ଭୋଟ ପାଇଥିଲେ । ମାତ୍ରା 1260 ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ ବିଜେପି ପ୍ରାର୍ଥୀ ଆଶୋକ ଦିଣ୍ଡା । ଏହାକୁ ନେଇ ପରାଜିତ ପ୍ରାର୍ଥୀ ଏବେ କୋଲକାତା ହାଇକୋର୍ଟର ଦ୍ବାରସ୍ତ ହୋଇଛନ୍ତି ।

ସେପଟେ ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରୁ ପରାଜୟକୁ ଗ୍ରହଣ କରିପାରୁନାହାଁନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୂର୍ବତନ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ଘଟଣା ମମତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇପଡିଛି । ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ନେଇ ମମତା ବାନାର୍ଜୀ କୋଲକାତା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଏହି ମାମଲାର ଶୁଣାଣୀ ପାଇଁ ଆଗାମୀ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.