ETV Bharat / bharat

Cash for Query row: ପ୍ୟାନେଲ ଅଧ୍ୟକ୍ଷ ଓ ବିଜେପି ସଦସ୍ୟ ପ୍ରୋସିଡିଂ ଲିକ୍‌ କରିଥିବା ଡାନିଶଙ୍କ ଅଭିଯୋଗ

author img

By ETV Bharat Odisha Team

Published : Nov 9, 2023, 6:23 PM IST

ଲିକ୍‌ ହୋଇଛି କ୍ବାସ ଫର କ୍ବାରୀ ମାମଲାରେ ସଂସଦ ଏଥିକ୍ସ କମିଟିର ତଦନ୍ତ ପ୍ରକ୍ରିୟା । ଅଧ୍ୟକ୍ଷ ବିନୋଦ ସୋନକାର ଓ ବିଜେପି ସଦସ୍ୟଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାଂସଦ ଡାନିଶ ଅଲ୍ଲୀ । ଅଧିକ ପଢନ୍ତୁ

Cash for Query row: ପ୍ୟାନେଲ ଅଧ୍ୟକ୍ଷ ଓ ବିଜେପି ସଦସ୍ୟ ପ୍ରୋସିଡିଂ ଲିକ କରିଥିବା ଅଭିଯୋଗ କଲେ ଡାନିଶ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କ୍ବାସ ଫର କ୍ବାରୀ ମାମଲାରେ ତଦନ୍ତ କରୁଥିବା ସଂସଦ ଏଥିକ୍ସ କମିଟିର କାର୍ଯ୍ୟ ପ୍ରକ୍ରିୟା ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପ୍ୟାନେଲର ସଦସ୍ୟ ଥିବା ବହୁଜନ ସମାଜବାଦୀ ପାର୍ଟି ସାଂସଦ ଡାନିଶ ଅଲ୍ଲୀ । ଏହି ମାମଲାର ତଦନ୍ତ କରୁଥିବା ପ୍ୟାନେଲର ମୁଖ୍ୟ ବିନୋଦ ସୋନକାର ଓ ପ୍ୟାନେଲରେ ସଦସ୍ୟ ଥିବା ଅନ୍ୟ ବିଜେପି ସାଂସଦମାନେ ପ୍ୟାନେଲର ପ୍ରୋସିଡିଂକୁ ଲିକ୍‌ କରିଥିବା ଅଲ୍ଲୀ ଅଭିଯୋଗ କରିଛନ୍ତି । ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା କ୍ୟାସ ଫର କ୍ବାରୀ ମାମଲାରେ ଏହି ପ୍ୟାନେଲ ତଦନ୍ତ କରୁଥିଲା । ଆଜି ପ୍ୟାନେଲ ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକସଭା ସଚିବାଳୟକୁ ସୁପାରିଶ ମଧ୍ୟ କରିଛି ।

ଆଜି ପ୍ୟାନେଲ ଏହି ମାମଲାରେ ଡ୍ରାଫ୍ଟ ଆଗତ କରିବା ପାଇଁ ବସିଥିଲା । ବୈଠକରେ ଅଶଂଗ୍ରହଣ କରିବାକୁ ଯିବା ପୂର୍ବରୁ ଗଣମାଧ୍ୟମରେ ଏପରି ପ୍ରତିକ୍ରିୟା ରଖିଛନ୍ତି ପ୍ୟାନେଲର ସଦସ୍ୟ ଥିବା ଅଲ୍ଲୀ । ଅଲ୍ଲୀ କହିଥିଲେ, ପ୍ୟାନେଲର ତଦନ୍ତ ପ୍ରକ୍ରିୟାରେ ନିୟମ ଉଲ୍ଲଙ୍ଘନ ହୋଇଛି । ପ୍ୟାନେଲର ପ୍ରକ୍ରିୟା ଏକ ଗୁପ୍ତ ପ୍ରୋଟୋକଲ । ମାତ୍ର ପ୍ୟାନେଲ ଅଧ୍ୟକ୍ଷ ଓ ବିଜେପିର ଅନ୍ୟ ସଦସ୍ୟ ସାଂସଦମାନେ ଏହା ସମ୍ପର୍କରେ ତଥ୍ୟ ପ୍ରଘଟ କରିଛନ୍ତି । ଅନ୍ୟପଟେ ଆଜି ପ୍ୟାନେଲ ମହୁଆ ମୋଇତ୍ରାଙ୍କ ବିରୋଧରେ ପ୍ୟାନେଲ ଡ୍ରାଫ୍ଟ କରି ତାଙ୍କୁ ବହିଷ୍କାର କରିବା ପାଇଁ ସୁପାରିଶ କରିଛି ।

ପୂର୍ବରୁ ମଧ୍ୟ ଡାନିଶ ମହୁଆଙ୍କ ସପକ୍ଷରେ ବାହାରି ସାରିଛନ୍ତି । ମହୁଆ ପ୍ୟାନେଲରେ ହାଜର ହେବା ଦିନ ଜେରାରେ ତାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚରା ଯାଇଥିବା ଅଭିଯୋଗ କରିଥିଲେ ସାଂସଦ ଅଲ୍ଲୀ । ମହୁଆଙ୍କ ସହ ସେ ମଧ୍ୟ ପ୍ୟାନେଲ ବୈଠକ ତ୍ୟାଗ କରିଥିଲେ । ଏମାନଙ୍କ ସହ ଅନ୍ୟ ଜଣେ ବିରୋଧୀ ସାଂସଦ ଗିରିଧର ଯାଦବ ମଧ୍ୟ ସମାନ ଅଭିଯୋଗ ସହ ସ୍ବର ମିଳାଇ ପ୍ୟାନେଲ ବୈଠକରୁ ଚାଲି ଆସିଥିଲେ । ଏବେ ଅଲ୍ଲୀ ପୁଣି ପ୍ରୋସିଡିଂ ଲିକ୍‌ ହୋଇଥିବା ପରି ଅଭିଯୋଗ କରି ପ୍ଯାନେଲ ଉପରେ ଦୋଷାରୋପ କରିଛନ୍ତି । ଏହି 15 ଜଣିଆ ଏଥିକ୍ସ କମିଟିରେ ଅଧ୍ୟକ୍ଷ ବିନୋଦ ସୋନକାରଙ୍କ ସମେତ ସର୍ବାଧିକ 7 ଜଣ ବିଜେପି ସାଂସଦ ସଦସ୍ୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Cash For Query: ମୋଇତ୍ରାଙ୍କୁ ବହିଷ୍କାର କରିବାକୁ ସଦାଚାର କମିଟିର ସୁପାରିଶ

ଆଜି ଏଥିକ୍ସ କମିଟିର ବୈଠକରେ ସାଂସଦ ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଡ୍ରାଫ୍ଟ ପାରିତ ହୋଇଛି । କମିଟି ମୋଇତ୍ରାଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ଥିବା ଦର୍ଶାଇ ପ୍ରାୟ ୫୦୦ ପୃଷ୍ଠାର ଏକ ରିପୋର୍ଟ ଲୋକସଭା ସଚିବାଳୟରେ ଦାଖଲ କରିବା ସହ ତାଙ୍କୁ ସାଂସଦ ପଦରୁ ବହିଷ୍କାର କରିବା ପାଇଁ କମିଟି ସୁପାରିଶ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.