ETV Bharat / bharat

ଅମୃତସରରେ ଉଡିଲା ୨ ପାକିସ୍ତାନୀ ଡ୍ରୋନ, ଗୁଳି କରି ଖସାଇଲା BSF

author img

By

Published : May 20, 2023, 9:48 AM IST

ପଞ୍ଜାବର ଅମୃତସର ସେକ୍ଟରରେ ଦୁଇଟି ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ । ଅଧିକ ପଢନ୍ତୁ

ଅମୃତସରରେ ଉଡିଲା ୨ ପାକିସ୍ତାନୀ ଡ୍ରୋନ
ଅମୃତସରରେ ଉଡିଲା ୨ ପାକିସ୍ତାନୀ ଡ୍ରୋନ

ଚଣ୍ଡିଗଡ: ପୁଣି ଭାରତ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ । ପଞ୍ଜାବର ଅମୃତସର ଠାରେ ଗତକାଲି(ଶୁକ୍ରବାର) ରାତିରେ ଦୁଇଟି ପାକିସ୍ତାନୀ ଡ୍ରୋନ ଭାରତ ସୀମାରେ ପ୍ରବେଶ କରୁଥିବା ବେଳେ ସୀମା ସୁରକ୍ଷା ବଳ(BSF) ଯବାନ ଗୁଳି କରି ଖସାଇଛନ୍ତି । ଏହି ଡ୍ରୋନ ଯୋଗେ ନିଶାଦ୍ରବ୍ୟ ଚାଲାଣ କରାଯାଉଥିଲା । ଖୋଜାଖୋଜି ପରେ ଏକ ଚାଷ ଜମିରୁ କଳାରଙ୍ଗର ଗୋଟିଏ ଭଙ୍ଗା ଡ୍ରୋନ ସହ ଦୁଇଟି ଡ୍ରଗ୍ସ ପ୍ୟାକେଟ ଜବତ କରାଯାଇଛି । ଏନେଇ ବିଏସଏଫ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ରାତି ୮ଟା ୫୫ ସମୟରେ ପାକିସ୍ତାନ ପଟୁ ଗୋଟିଏ ଡ୍ରୋନ ଆସି ଅମୃତସର ସେକ୍ଟର ଅନ୍ତର୍ଗତ ଉଧର ଧରିୱାଲ ଗ୍ରାମ ଠାରେ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା । ଡ୍ରୋନ ଶବ୍ଦ ଶୁଣି ସେଠାରେ ମୁତୟନ ଥିବା ବିଏସଏଫ ଯବାନମାନେ ଆଲର୍ଟ ହୋଇଯାଇଥିଲେ । ଡ୍ରୋନ ଭାରତ ସୀମାରେ ଉଡିବା ସହ ପାଖ ଚାଷ ଜମିରେ କିଛି ସାମଗ୍ରୀ ତଳକୁ ପକାଉଥିବାର ଶବ୍ଦ ଶୁଣିବାକୁ ମିଳିଥିଲା । ଏହା ଦେଖି ସଙ୍ଗେ ସଙ୍ଗେ ଯବାନ ଡ୍ରୋନ ଉପରକୁ ଗୁଳି କରି ତଳକୁ ଖସାଇ ଦେଇଥିଲେ । ଏହାପରେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଖୋଜାଖୋଜି ସମୟରେ ଗାଁ ପାଖ ଚାଷ ଜମିରୁ କଳାରଙ୍ଗର ଭଙ୍ଗା ଡ୍ରୋନ ସହ ଦୁଇଟି ପ୍ୟାକେଟ ଠାବ ହୋଇଥିଲା । ତେବେ ସେହି ପ୍ୟାକେଟରୁ ପାଖାପାଖି ୨.୬ କେଜି ହେରୋଇନ ଜବତ କରାଯାଇଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: Siddaramaiah Swearing: ଆଜି ଶପଥ ନେବେ ସିଦ୍ଧରମୈୟା ଓ ଶିବକୁମାର, ଛିଣ୍ଡୁନି ମନ୍ତ୍ରୀମଣ୍ଡଳ ଅଙ୍କ

ସେହିପରି ଗତ ରାତିରେ ଅମୃତସର ସେକ୍ଟରର ଅନ୍ୟ ଏକ ସ୍ଥାନରେ ମଧ୍ୟ ଆଉ ଗୋଟିଏ ପାକିସ୍ତାନୀ ଡ୍ରୋନ ଭାରତ ସୀମାରେ ଉଡୁଥିବା ବେଳେ ବିଏସଏଫ ଯବାନ ଗୁଳି କରି ଖସାଇଛନ୍ତି । ଡ୍ରୋନରେ ଗୋଟିଏ ବ୍ୟାଗ୍ ବନ୍ଧା ଯାଇଥିଲା । ଏଥିରେ ମଧ୍ୟ ନିଶାଦ୍ରବ୍ୟ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି । ଡ୍ରୋନ ସହିତ ଉକ୍ତ ବ୍ୟାଗକୁ ଜବତ କରାଯାଇଛି । ବିଏସଏଫ ଟ୍ବିଟ୍ କରି ଘଟଣା ସମ୍ପର୍କରେ ସୂଚନା ଦେଇଛି । ତେବେ ଭାରତ ସୀମାରେ ପାକିସ୍ତାନ ଡ୍ରୋନ ଠାବ ହେବା ପ୍ରଥମ ଘଟଣା ନୁହେଁ । ଲଗାତାର ଏପରି କାର୍ଯ୍ୟ କରିଆସୁଛି ପଡୋଶୀ ଦେଶ । ମୁଖ୍ୟତଃ ନିଶାଦ୍ରବ୍ୟ କାରବାର ଉଦ୍ଦେଶ୍ୟରେ ଏହି ଡ୍ରୋନ ଭାରତ ସୀମାରେ ପ୍ରବେଶ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.