ETV Bharat / bharat

UP Assembly Polls: ୫୩ ସିଟ ପାଇଁ ପ୍ରାର୍ଥୀ ଘୋଷଣା କଲା BSP

author img

By

Published : Jan 15, 2022, 1:57 PM IST

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୫୩ ସିଟ ଘୋଷଣା କଲା ବହୁଜନ ସମାଜ ପାର୍ଟି । ଅଧିକ ପଢନ୍ତୁ

UP Assembly Polls: ୫୩ଟି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କଲା BSP

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ବହୁଜନ ସମାଜ ପାର୍ଟି (BSP) ଶନିବାର 53 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମୋଟ 58 ବିଧାନସଭା ନିର୍ବାଚନମଣ୍ଡଳୀ ନିର୍ବାଚନରେ ଅଂଶଗ୍ରହଣ କରିବ । ଏକ ସାମ୍ବାଦିକ ସମ୍ମିଳନୀରେ BSP ସୁପ୍ରିମୋ ମାୟାବତୀ ନିଜ ୬୬ତମ ଜନ୍ମଦିନ ଅବସରରେ ଏହି ଘୋଷଣା କରିଛନ୍ତି ।

ମାୟାବତୀ କହିଛନ୍ତି ଯେ ତାଙ୍କ ଜନ୍ମଦିନକୁ ସରଳତାର ସହ ଜନକଲ୍ୟାଣକରୀ ଦିବସ ଭାବରେ ପାଳନ କରାଯିବ । ସରକାରଙ୍କ ଜାତିବାଦୀ, ସାମ୍ପ୍ରଦାୟିକ ଚିନ୍ତାଧାରା BSPର ଲୋକପ୍ରିୟ ଓ ଦଳିତ ସ୍ବାର୍ଥକୁ କରାଯାଉଥିବା ଯୋଜନାକୁ ବନ୍ଦ କରିଦେଇଛି । ବ୍ରାହ୍ମଣ, ସଂଖ୍ୟାଲଘୁ, ମହିଳାଙ୍କ ପ୍ରତି ଅନ୍ୟାୟ ଘଟିବାକୁ BSP ଅନୁମତି ଦେବ ନାହିଁ । ସରକାର ଆସିଲେ ଆଇନ ଅନୁଯାୟୀ ଶାସନ କରିବ । ପ୍ରତ୍ୟେକ ଶ୍ରେଣୀର ଉନ୍ନତି ପାଇଁ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।

2022 ନୂତନ ବର୍ଷ ଆଶା ଏବଂ କଲ୍ୟାଣରେ ପରିପୂର୍ଣ୍ଣ ହେବ ବୋଲି ସେ ଆଶା ରଖିଛନ୍ତି । ନିର୍ବାଚନ ​​ଜିତିବା ଏବଂ ସରକାର ଗଠନ ପରେ ଦେଶର ସ୍ଥିତି ବଦଳିଯିବ। BSP ଏଥର କ୍ଷମତାକୁ ଆସିବ ଏବଂ ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ କରିବ। ଏଥିସହିତ ପ୍ରଥମ ପର୍ଯ୍ୟାୟରେ 58ଟି ବିଧାନସଭା ଆସନ ମଧ୍ୟରୁ ବିଏସପି 53ଟି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବୋଲି ସେ ପ୍ରେସମିଟରେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.