ETV Bharat / bharat

Budget 2023: ଜାଣନ୍ତୁ କେଉଁ ସାମଗ୍ରୀ ହେବ ମହଙ୍ଗା - ବଜେଟ

ଆର୍ଥିକ ବର୍ଷ 2023-24 ପାଇଁ ଉପସ୍ଥାପିତ ହେବାକୁ ଥିବା ବଜେଟ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର । 35ଟି ସାମଗ୍ରୀ ଉପରେ ବଢିପାରେ ସୀମା ଶୁଳ୍କ । ଜାଣନ୍ତୁ କଣ ରହିଛି ପ୍ରସ୍ତୁତି ।

budget 2023
budget 2023
author img

By

Published : Jan 10, 2023, 11:59 AM IST

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନର୍ମଳା ସୀତରମଣ ଆର୍ଥିକ ବର୍ଷ 2023-24 ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ । ଉପସ୍ଥାପିତ ହେବାକୁ ଥିବା ବଜେଟରେ ଅନେକ ଜିନିଷ ଉପରେ ଆମଦାନୀ ଶୁଳ୍କ ବଢିବା ନେଇ ଘୋଷଣା ହୋଇପାରେ । ସରକାର ସାଧାରଣ ବଜେଟରେ 35ଟି ସାମଗ୍ରୀରେ ସୀମା ଶୁଳ୍କ ବୃଦ୍ଧି କରିବା ନେଇ ବିଚାର କରୁଛନ୍ତି ।

ସରକାର ଯେଉଁ ସମସ୍ତ ସାମଗ୍ରୀରେ ସୀମା ଶୁଳ୍କ ବୃଦ୍ଧି କରିବା ନେଇ ବିଚାର କରୁଛନ୍ତି ସେଥିମଧ୍ୟରେ ଘରୋଇ ଜେଟ୍‌, ହେଲିକପ୍ଟର, ହାଇ-ଏଣ୍ଡ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ , ପ୍ଳାଷ୍ଟିକ ସାମଗ୍ରୀ, ଗହଣା, ହାଇ ଗ୍ଲାସ ପେପର ଏବଂ ଭିଟାମିନ ରହିଛି । ଆମଦାନୀ ହ୍ରାସ କରିବା ଏବଂ ସ୍ଥାନୀୟ ଉତ୍ପାଦନ ବୃଦ୍ଧି ପାଇଁ ସୀମା ଶୁଳ୍କ ବୃଦ୍ଧି ପଦକ୍ଷେପ ନିଯାଯାଇଥିବା ସରକାରୀ ସୁତ୍ରରୁ ଜଣାପଡିଛି । ଗତମାସରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସମ୍ଭାବ୍ୟ ଆମଦାନୀ ଶୁଳ୍କ ବୃଦ୍ଧି ପାଇଁ ଅନାବଶ୍ୟକ ସାମଗ୍ରୀର ତାଲିକା ପ୍ରସ୍ତୁତ କରିବାକୁ ଅନ୍ୟ ମନ୍ତ୍ରଣାଳୟକୁ କହିଥିଲେ । ଶୁଳ୍କ ବଢାଇ ଏ ସବୁର ଆମଦାନୀ କମାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଏହା ବି ପଢନ୍ତୁ...22 ରାଜ୍ୟରେ ବ୍ୟବସାୟ କରୁଛୁ ସବୁଠି BJP ନାହିଁ, ଏମିତି କାହିଁକି କହିଲେ ଆଦାନୀ ଜାଣନ୍ତୁ

ରିପୋର୍ଟ ଅନୁସାରେ ଭାରତର ସିଏଡି ( Current Account Deficit ) ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଜୁଲାଇ-ସେପ୍ଟେମ୍ବରରେ ଏହା ବଢି 3640 କୋଟି ଡଲାରରେ ପହଞ୍ଚିଛି । ଏହା ଦେଶର ମୋଟ ଘରୋଇ ଜିଡିପିର 4.4 ପ୍ରତିଶତ । ସିଏଡି ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅନାବଶ୍ୟକ ସାମଗ୍ରୀ ଆମଦାନୀକୁ କମ କରିବାକୁ ଉଦ୍ୟମ କରୁଛନ୍ତି । ଗତବର୍ଷ ବଜେଟରେ ଇମିଟେସନ ଗହଣା ଓ ଇୟରଫୋନ ଉପରେ ଆମଦାନୀ ଶୁଳ୍କ ବଢା ଯାଇଥିଲା । ପୂର୍ବରୁ ସୁନା ଉପରେ ଆମଦାନୀ ଶୁଳ୍କ ବଢିଥିଲା । ଅନାବଶ୍ୟକ ସାମଗ୍ରୀ ଉପରେ ମଧ୍ୟ ଆମଦାନୀରେ ହେଉଥିବା ଖର୍ଚ୍ଚ ହ୍ରାସ କରିବା ପାଇଁ ସରକାରଙ୍କ ଦୀର୍ଘ ମିଆଦୀ ରଣନୀତିର ଏକ ଅଂଶ ବୋଲି କୁହାଯାଉଛି । କଷ୍ଟମ ଡ୍ୟୁଟି ବୃ୍ଦ୍ଧି କରିବାର ଆଉ ଏକ ଲକ୍ଷ୍ୟ ହେଉଛି ଭାରତର ଦୁଇ ପଡୋଶୀ ଦେଶରୁ ଆସୁଥିବା ସାମଗ୍ରୀର ଦର ବୃଦ୍ଧି ଘଟିବ ଯାହାଦ୍ବାରା ଦେଶରେ ଏହାର ଚାହିଦା କମିବ ଏବଂ ସ୍ବଦେଶୀ ସାମଗ୍ରୀର ଚାହିଦା ବଢିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.