ETV Bharat / bharat

ନାବାଳିକା ଦୁଷ୍କର୍ମ ମାମଲା: ୨ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ - ରାଜସ୍ଥାନର ବୁନ୍ଦିରେ ଚାରି ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା

ରାଜସ୍ଥାନର କୋଟା ଜିଲ୍ଲା ଅନ୍ତର୍ଗତ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ବୁନ୍ଦି ପୋକ୍ସୋ କୋର୍ଟ । ଏହି ଦୁଇ ଅଭିଯୁକ୍ତ ଏକ 15 ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲେ । ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ସହ ୧ ଲକ୍ଷ ୨୦ ହଜାର ଜୋରିମାନା ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

୪ ବର୍ଷର ନାବାଳିକାକୁ ଦୁଷ୍କର୍ମ: ୨ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ପୋକ୍ସ କୋର୍ଟ

author img

By

Published : Apr 30, 2022, 7:13 AM IST

Updated : Apr 30, 2022, 11:03 AM IST

ଜୟପୁର: ରାଜସ୍ଥାନର କୋଟା ଜିଲ୍ଲା ଅନ୍ତର୍ଗତ 15 ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ବୁନ୍ଦି ପୋକ୍ସୋ କୋର୍ଟ । ଏହି ଦୁଇ ଅଭିଯୁକ୍ତ ଏକ ୪ ମାସ ତଳେ ଗଣ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲେ । ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ସହ ୧ ଲକ୍ଷ ୨୦ ହଜାର ଜୋରିମାନା ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଅଭିଯୁକ୍ତ ପୀଡିତାଙ୍କୁ ଘରୁ ଉଠାଇ ନେଇ ଜଙ୍ଗଲରେ ଗଣ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ । ଏହି ଦୁଷ୍କର୍ମ ମାମଲାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକ ମଧ୍ୟ ରହିଥିଲା । ବାସୋଲି ଥାନା ଅଧିକାରୀ ରାମଗିଲାସ ଗୁର୍ଜର କହିବା ଅନୁଯାୟୀ, ୨୩ ଡିସେମ୍ବର ୨୦୨୧ରେ ବୁନ୍ଦି ସହର ବାସୋଲି ପୋଲିସ ଷ୍ଟେସନ ଅଞ୍ଚଳର କାଲା କୁଆନ୍ ନିକଟ ଜଙ୍ଗଲରେ ୧୫ ବର୍ଷର ନାବାଳକ ଛେଳି ଚରାଇବାକୁ ଯାଇଥିଲା ।

ତେବେ ସେହିଦିନ ନାବାଳିକାର ମୃତଦେହ ଜଙ୍ଗଲରୁ ସମ୍ପର୍କୀୟମାନେ ରାତି ୮ଟା ସମୟରେ ପାଇଥିଲେ । ଶିଶୁଟି ଦେହରେ ଆଘାତ ଲାଗିଥିବା ଚିହ୍ନ ମଧ୍ୟ ରହିଥିଲା । ଏଭଳି ପରିସ୍ଥିତିରେ ପରିବାର ସଦସ୍ୟ ଭୟଭୀତ ହୋଇ ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ତିନି ଜଣଙ୍କୁ ଗିରଫ କରିଥିଲା ।

ଅନ୍ୟପଟେ ଏହି ଘଟଣା ଜଣାପଡିବା ପରେ ୧୦ଟି ପୋଲିସ ଷ୍ଟେସନ ମିଶି ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଥିଲା । ୧୫ ଦିନ ମଧ୍ୟରେ ପୋଲିସ ଏହି ମାମଲାର ତଦନ୍ତ ସାରିବା ସହ ୬ ଜାନୁୟାରୀ ୨୦୨୨ରେ କୋର୍ଟରେ ଚାର୍ଜିସିଟ ଦାଖଲ କରିଥିଲା । ଶୁକ୍ରବାର ଏହି ମାମଲାରେ ଶୁଣାଣି କରି କୋର୍ଟ ଅଭିଯୁକ୍ତ ସୁଲତାନ ଏବଂ ଛତୁ ଲାଲଙ୍କୁ କୋର୍ଟ ଫାଶୀ ଦଣ୍ଡ ଶୁଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 30, 2022, 11:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.