ETV Bharat / bharat

ଫ୍ରାନ୍ସ ଠାରୁ 56ଟି C-295MW ବିମାନ କିଣିବ ଭାରତ, ମଞ୍ଜୁରୀ ଦେଲା କ୍ୟାବିନେଟ ସୁରକ୍ଷା କମିଟି - C-295MW transport aircraft for IAF

ଭାରତୀୟ ବାୟୁସେନାରେ ସାମିଲ ହେବ C-295 MW ଟ୍ରାନ୍ସପୋର୍ଟ ଯୁଦ୍ଧ ବିମାନ । କ୍ୟାବିନେଟ ସୁରକ୍ଷା କମିଟି ନେଲା ନିଷ୍ପତ୍ତି । ଅଧିକ ପଢନ୍ତୁ...

ଫ୍ରାନ୍ସଠୁ 56 C-295MW ବିମାନ କିଣିବ ଭାରତ, ମଞ୍ଜୁରୀ ଦେଲା କ୍ୟାବିନେଟ ସୁରକ୍ଷା କମିଟି

author img

By

Published : Sep 8, 2021, 10:34 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ସାମିଲ ହେବ C-295 ଟ୍ରାନ୍ସପୋର୍ଟ। ଫ୍ରାନ୍ସ ଠାରୁ ଭାରତ 56ଟି C-295 ବିମାନ କିଣିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ କ୍ୟାବିନେଟ ସୁରକ୍ଷା କମିଟିର ନିଷ୍ପତ୍ତି ନେଇଛି ।

ହୋଇଥିବା ନିଷ୍ପତ୍ତି ଅନୁସାରେ, 16ଟି ବିମାନ ଫ୍ଲାଇ-ଓ୍ବେ ଅବସ୍ଥାରେ ଭାରତୀୟ ବାୟୁ ସେନାରେ ସାମିଲେ ହେବ। ଅନ୍ୟ 40 ବିମାନ ସ୍ପେନ ଜ୍ଞାନକୌଶଳରେ ଭାରତରେ ନିର୍ମାଣ କରାଯିବା ନେଇ ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର। ଏହି ନିର୍ମାଣ ଟାଟା କମ୍ପାନୀ ଦ୍ବାରା କରାଯିବ। ଏହି ନିର୍ମାଣ ଶେଷ ଅବଧି 10 ବର୍ଷ ରଖାଯାଇଛି । ସମସ୍ତ 56 ବିମାନରେ ଭାରତୀୟ ଜ୍ଞାନକୌଶଳ ମଧ୍ୟ ବିକଶିତ ହେବ।

ଏହି ବର୍ଗର ଟ୍ରାନ୍ସପୋର୍ଟ ବିମାନ ଭାରତୀୟ ବାୟୁ ସେନାରେ ସାମିଲ ହେବା ପରେ ବାୟୁସେନା ଅଧିକ ଶକ୍ତିଶାଳୀ ହେବ ବୋଲି କୁହାଯାଇଛି । 5 ରୁ 10ଟନ ଓଜନର ପରିବହନ କ୍ଷମତା ଏହି ପରିବହନ ବିମାନରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ମଧ୍ୟ ରହିଛି। ଆକାଶ ମାର୍ଗରୁ ଯବାନ ଓ କାର୍ଗୋକୁ ଖୁବ ଶୀଘ୍ର ଡ୍ରପ କରିବା ପାଇଁ ମଧ୍ୟ ଏଥିରେ ସ୍ବତନ୍ତ୍ର ର୍ୟାମ୍ପ ଡୋର ରହିଛି । ଏହି ବିମାନକୁ ଏୟାର ବସ ଜିଫେନ୍ସ ଓ ସ୍ପେସ- ସ୍ପେନ ମିଳିତ ଭାବେ ନିର୍ମାଣ କରିଛନ୍ତି।

ଏହି ଶ୍ରେଣୀଭୁକ୍ତ ଯୁଦ୍ଧ ବିମାନ ଭାରତରେ ନିର୍ମାଣ କରିବା ଦ୍ବାରା ଆତ୍ମ ନିର୍ଭର ଭାରତକୁ ମଧ୍ୟ ଗତି ମିଳିବ ବୋଲି ସରକାର କହିଛନ୍ତି । ଏହି ଜ୍ଞାନ କୌଶଳର ପ୍ରବେଶ ଭାରତୀୟ ଉଡାଣ ଉଦ୍ୟୋଗକୁ ମଧ୍ୟ ଏକ ନୂଆ ଦିଶା ମଧ୍ୟ ଦେବ । ଏହି ବିମାନର ବିଭିନ୍ନ ଅଂଶ ଭାରତରେ ନିର୍ମାଣ ହେବ। ଏହି ନିର୍ମାଣ ଭାରତରେ ଆରମ୍ଭ ହେଲେ ପ୍ରତ୍ୟେକ୍ଷ ଭାବେ 600 କୁଶଳୀଙ୍କୁ କର୍ମ ନିଯୁକ୍ତି ଦେବା ସହ ପରୋକ୍ଷ ଭାବେ ପ୍ରାୟ 3 ହଜାର ପ୍ରଶିକ୍ଷିତଙ୍କୁ ରୋଜଗାର ଯୋଗାଇବ। ସେହିପରି ଏହି ପ୍ରକଳ୍ପ ଦ୍ବାରା ପରୋକ୍ଷ ଭାବେ ପ୍ରାୟ 3 ହଜାର ମଧ୍ୟମ-କୁଶଳୀ ଶ୍ରମିକ ମଧ୍ୟ ନିଯୁ୍କ୍ତିରେ ସାମିଲ ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.