ETV Bharat / bharat

BSP ସୁପ୍ରିମୋ ମାୟାବତୀଙ୍କ ମାତୃ ବିୟୋଗ

author img

By

Published : Nov 13, 2021, 10:10 PM IST

ପରଲୋକରେ BSP ସୁପ୍ରିମୋ ମାୟାବତୀଙ୍କ ମା’ । ଅସୁସ୍ଥତା କାରଣରୁ 92ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । ଆସନ୍ତକାଲି ଦିଲ୍ଲୀରେ ଶେଷକୃତ୍ୟ । ଅଧିକ ପଢନ୍ତୁ...

BSP ସୁପ୍ରିମୋ ମାୟାବତୀଙ୍କ ମାତୃ ବିୟୋଗ
BSP ସୁପ୍ରିମୋ ମାୟାବତୀଙ୍କ ମାତୃ ବିୟୋଗ

ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟି (BSP) ମୁଖ୍ୟ ମାୟାବତୀଙ୍କ ମା’ ରାମରତିଙ୍କ ୯୨ ବର୍ଷରେ ଦେହାନ୍ତ ହୋଇଛି । ଗତକିଛି ଦିନ ଧରି ଅସୁସ୍ଥ ଥିବା ରାମରତି ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି (ଶନିବାର) ଅପରାହ୍ନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆସନ୍ତାକାଲି (ରବିବାର) ଦିଲ୍ଲୀରେ ତାଙ୍କର ଶେଷକୃତ ସମ୍ପନ୍ନ ହେବ ।

ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମା’ଙ୍କ ମୃତ୍ୟୁ ଖବର ପାଇବା ପରେ ଉତ୍ତର ପ୍ରଦେଶରେ ନିର୍ବାଚନୀ ସଭାରେ ବ୍ୟସ୍ତ ଥିବା ମୟାବତୀ ଦିଲ୍ଲୀ ଯାଇ ଥାୟାରାଜ ରୋଡସ୍ଥିତ ବାସଭବନରେ ମା’ଙ୍କୁ ଶେଷ ଦର୍ଶନ କରିଛନ୍ତି ।

ତେବେ ଗତବର୍ଷ ନଭେମ୍ବର 19ରେ ମାୟାବତୀଙ୍କ ପିତା ପ୍ରଭାସ ଦୟାଲଙ୍କର 95 ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।ପିତାଙ୍କୁ ହରାଇବା ପରେ ସେ ଚଳିତବର୍ଷ ନିଜ ଜନ୍ମଦିନ ପାଳନ ନକରିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ତେବେ ମା’ଙ୍କ ମୃତ୍ୟୁ ପରେ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ମାୟାବତୀଙ୍କୁ ସମବେଦନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.