ETV Bharat / bharat

BSF ଗୁଳିରେ ଦୁଇ ପାକିସ୍ତାନୀ ଅନୁପ୍ରବେଶକାରୀ ମୃତ

author img

By

Published : May 2, 2023, 5:08 PM IST

ରାଜସ୍ଥାନ ସୀମାରେ BSF ଗୁଳିରେ ଟଳିଲେ ଦୁଇ ପାକିସ୍ତାନୀ ଅନୁପ୍ରବେଶକାରୀ । ଗତକାଲି ରାତିରେ ହୋଇଥିଲା ଅନୁପ୍ରବେଶ ଉଦ୍ୟମ । ଅଧିକ ପଢନ୍ତୁ

BSF ଗୁଳିରେ ଦୁଇ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

ଜୟପୁର: ସୀମାରେ ଅନୁପ୍ରବେଶ ଉଦ୍ୟମ ବେଳେ 2 ପାକିସ୍ତାନୀ ଅନୁପ୍ରବେଶକାରୀ ସୀମା ସୁରକ୍ଷା ବଳ (BSF)ର ଯବାନଙ୍କ ଗୁଳିରେ ନିପାତ ହୋଇଛନ୍ତି । ଗତକାଲି (ସୋମବାର) ରାତିରେ ରାଜସ୍ଥାନର ବାରମେର ନିକଟରେ ଅନ୍ତର୍ଜାତୀୟ ସୀମାରେ ଏହି ଅନୁପ୍ରବେଶ ଉଦ୍ୟମ ହେବା ବେଳେ ଏହି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ମୃତ ଦୁଇ ଅନୁପ୍ରବେଶକାରୀ ପାକିସ୍ତାନୀ ନାଗରିକ ହୋଇଥିବା ବିଏସଏଫ ଓ ସ୍ଥାନୀୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସୋମବାର ରାତିରେ ବାରମେରଓ୍ବାଲା ଚେକପୋଷ୍ଟ ନିକଟବର୍ତ୍ତୀ ଏରିଆରେ ଏହି ଦୁଇ ଅନୁପ୍ରବେଶକାରୀ ସୀମା ଅତିକ୍ରମ କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । ରୁଟିନ୍‌ ପାଟ୍ରୋଲିଂରେ ଥିବା ସୀମା ସୁରକ୍ଷା ବଳର ଟିମ୍‌ ସେମାନଙ୍କୁ ପ୍ରଥମେ ଓ୍ବାର୍ଣ୍ଣିଂ ଦେବା ସହ ଗୁଳି ଚଳାଇଥିଲେ । ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ଘଟଣା ସମ୍ପର୍କରେ ସ୍ଥାନୀୟ ଅତିରିକ୍ତ ପୋଲିସ ଅଧୀକ୍ଷକ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି । ଗାଦରାରୋଦ ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ସୀମା ପୋଷ୍ଟରେ ଏହି ଘଟଣା ଘଟିଛି । ବିଏସଏଫ ସହ ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଗୁଳିରେ ନିପାତ ହୋଇଥିବା ପାକିସ୍ତାନୀଙ୍କ ସମ୍ପର୍କରେ ଅଧିକ ଜେରା ଜାରି ରହିଛି । ସେମାନେ କେଉଁ ଉଦ୍ଦେଶ୍ୟରେ ଭାରତୀୟ ଅଞ୍ଚଳରେ ପ୍ରବେଶ କୁରଥିଲେ, ସେମାନେ ଆତଙ୍କବାଦୀ ନା ସୀମାପାର ନିଶା ମାଫିଆ, ସେନେଇ ଯାଞ୍ଚ ଜାରି ରହିଛି ।

ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ସମାନ ଧରଣର ଅନୁପ୍ରବେଶ ଉଦ୍ୟମ ଓ ଏନକାଉଣ୍ଟର ଘଟଣା ସାମ୍ନାକୁ ଆସିଥିଲା । ଶ୍ରୀଗଙ୍ଗାନଗର ନିକଟରେ ଅନ୍ତର୍ଜାତୀୟ ସୀମାରେ ଅନୁପ୍ରବେଶ ବେଳେ ବିଏସଫ ଗୁଳିରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନିପାତ ହୋଇଥିଲା । ତା’ ନିକଟରୁ ପାକିସ୍ତାନୀ ମୁଦ୍ରା, ସିଗାରେଟ ଓ ସୀମା ପାର କରିବାରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଥିବା ଏକ ଦଉଡି ମଧ୍ୟ ଜବତ କରାଯାଇଥିଲା ।

ବିଭିନ୍ନ ସମୟରେ ପାକିସ୍ତାନ ପଟୁ ଏପରି ଉଦ୍ୟମ ଜାରି ରହିଛି । ପାଗରେ ପରିବର୍ତ୍ତନ କିମ୍ବା ଶୀତଦିନେ ତୁଷାରପାତର ସୁଯୋଗ ନେଇ ସୁରକ୍ଷାବଳକୁ ଚକମା ଦେଇ ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥାନ୍ତି । ଏପରିକି କେବଳ ଶୀତଦିନେ ତୁଷାରପାତ ଓ ଲୋ-ଭିଜିବିଲିଟିର ସୁଯୋଗ ନେଇ କାଶ୍ମୀରରେ ଅନୁପ୍ରବେଶ କରିବା ପାଇଁ ବର୍ଷ ସାରା ପାକିସ୍ତାନ ଅଧିକୃତ କାଶ୍ମୀରରେ ଟେରର କ୍ୟାମ୍ପରେ ଆତଙ୍କବାଦୀଙ୍କୁ ପାକିସ୍ତାନ ସେନା ପ୍ରଶିକ୍ଷଣ ଦେଇ ପ୍ରସ୍ତୁତ କରିଥାଏ । ଯାହାକୁ ବ୍ୟାହତ କରିବା ପାଇଁ ସୀମା ସୁରକ୍ଷା ବଳ ମଧ୍ୟ ପାଟ୍ରୋଲିଂକୁ କଡାକଡି କରିଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.