ଚଣ୍ଡିଗଡ: ପୁଣି ଭାରତ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ । ଅମୃତସରର ରାଜତଲ ଅଞ୍ଚଳରେ ଡ୍ରୋନ୍ଟି ଉଡୁଥିବା ବେଳେ ଗୁଳି କରି ତଳକୁ ଖସାଇଲା ସୀମା ସୁରକ୍ଷାବଳ(BSF) । ଏନେଇ ଆଜି BSFର ମୁଖପାତ୍ର ସୂଚନା ଦେଇଛନ୍ତି ।
ଗତକାଲି(ରବିବାର) ସନ୍ଧ୍ୟା ୭ଟା ସମୟରେ ରାଜତଲ ଅଞ୍ଚଳରେ ଡ୍ରୋନଟି ଉଡୁଥିବା ଦେଖିବାକୁ ପାଇଥିଲେ ସୀମା ସୁରକ୍ଷାବଳର ଯବାନ । ଏହାପରେ ଡ୍ରେନଟିକୁ ଗୁଳି କରି ତଳକୁ ଖସାଇ ଦେଇଥିଲେ । ଡ୍ରୋନଟି(Quadcopter)କୁ ସୀମା ନିକଟରୁ ଉଦ୍ଧାର କରାଯାଇଥିବା ବେଳେ ଏହା ମାଧ୍ୟମରେ କୌଣସି ବସ୍ତୁ ଶତ୍ରୁରାଷ୍ଟ୍ର ପକାଇଛି କି ନାହିଁ ତାର ଯାଞ୍ଚ ଚଳାଇଛି ବିଏସଏଫ । ଏହାକୁ ନେଇ ବିଏସଏଫ ମୁଖପାତ୍ର ସୂଚନା ଦେଇଛନ୍ତି । ଗତ ସପ୍ତାହରେ ପଞ୍ଜାବର ଗୁରୁଦାସପୁରରେ ୩ଟି ପାକିସ୍ତାନ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିବା । ଏହାକୁ ସୀମା ସୁରକ୍ଷାବଳ ଗୁଳି କରି ହଟାଇ ଦେଇଥିଲେ ।
ଗତାକଲି ପ୍ରଥମେ ଅମୃତସରରେ ପାକିସ୍ତାନ ଡ୍ରୋନ ଉଡୁଥିବାର ଶବ୍ଦ ଶୁଣିବାକୁ ପାଇଥିବା ବେଳେ ସଜାଗ ହୋଇଯାଇଥିଲେ ଯବାନ । ଡ୍ରୋନଟିକୁ ଦେଖିବା ମାତ୍ରେ ଗୁଳି ଚଳାଇଥିଲେ । BSF ଏକ ବିବୃତ୍ତିରେ କହିଛି ଯେ, ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପେରସନ ଜାରି ରହିଥିଲା । ଏହାପରେ ସୀମା ନିକଟରୁ ଏକ ଡ୍ରୋନକୁ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ମଧ୍ୟ ଅପରେସନ ଜାରି ରହିଛି ।
ଏହା ମଧ୍ୟ ପଢନ୍ତୁ-ସୁରଟରେ ତ୍ରିପଲ ମର୍ଡର: ଚାକିରିରୁ ବିଦା ହେବାରୁ ତିନି ଜଣଙ୍କୁ ହତ୍ୟା କଲେ ଦୁଇ ଓଡିଆ ଯୁବକ
ଭାରତ ସୀମାରେ ପାକିସ୍ତାନ ଡ୍ରୋନ ଠାବ ହେବା ପ୍ରଥମ ଘଟଣା ନୁହେଁ । ଲଗାତାର ପାକ ଏପରି କାର୍ଯ୍ୟ କରି ଆସୁଛି ପଡ଼ୋଶୀ ଦେଶ । ଗତ ୨୧ ତାରିଖ ଦିନ ପଞ୍ଜାବ ଫିରୋଜପୁର ସେକ୍ଟର ଅନ୍ତର୍ଜାତୀୟ ସୀମାରେ ଏକ ପାକ୍ ଡ୍ରୋନ୍ ଠାବ ହୋଇଥିଲା । ସକାଳ ପ୍ରାୟ 8ଟାରେ ଡ୍ରୋନଟିକୁ ଠାବ କରାଯାଇଥିଲା । BSF ଯବାନ ଏହା ଉପରକୁ ଗୁଳି ଚଳାଇଥିଲେ । ଏହା ପୂର୍ବରୁ ଗତ ୧୯ ତାରିଖରେ ପଞ୍ଜାବର ଗୁରୁଦାସପୁର ସେକ୍ଟରରେ ଦୁଇଟି ପାକିସ୍ତାନୀ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଥିଲା । ଚନ୍ଦୁ ଓ୍ବାଡେଲା ଓ କୋସଓ୍ବାଲ ପୋଷ୍ଟରେ ଡ୍ରୋନଟି ଉଡୁଥିବା ବେଳେ ଗୁଳି କରି ହଟାଇଥିଲେ ସୀମା ସୁରକ୍ଷା ବଳ(BSF)। ଏହାପରେ ଗୁରୁଦାସପୁରର ଡେରା ବାବା ନାନକରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।