ETV Bharat / bharat

ବସ୍-ଟ୍ରକ ମୁହାଁମୁହିଁ ଧକ୍କା: ୭ ମୃତ, ୪୦ରୁ ଅଧିକ ଆହତ

author img

By

Published : Apr 22, 2023, 8:46 AM IST

ବସ୍ ଉପରେ ଓଲଟି ପଡିଲା ଟ୍ରକ । ଲକ୍ଷ୍ନୌ ଗୋରଖପୁର ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୭ଜଣଙ୍କ ମୃତ୍ୟୁ ହୋଇଛି ଓ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

accident in Lucknow Gorakhpur highway
accident in Lucknow Gorakhpur highway

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଗତକାଲି(ଶୁକ୍ରବାର) ରାତିରେ ଲକ୍ଷ୍ନୌ ଗୋରଖପୁର ହାଇଓ୍ବେର ଅଯୋଧ୍ୟା କୋଟଓ୍ବାଲି ଅଞ୍ଚଳରେ ଏହି ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ରାତି ପ୍ରାୟ ୮ଟା ୧୫ ମିନିଟ ସମୟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି ।

ପୋଲିସର ସୂଚନା ମୁତାବକ, ଏକ ଘରୋଇ ବସ୍ ଅଯୋଧ୍ୟାରୁ ଯାତ୍ରୀଙ୍କୁ ନେଇ ଅମ୍ବେଦକର ନଗର ଆଡକୁ ଯାଉଥିବା ବେଳେ ହାଇଓ୍ବେର ଅପରପାର୍ଶ୍ବରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଟ୍ରକଟି ବସ୍ ଉପରେ ଓଲଟି ପଡିଥିଲା । ଅଯୋଧ୍ୟାର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଜୟ ରାଜା କହିଛନ୍ତି, "ବର୍ତ୍ତମାନ ସୁଦ୍ଧା ୭ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୪୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । "

  • #UPCM @myogiadityanath ने जनपद अयोध्या में सड़क हादसे में हुई जनहानि पर गहरा दुःख प्रकट किया है। मुख्यमंत्री जी ने दिवंगत आत्मा की शांति की कामना करते हुए शोक संतप्त परिजनों के प्रति संवेदना व्यक्त की है।

    मुख्यमंत्री जी ने घायलों को तत्काल अस्पताल पहुंचाकर जिला प्रशासन के…

    — CM Office, GoUP (@CMOfficeUP) April 21, 2023 " class="align-text-top noRightClick twitterSection" data=" ">

ଏନେଇ ସ୍ଥାନୀୟ ଜିଲ୍ଲାପାଳ ନିତିଶ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦୁର୍ଘଟଣାର ଖବର ପାଇବା ପରେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଛୁ । ଦୁର୍ଘଟଣାସ୍ଥଳରେ ଗୋଟିଏ ଡର୍ଜନରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ଟ୍ରକ ତଳେ ଚାପି ହୋଇରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛୁ । ତେବେ ବର୍ତ୍ତମାନ ସୁଦ୍ଧା ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: Popularity of PM Modi: ମୋଦିଙ୍କ କଟଆଉଟରେ ଲାଗିଥିବା ପାଣିକୁ ଗାମୁଛାରେ ପୋଛିଲେ ବୃଦ୍ଧ, ଭିଡିଓ ଭାଇରାଲ

ଅନ୍ୟପଟେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି, ଅଯୋଧ୍ୟାରେ ହୋଇଥିବା ଭୟଙ୍କର ସଡକ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଅମର ଆତ୍ମାର ଶାନ୍ତି ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ଦୁର୍ଘଟଣାରେ ଆହତମାନଙ୍କୁ ଶୀଘ୍ର ଡାକ୍ତଖାନାକୁ ନେବା ସହ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭଗବାନଙ୍କ ନିକଟରେ ଆହତମାନଙ୍କର ଆରୋଗ୍ୟ କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.