ETV Bharat / bharat

Budget session: ଆଜିଠୁ ସଂସଦର ବଜେଟ ଅଧିବେଶନ, ଚାଷୀଙ୍କ ଦୁର୍ଦ୍ଦଶାକୁ ଅସ୍ତ୍ର କରିବେ ବିରୋଧୀ - ଆଜିଠୁ ସଂସଦର ବଜେଟ ଅଧିବେଶନ

କୋଭିଡ କଟକଣା ମଧ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବଜେଟ ଅଧିବେଶନ (Budget session of Parliament to start from today)। ଫେବୃଆରୀ ୧୧ ଯାଏଁ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

ଆଜିଠୁ ସଂସଦର ବଜେଟ ଅଧିବେଶନ
ଆଜିଠୁ ସଂସଦର ବଜେଟ ଅଧିବେଶନ
author img

By

Published : Jan 31, 2022, 8:16 AM IST

ନୂଆଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ (Budget session of Parliament to start from today)। କୋଭିଡ କଟକଣା ମଧ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବଜେଟ ଅଧିବେଶନ । ଫେବୃଆରୀ ୧୧ ଯାଏଁ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।

ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକକୁ ସମ୍ବୋଧନ କରିବେ । ପ୍ରତିବର୍ଷ ବଜେଟ ଉପସ୍ଥାପନ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଏ ସେହିପରି ଆଜି ପ୍ରଥମେ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ । ସର୍ଭେ ରିପୋର୍ଟରେ ଆର୍ଥିକ ସ୍ଥିତି, ଆହ୍ବାନ ଓ ତାର ମୁକାବିଲା ସମ୍ପର୍କରେ ପ୍ରସ୍ତାବ ରହିଥାଏ । ଫେବ୍ରୃଆରୀ ୧ତାରିଖରେ ପୂର୍ବାହ୍ନ ୧୧ଟାରେ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥର ବଜେଟ କାଗଜବିହୀନ ହୋଇଛି । ପାରମ୍ପରିକ ବହି ଖାତା ବଦଳରେ ଏକ ଟ୍ୟାବଲେଟ ଧରି ଗୃହକୁ ଆସିବେ ଅର୍ଥମନ୍ତ୍ରୀ ।

ବଜେଟ ଅଧବେଶନକୁ ସୁରୁଖୁରୁରେ ଚଳାଇବାକୁ ରବିବାର ଅପରାହ୍ନ ୩ଟାରେ ସର୍ବଦଳୀୟ ବୈଠକ ଡାକିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଏଥିରେ ଉଭୟ ଗୃହର ବିଭିନ୍ନ ଦଳର ନେତାମାନେ ଯୋଗ ଦେଇଥିଲେ । ଗୃହ କାର୍ଯ୍ୟରେ ସହଯୋଗ ଲାଗି ବୈଠକରେ ବଚସ୍ପତି ସବୁ ଦଳର ସହଯୋଗ ଲୋଡିଛନ୍ତି । ସେହିପରି ରାଜ୍ୟସଭା ଅଧକ୍ଷ୍ୟ ଆଜି(ସୋମବାର) ଅପରାହ୍ନ ୫ଟାରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ।

ଆଭାସି ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ । ରାଜ୍ୟସଭା ଅଧିବେଶନ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ଯାଏଁ ଚାଲିବ ଓ ଲୋକସଭା ଅଧିବେଶନ ଅପରାହ୍ନ ୪ଟାରୁ ରାତି ୯ଟା ଯାଏ ବସିବ । ଜାନୁଆରୀ ୨୭ରେ ଲୋକସଭା ପକ୍ଷରୁ ଡିଜିଟାଲ ସଂସଦ ଆପର ନୂଆ ଭର୍ସନ ଶୁଭାରମ୍ଭ ହୋଇଛି । ଏହି ଆପ ଜରିଆରେ ସଂସଦର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସଭିଏଁ ଜାଣିପାରିବେ ।

ତେବେ ଚଳିତ ବଜେଟ ଅଧିବେଶନରେ କୃଷି କ୍ଷେତ୍ର ପାଇଁ ସ୍ବତନ୍ତ୍ର ଆବଣ୍ଟନ ଓ ସବସିଡି ପ୍ରଦାନ ଭଳି ବଡ ଘୋଷଣା ହୋଇପାରେ । ସେପଟେ ମୋଦି ସରକାରଙ୍କୁ ଘେରିବାକୁ କୌଣସି ସୁଯୋଗକୁ ହାତଛଡା କରିବାକୁ ଚାହିଁ ନାହାନ୍ତି ବିରୋଧୀ । କଂଗ୍ରେସ ସମେତ ବିରୋଧୀ ଦଳ ପେଗାସସ ସ୍ପାଏୱେର, ଚାଇନା ଓ ଚାଷୀଙ୍କ ଦୁର୍ଦ୍ଦଶାକୁ ପ୍ରସଙ୍ଗକୁ ଅସ୍ତ୍ର କରିବାକୁ ପ୍ରସ୍ତୁତ । ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ସରକାର ମଧ୍ୟ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଚଳିତ ଅଧିବେଶନରେ ୧୦ଟି କାର୍ଯ୍ୟ ଦିବସ ରହିଛି । ଏକ ମାସରେ ବିରତି ପରେ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ଯାଏଁ ଚାଲିବ । ଏହି ପର୍ଯ୍ୟାୟରେ ୧୯ଟି କାର୍ଯ୍ୟ ଦିବସ ରହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.