ETV Bharat / bharat

ଅମୃତସରରେ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା BSF

author img

By

Published : Feb 26, 2023, 11:33 AM IST

ଅମୃତସରରେ ଭାରତ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ ଯବାନ । ଅଧିକ ପଢନ୍ତୁ

BSF shot down a Pakistani drone
BSF shot down a Pakistani drone

ଚଣ୍ଡିଗଡ: ପୁଣି ଭାରତ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ । ପଞ୍ଜାବର ଅମୃତସର ଠାରେ ଏକ ପାକିସ୍ତାନୀ ଡ୍ରୋନ ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ସୀମା ସୁରକ୍ଷା ବଳର ଯବାନ ତାକୁ ଗୁଳି କରି ଖସାଇଥିବା ନେଇ ସୂଚନା ମିଳିଛି । ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ବିଏସଏଫ ଯବାନ ପକ୍ଷରୁ ଆଜି ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତି ପ୍ରାୟ ୨.୧୫ ମିନିଟ ସମୟରେ ପଞ୍ଜାବର ଅମୃତସର ସ୍ଥିତ ଭାରତ-ପାକିସ୍ତାନ ସୀମାଠାରେ ଡ୍ରୋନ ଶବ୍ଦ ଶୁଣିବାକୁ ପାଇଥିଲେ ଯବାନ । ଏହାପରେ ଏହାପରେ ତତ୍‌କ୍ଷଣାତ ଯବାନ ଗୁଳି କରି ଡ୍ରୋନକୁ ତଳକୁ ଖସାଇ ଦେଇଥିଲେ । ଡ୍ରୋନକୁ ବିଏସଫ ଯବାନମାନେ ଜବତ କରିବା ସହ ସ୍ଥାନୀୟ ଅଞ୍ଚଳରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଆଜି(ରବିବାର) ବିଏସଏଫ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ବିଏସଏଫ ଯବାନ କହିଛନ୍ତି, " ସର୍ଚ୍ଚ ଅପରେସନ ସମୟରେ ଧୁସିବୁନ୍ଧ ନିକଟସ୍ଥ ଶାହଜାଦା ଗ୍ରାମ ନିକଟରେ ଏହି ଡ୍ରୋନକୁ ଜବତ କରାଯାଇଛି । ତେବେ ଡ୍ରୋନର ରଙ୍ଗ କଳା ହୋଇଥିବା ବେଳେ ଗୁଳିରେ ସାମାନ୍ୟ ଭାଙ୍ଗିଯାଇଛି ।"

ଏହା ମଧ୍ୟ ପଢନ୍ତୁ: ମାର୍କସିଟ ପାଇଁ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲା ପୂର୍ବତନ ଛାତ୍ର, 5ଦିନ ପରେ ଆଖି ବୁଜିଲେ କଲେଜ ଅଧ୍ୟକ୍ଷା

ପ୍ରକାଶଥାଉ କି, ଭାରତ ସୀମାରେ ପାକିସ୍ତାନ ଡ୍ରୋନ ଠାବ ହେବା ପ୍ରଥମ ଘଟଣା ନୁହେଁ । ଲଗାତାର ଏପରି କାର୍ଯ୍ୟ କରି ଆସୁଛି ପଡ଼ୋଶୀ ଦେଶ । ଗତ ଜାନୁଆରୀ ୨ ତାରିଖରେ ପଞ୍ଜାବ ଆକାଶରେ ପାକିସ୍ତାନ ଡ୍ରୋନ ଦେଖିବାକୁ ମିଳିଥିଲା । ପଞ୍ଜାବର ଗୁରୁଦାସପୁରରେ ପାକିସ୍ତାନୀ ଡ୍ରୋନ ଉଡୁଥିବା ବେଳେ ଗୁଳି କରି ହଟାଇଥିଲେ ସୀମା ସୁରକ୍ଷାବଳ । ଗୁରୁଦାସପୁରର କମଲପୁର ସେକ୍ଟରରେ ଡ୍ରୋନ ଉପରେ ଗୁଳି ଚଳାଇବା ପରେ ତାହା ପାକିସ୍ତାନ ପଟକୁ ଫେରିଯାଇଥିଲା । ତେବେ ଏହାପରେ ଫେବୃଆରୀ ୪ ତାରିଖ ଦିନ ରାଜସ୍ଥାନ ସୀମାରେ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଥିଲେ ବିଏସଏଫ ଯବାନ ।

ରାଜସ୍ଥାନର ଶ୍ରୀଗଙ୍ଗନଗର ସେକ୍ଟରରେ ଅନ୍ତର୍ଜାତୀୟ ସୀମା ନିକଟରେ ଏହି ସନ୍ଦିଗ୍ଧ ଡ୍ରୋନଟି ନଜର ଆସିଥିଲା । ସୂଚନା ପାଇବା ମାତ୍ରେ ସୀମା ସୁରକ୍ଷା ବଳର ଯବାନମାନେ ଏହାକୁ ଗୁଳି କରି ଖସାଇବା ସହ ଏଥିରୁ 6 କେଜି ଡ୍ରଗ୍ସ ଜବତ କରିଥିଲେ । ଏହି ଡ୍ରୋନଟି ପାକିସ୍ତାନ ପଟୁ ସୀମାପାର ନିଶାଦ୍ରବ୍ୟ କାରବାର ଉଦ୍ଦେଶ୍ୟରେ ଆସିଥିବା ନେଇ ଯବାନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.