ETV Bharat / bharat

ହିମାଚଳରେ ପ୍ରକୃତିର କୋପ: ଭୂସ୍ଖଳନରେ ମାଟିରେ ମିଶିଲା ୮ଟି ଘର

author img

By ETV Bharat Odisha Team

Published : Aug 24, 2023, 1:36 PM IST

ହିମାଚଳରେ ବର୍ଷା ବିପର୍ଯ୍ୟୟ । ଲଗାଣ ବର୍ଷା ଓ ଭୂସ୍ଖଳନରେ ହଜାର ହଜାର କୋଟିର ସମ୍ପତ୍ତି ନଷ୍ଟ । ଅଧିକ ପଢନ୍ତୁ

ହିମାଚଳରେ ବର୍ଷା ବିପର୍ଯ୍ୟୟ
ହିମାଚଳରେ ବର୍ଷା ବିପର୍ଯ୍ୟୟ
ହିମାଚଳରେ ପ୍ରକୃତିର କୋପ

ଶିମଲା: ଚଳିତ ବର୍ଷ ହିମାଚଳ ପ୍ରଦେଶରେ ପ୍ରକୃତିର ଭୀଷଣ କୋପ ଦୃଷ୍ଟି ପଡିଛି । ଦୀର୍ଘ ଦିନ ହେଲାଣି ଲଗାଣ ବର୍ଷା ଓ ଭୂସ୍ଖଳନରେ ପାହାଡି ରାଜ୍ୟରେ ଧନଜୀବନ କ୍ଷୟକ୍ଷତି ବଢିଚାଲିଛି । ରାଜ୍ୟରେ ହଜାର ହଜାର କୋଟିର ସମ୍ପତ୍ତି ନଷ୍ଟ ହୋଇସାରି ଥିବାବେଳେ ଆଗକୁ ମଧ୍ୟ ଏହା କମିବାର କୌଣସି ସଙ୍କେତ ଦେଖାଯାଉନି । ହିମାଚଳର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି । ଏଥିରେ ଉଭୟ ସରକାରୀ ସମ୍ପତ୍ତି ଓ ଘରୋଇ ସମ୍ପତ୍ତି ନଷ୍ଟ ହେଉଛି । ଏବେ କୁଲ୍ଲୁ ଜିଲ୍ଲାର ଆନୀ ଅଞ୍ଚଳରୁ ସଦ୍ୟ ଭୂସ୍ଖଳନ ମାମଲା ସାମ୍ନାକୁ ଆସିଛି । ଆଜି ସକାଳେ ଏଠାରେ ଭୂସ୍ଖଳନରେ ପାହାଡର ଗୋଟିଏ ବଡ ଭାଗ ଧସି ଯିବାରୁ ଅନେକ ଘରଦ୍ବାର ମାଟିରେ ମିଶିଯାଇଛି ।

ସୂଚନା ଅନୁସାରେ, ସକାଳ ପ୍ରାୟ ସାଢେ ୯ଟା ବେଳେ ଆନି ଅଞ୍ଚଳରେ ବଡ ଧରଣର ଭୂସ୍ଖଳନ ହୋଇଛି । ଏଥିରେ ଅନେକ ଘରଦ୍ବାର ସହ ହୋଟେଲ ତାସ୍ ଘର ପରି ଆଖି ପିଛୁଳାକେ ଭୁଶୁଡି ପଡିବାର ଚିତ୍ର ସାମ୍ନାକୁ ଆସିଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । କାରଣ ସମ୍ଭାବ୍ୟ ବିପଦ ନେଇ ଗୋଟିଏ ସପ୍ତାହ ପୂର୍ବରୁ ଜିଲ୍ଲା ପ୍ରଶାସନ ସେହି ଘରଗୁଡିକୁ ଖାଲି କରି କରିବାକୁ ନିର୍ଦ୍ଦେଶ ଦେଇଥିଲା । ଭୂସ୍ଖଳନରେ ୮ରୁ ୯ଟି ବିଲ୍ଡିଂ ଭୁଶୁଡି ଥିବାର ଅନୁମାନ କରାଯାଉଛି । ଏହି ସମୟରେ ଆଖପାଖ ଲୋକଙ୍କ ଚିତ୍କାର ପୁରା ଅଞ୍ଚଳର ଶିହରି ଉଠିଥିଲା ।

ଏହାମଧ୍ୟ ପଢନ୍ତୁ: Himachal Pradesh: ଭୂସ୍ଖଳନରେ ମାଟିରେ ମିଶିଗଲା ଏକାଧିକ ଘର, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ

କୁହାଯାଉଛି ଯେ, ଆଖପାଖରେ ଥିବା ଆଉ କିଛି ଘର ପ୍ରତି ମଧ୍ୟ ବିପଦ ରହିଛି । ଯଦି ପାଗ ଏମିତି ଖରାପ ରୁହେ ତାହାହେଲେ ବାକି ଘରଗୁଡିକ ଭୂସ୍ଖଳନରେ ନଷ୍ଟ ହେବାର ଆଶଙ୍କା ରହିଛି । ତେବେ ଆଜିର ଅଘଟଣ ପରେ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ତେବେ ଭୂସ୍ଖଳନ ପାଇଁ ଆନୀର ୩୦୫ ନଂ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି । ଆନୀ ଏସଡିଏମ ନରେଶ ବର୍ମା କହିଛନ୍ତି ଯେ, ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ୨ଟି ଘର ପ୍ରତି ଅଧିକ ବିପଦ ରହିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଶ୍ବସ୍ତିକର ବିଷୟ ଏହା ଯେ, ବିପଦ ଆଶଙ୍କା କରି ପୂର୍ବରୁ ଘରଗୁଡିକ ଖାଲି କରାଯାଇ ଥିବାରୁ ଏଥିରେ କୌଣସି ଜୀବନ ହାନି ହୋଇନାହିଁ ।

ଏହାମଧ୍ୟ ପଢନ୍ତୁ: Kangra Landslide: ପରମାର ନଗରରେ ଯୋଶୀମଠ ସ୍ଥିତି, ୩ କିମି ପର୍ଯ୍ୟନ୍ତ ମାଟିରେ ଫାଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.