ETV Bharat / bharat

Aadhaar-Voter ID linking: ଭୋଟ ପରିଚୟ ପତ୍ରରେ ସଂଯୋଗ ହେବ ଆଧାର

author img

By

Published : Dec 16, 2021, 11:05 AM IST

ନିର୍ବାଚନ ପ୍ରକ୍ରିୟାରେ ନୂଆ ସଂସ୍କାର ଆଣିବା ଲାଗି କେନ୍ଦ୍ର ସରକାର ଚଳିତ ଶୀତ ଅଧିବେଶନରେ କେତେକ ବିଲ ଆଣିବାକୁ ଯାଉଛନ୍ତି । ବିଲ ଗୃହିତ ହେଲେ ଭୋରର ପରିଚୟ ପତ୍ରରେ ଆଧାର କାର୍ଡ ସଂଯୋଗ (Aadhaar-Voter ID linking) କରାଯିବା ଲାଗି ନିର୍ବାଚନ କମିଶନଙ୍କୁ ଅନୁମତି ମିଳିବ । ଅଧିକ ପଢନ୍ତୁ

କେନ୍ଦ୍ରର ନୂଆ ଭୋଟିଙ୍ଗ ସଂସ୍କାର; ଭୋଟ ପରିଚୟ ପତ୍ରରେ ସଂଯୋଗ ହେବ ଆଧାର

ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟାରେ ନୂଆ ସଂସ୍କାର ଆଣିବା ଲାଗି କେନ୍ଦ୍ର ସରକାର ଚଳିତ ଶୀତ ଅଧିବେଶନରେ କେତେକ ବିଲ ଆଣିବାକୁ ଯାଉଛନ୍ତି । ବୁଧବାର ବିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରାଯାଇଥିବା ଜଣାପଡିଛି । ବିଲ ଗୃହିତ ହେଲେ ଭୋଟର ପରିଚୟ ପତ୍ରରେ ଆଧାର କାର୍ଡ ସଂଯୋଗ (Aadhaar-Voter ID linking) କରାଯିବା ଲାଗି ନିର୍ବାଚନ କମିଶନଙ୍କୁ ଅନୁମତି ମିଳିବ ।

ଭୋଟର ତାଲିକାକୁ ବଳିଷ୍ଠ କରିବା, ଭୋଟଦାନ ପ୍ରକ୍ରିୟାରେ ଅଧିକ ଲୋକଙ୍କୁ ସାମିଲ କରିବା, ନିର୍ବାଚନ କମିଶନଙ୍କୁ ଅଧିକ କ୍ଷମିତା ପ୍ରଦାନ କରିବା ଏବଂ ଜାଲିଆତିକୁ ରୋକିବା ପାଇଁ ସରକାର ଏହି ସଂସ୍କାର ଆଣିଥିବା କହିଛନ୍ତି । ପ୍ୟାନ-ଆଧାର ଲିଙ୍କ ଭଳି ଭୋଟର କାର୍ଡରେ ଆଧାର କାର୍ଡ ସଂଯୋଗ ହେବ । ଏହି ସଂଯୋଗକୁ ବାଧ୍ୟତାମୂଳକ କରାଯିବ ନାହିଁ । ସୁପ୍ରିମକୋର୍ଟ ଗୋପନୀୟତା ଅଧିକାର ସଂକ୍ରାନ୍ତ ରାୟ ଆଧାରରେ ଏହାକୁ ଇଚ୍ଛାଧୀନ ରଖିବା ପାଇଁ ଚିନ୍ତା କରାଯାଉଛି ।

ନିର୍ବାଚନ କମିଶନଙ୍କ ମୁତାବକ ଏନେଇ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଥିଲା । ନିର୍ବାଚନ ପ୍ରକ୍ରିୟାକୁ ଏହା ସୃଦୁଢ କରିବା ସହ ନକଲି ଭୋଟ ପରିଚୟ ପତ୍ର ସମସ୍ୟା ଦୂର ହେବ । ବର୍ଷକୁ ୪ଥର ପଞ୍ଜୀକରଣ ପାଇଁ ସୁଯୋଗ ମିଳିବ । ୧୮ ବର୍ଷ ପୂରଣ କରୁଥିବା ଭୋଟରମାନେ ଆସନ୍ତା ବର୍ଷ ଜାନୁଆରୀ ୧ରୁ ଏହି ସୁଯୋଗ ପାଇବେ । ସର୍ଭିସ ଭୋଟରମାନଙ୍କ ପାଇଁ ଆଇନ ଲିଙ୍ଗଗତ ନିରପେକ୍ଷ ହେବ ଅର୍ଥାତ ଜଣେ ମହିଳା ସର୍ଭିସ ଭୋଟରଙ୍କ ସ୍ବାମୀ ମଧ୍ୟ ଭୋଟ ଦେଇପାରିବେ । ବର୍ତ୍ତମାନ ନିୟମ ଅନୁସାରେ ଜଣେ ପୁରୁଷ ସର୍ଭିସ ଭୋଟରଙ୍କ ସ୍ତ୍ରୀଙ୍କୁ ଏହି ସୁଯୋଗ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.