ETV Bharat / bharat

UP Urban Local Body Polls: ଅତିକ ଅହମ୍ମଦ ପରିବାରର କାହାକୁ ଟିକେଟ ଦେବନି BSP - ଉତ୍ତର ପ୍ରଦେଶ ପୌର ନିର୍ବାଚନ

ଉତ୍ତର ପ୍ରଦେଶ ପୌର ନିର୍ବାଚନରେ BSP ଟିକେଟରୁ ଲଢିପାରିବନି ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ପରିବାର । କାହାକୁ ଟିକେଟ ନଦେବା ପାଇଁ ଦଳ ମୁଖ୍ୟ ମାୟାବତୀ କଲେ ଘୋଷଣା । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶ ପୌର ନିର୍ବାଚନ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ପରିବାରର କାହାକୁ ଟିକେଟ ଦେବନି ବିଏସପି

author img

By

Published : Apr 10, 2023, 8:36 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପ୍ରୟାଗରାଜ ପୌର ନିର୍ବାଚନରେ ଜେଲରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ପରିବାରରୁ କାହାକୁ ଟିକେଟ ଦେବନାହିଁ ବହୁଜନ ସମାଜବାଦୀ ପାର୍ଟି । ଆଜି (ସୋମବାର) ଏନେଇ ପାର୍ଟି ସୁପ୍ରିମୋ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଘୋଷଣା କରିଛନ୍ତି । ଏକାଧିକ ଅପରାଧିକ ମାମଲାରେ ଗୁଜୁରାଟର ସାବରମତି ଜେଲ୍‌ରେ ଥିବା ମାଫିଆ ଅତିକ ଅହମ୍ମଦ ଏବେ 2005 ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ପରିସରରେ ରହିଛି । ଅତିକ ଅହମ୍ମଦ ଜେଲରେ ଥାଇ ମଧ୍ୟ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସନ୍ଦେହ କରୁଛି ।

ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ପରିବାରର କାହାକୁ ଟିକେଟ ଦେବନି ବିଏସପି

ଅତିକର ନାଁ ନେଇ ଗୃହରେ ଗର୍ଜିଥିଲେ ଯୋଗୀ: ଅତିକର ମାଫିଆଗିରି ଓ ଉତ୍ତର ପ୍ରଦେଶରେ ମାଫିଆଙ୍କ ଦୌରାତ୍ମ ନେଇ ବିଧାନସଭାରେ ମଧ୍ୟ ହଙ୍ଗାମା ହୋଇଥିଲା । ଯୋଗୀ ସରକାର ଏବେ ମାଫିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ମାଫିଆଙ୍କୁ ଅଖିଳେଶଙ୍କ ନେତୃତ୍ବାଧୀନ ସମାଜବାଦୀ ପାର୍ଟି ଟିକେଟ ଦେଇ ନିର୍ବାଚନ ଲଢାଇବା ସହ ରାଜନୈତିକ ପୃଷ୍ଠପୋଷକତା ଯୋଗାଇ ଆସିଥିବା ମୁଖ୍ଯମନ୍ତ୍ରୀ ଯୋଗୀ ବିଧାନସଭାରେ ସିଧା ସଳଖ କହିଥିଲେ । ସେହିପରି ସେ ଉମେଶ ପାଲ ହତ୍ୟାକାଣ୍ଡ ନେଇ ସିଧାସଳଖ ଅତିକ ଅହମ୍ମଦର ନାମ ମଧ୍ୟ ନେଇଥିଲେ । ମାଫିଆଙ୍କୁ ମାଟିରେ ମିଶାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିବା ପରେ ଅତିକ ଅହମ୍ମଦର ଏନକାଉଣ୍ଟର ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା ।

ଅତିକ ପରିବାରର ରହିଛି ରାଜନୈତିକ ଲିଙ୍କ୍‌: ମାଫିଆରୁ ରାଜନେତା ହୋଇଥିବା ଅତିକ ଗତ କିଛି ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶର ସପା ଓ ବସପାରୁ ଟିକେଟ ପାଇ ନିର୍ବାଚନ ଲଢିସାରିଛି । ସେହିପରି ସେ ଜେଲକୁ ଗଲା ପରେ ମଧ୍ୟ ତାର ପରିବାର ସଦସ୍ୟ ବିଭିନ୍ନ ନିର୍ବାଚନ ବିଭିନ୍ନ ଦଳୀୟ ଟିକେଟରେ ଲଢିଛନ୍ତି । ଏହି ମାଫିଆ ପରିବାରର ପୂର୍ବ ରାଜନୈତିକ ସମ୍ପର୍କ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ସହ ମଧ୍ୟ ରହିଛି । ତେଣୁ ଉତ୍ତର ପ୍ରଦେଶ ମାଫିଆ ରାଜ ରାଜନୈତିକ ପୃଷ୍ଠପୋଷକତାରେ ଚାଲିଥିବା ମଧ୍ୟ ଚର୍ଚ୍ଚା ହୁଏ । ଏବେ ରାଜ୍ୟରେ ଅର୍ବାନ ବଡି ପୋଲ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ବହୁଜନ ସମାଜବାଦୀ ପାର୍ଟି । ଏଥର ଚଳିତ ନିର୍ବାଚନରେ ଅତିକର ପରିବାରରୁ କେହି ଦଳୀୟ ଟିକେଟ ପାଇବେ ନାହିଁ ବୋଲି ନିଜେ ପାର୍ଟି ସୁପ୍ରିମୋ ମାୟାବାତୀ ସ୍ପଷ୍ଟ କରିଛନ୍ତି ।

ଉମେଶ ପାଲ ହତ୍ୟାକାଣ୍ଡ: ଚଳିତ ଫେବୃଆରୀ ମାସରେ 2005 ବିଧାୟକ ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଉମେଶଙ୍କ ସହ ତାଙ୍କର ଜଣେ ସରକାରୀ ସୁରକ୍ଷାକର୍ମୀ ମଧ୍ୟ ଗ୍ୟାଙ୍ଗଷ୍ଟାରଙ୍କ ଗୁଳିରେ ପ୍ରାଣ ହରାଇଥିଲେ । ଏହି ହତ୍ୟାକାଣ୍ଡ ସିଧା ଗୁଜୁରାଟର ସାବରମତି ଜେଲରେ ଥିବା ମାଫିଆ ଅତିକ ଅହମ୍ମଦର ଷଡଯନ୍ତ୍ର ଥିବା ସନ୍ଦେହ ପ୍ରକାଶ ପାଇଥିଲା । ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ।

ଏହାକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ଯୋଗୀ ସରକାରକୁ ଘେରିଥିଲେ ବିରୋଧୀ ସମାଜବାଦୀ ପାର୍ଟି । ବିରୋଧୀ ଦଳ ନେତା ଅଖିଳେଶଙ୍କ ପ୍ରଶ୍ନରେ କଡା ଯବାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ । ସମାଜବାଦୀ ପାର୍ଟି ମାଫିଆଙ୍କୁ ଦଳୀୟ ଟିକେଟ ଦେଇ ନିର୍ବାଚନ ଲଢାଇଥିବା ଯୋଗୀ ଅଭିଯୋଗ କରି ସପା ଉପରେ ପାଲଟା ଆକ୍ରମଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.