ETV Bharat / bharat

ରାଜସ୍ଥାନରେ ପାକିସ୍ତାନୀ ଡ୍ରୋନକୁ ଖସାଇଲା ବିଏସଏଫ, 6 କେଜି ଡ୍ରଗ୍ସ ଜବତ

author img

By

Published : Feb 4, 2023, 10:29 PM IST

ରାଜସ୍ଥାନ ସୀମାରେ ଭାରତୀୟ ସୀମା ସୁରକ୍ଷା ବଳ ଗୁଳିରେ ଖସିଲା ପାକିସ୍ତାନୀ ଡ୍ରୋନ । 6 ପ୍ୟାକେଟ ନିଶାଦ୍ରବ୍ୟ ଜବତ । ଗତକାଲି ମଧ୍ୟରାତ୍ରିରେ ଘଟିଛି ଘଟଣା । ଅଧିକ ପଢନ୍ତୁ

ରାଜସ୍ଥାନରେ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ, 6 କେଜି ଡ୍ରଗ୍ସ ଜବତ

ହାଇଦ୍ରାବାଦ: ରାଜସ୍ଥାନ ସୀମାରେ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ସୀମା ସୁରକ୍ଷା ବଳ । ଶୁକ୍ରବାର ମଧ୍ୟରାତ୍ରିରେ ରାଜସ୍ଥାନର ଶ୍ରୀଗଙ୍ଗନଗର ସେକ୍ଟରରେ ଅନ୍ତର୍ଜାତୀୟ ସୀମା ନିକଟରେ ଏହି ସନ୍ଦିଗ୍ଧ ଡ୍ରୋନଟି ନଜର ଆସିଥିଲା । ସୂଚନା ପାଇଁ ସୀମା ସୁରକ୍ଷା ବଳର ଯବାନମାନେ ଏହାକୁ ଗୁଳି କରି ଖସାଇବା ସହ ଏଥିରୁ 6କେଜି ଡ୍ରଗ୍ସ ଜବତ କରିଛନ୍ତି । ଏହି ଡ୍ରୋନଟି ପାକିସ୍ତାନ ପଟୁ ସୀମାପାର ନିଶାଦ୍ରବ୍ୟ କାରବାର ଉଦ୍ଦେଶ୍ୟରେ ଆସିଥିବା ପ୍ରାୟତଃ ସ୍ପଷ୍ଟ ହୋଇଛି । ଗତକାଲିର ଅପରେସନରେ ବିଏସଏଫ ସହ ସ୍ଥାନୀୟ ପୋଲିସ ମଧ୍ୟ ସାମିଲ ହୋଇଥିଲା ।

ରାତିରେ ଗୁଳିମାଡରେ ଡ୍ରୋନଟି ଖସି ପଡିଥିବା ବେଳେ ଆଜି ସକାଳେ ତାକୁ ଠାବ କରାଯାଇ ଜବତ କରାଯାଇଛି । ଏଥିରୁ 6ଟି ଏକ କେ.ଜି ଓଜନ ବିଶିଷ୍ଟ ଏକ ନିଶାଦ୍ରବ୍ୟ ଭର୍ତ୍ତି ପ୍ୟାକେଟ ଜବତ କରାଯାଇଥିଲା । ଡ୍ରୋନର ଯନ୍ତ୍ରାଂସକୁ ଯାଞ୍ଚ କରାଯାଉଛି । ଏହା ପାକିସ୍ତାନରୁ ଆସିଥିବା ପ୍ରାଥମିକ ତଦନ୍ତରେ ପୋଲିସ କହିଛି । ପଞ୍ଜାବର ଅମୃତସରରେ ଭାରତୀୟ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିଥିବା ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି କରି ଖସାଇବା ଘଟଣାର ମାତ୍ର ଦିନକ ପରେ ରାଜସ୍ଥାନ ସୀମାରେ ମଧ୍ୟ ସୀମା ସୁରକ୍ଷା ବଳକୁ ଏହି ସଫଳତା ମିଳିଛି ।

ଭାରତୀୟ ସୀମାରେ ପାକିସ୍ତାନ ଡ୍ରୋନ ପ୍ରବେଶ କରିବା ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଏକାଧିକ ଥର ପାକିସ୍ତାନୀ ଡ୍ରୋନ ଭାରତୀୟ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିଥିବାର ନଜିର୍‌ ରହିଛି । ପଞ୍ଜାବ, କାଶ୍ମୀର ଓ ରାଜସ୍ଥାନ ପରି ସୀମାନ୍ତ ରାଜ୍ୟରେ ଏପରି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । କେବେ ଗୁପ୍ତଚରୀ ଉଦ୍ଦେଶ୍ୟରେ ତ କେବେ ନିଶା କାରବାର ପାଇଁ ଡ୍ରୋନ ବ୍ୟବହାର ହେଉଛି ।

ଏହାକୁ ଦୃଷ୍ଟିରେ ରଖି ସୀମାରେ ବିଏସଏଫ ପାଟ୍ରୋଲିଂ କରିବା ସହ ଡ୍ରୋନ ଗତିବିଧି ଉପରେ କଡା ନଜର ରଖିଛି । ନିକଟରେ ଠାବ ହୋଇଥିବା ଏକାଧିକ ଡ୍ରୋନରୁ ନିଶାଦ୍ରବ୍ୟ ଜବତ ହେବାରେ ଲାଗିଛି । ସୀମାରେ କୌଣସି ଡ୍ରୋନ ଗିତିବିଧି ନଜରକୁ ଆସିଲେ ତୁରନ୍ତ ସୁରକ୍ଷା ବଳ ଓ ପୋଲିସକୁ ସୂଚନା ଦେବା ପାଇଁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ସୀମାପାର ନିଶାଦ୍ରବ୍ୟ ଗ୍ରହଣ କରୁଥିବା ଭାରତୀୟ ନିଶା ମାଫିଆଙ୍କୁ ମଧ୍ୟ ପୋଲିସ ଧରିବାକୁ ଚେଷ୍ଟା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.