ETV Bharat / bharat

ଭାରତୀୟ ପୋଷ୍ଟକୁ ପାକିସ୍ତାନ ସେନାର ଗୁଳିମାଡ, ଜବାବ ଦେଉଛି BSF

author img

By ETV Bharat Odisha Team

Published : Oct 26, 2023, 11:01 PM IST

ଭାରତୀୟ ପୋଷ୍ଟକୁ ପାକିସ୍ତାନ ସେନାର ଗୁଳିମାଡ । ଅସ୍ତ୍ରବିପତି ପରେ ପାଲଟା ଜବାବ ଦେଉଛି ବିଏସଏଫ । ଅଧିକ ପଢନ୍ତୁ

ଭାରତୀୟ ପୋଷ୍ଟକୁ ପାକିସ୍ତାନ ସେନାର ଗୁଳିମାଡ, ଜବାବ ଦେଉଛି ବିଏସଏଫ

ଶ୍ରୀନଗର: ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ । ଆଜି ରାତିରେ ପାକିସ୍ତାନ ରେଞ୍ଜର୍ସ ଏକାଧିକ ଭାରତୀୟ ପୋଷ୍ଟକୁ ଗୁଳିମାଡ କରିଛି । ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ପୋଷ୍ଟକୁ ପାକିସ୍ତାନୀ ରେଞ୍ଜର୍ସ ଟାର୍ଗେଟ କରିଛି । ଭାରତୀୟ ସୀମା ସୁରକ୍ଷା ବଳ ମଧ୍ୟ ପାଲଟା ଜବାବରେ ଗୁଳି ମାଡ ଜାରି ରଖିଛି । କାଶ୍ମୀରର ଆର୍ନିଆ ଏରିଆରେ ଏହି ସିଜ ଫାଏର ହୋଇଥିବା ଓ ଭାରତ ପକ୍ଷରୁ କଡା ମୁକାବିଲା କରାଯାଉଥିବା ବିଏସଏଫ ଟ୍ବିଟ କରି ସୂଚନା ଦେଇଛି ।

  • Jammu and Kashmir | Pakistan started unprovoked firing at the International Border in violation of the ceasefire in the RS Pura sector. Further details awaited: BSF

    — ANI (@ANI) October 26, 2023 " class="align-text-top noRightClick twitterSection" data=" ">

ବିଏସଏଫ ମିଳିଥିବା ସୂଚନା ଅନୁସାରେ, ଆଜି ରାତି ପ୍ରାୟ 8 ଟା ବେଳେ ପାକିସ୍ତାନ ପଟରୁ ଅତର୍କିତ ଗୁଳିମାଡ ହୋଇଛି । ଭାରତୀୟ ପୋଷ୍ଟକୁ ଏଥିରେ ଟାର୍ଗେଟ କରାଯାଇଛି । ବିଏସଏଫ ମଧ୍ୟ ପାଲଟା ଜବାବ ସ୍ବରୂପ ଗୁଳିମାଡ ଜାରି ରଖିଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ ।

ଜାମ୍ମୁ କାଶ୍ମୀର ତଥା ଲାଇନ ଅଫ୍ କଣ୍ଟ୍ରୋଲ୍ (LoC) ଅନ୍ୟାନ୍ୟ କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନ ଏକାଧିକ ଥର ସିଜ ଫାଏର କରିଛି । 2021 ମସିହା ଫେବୃଆରୀ 25 ତାରିଖରେ ଅସ୍ତ୍ରବିରତି ଉଲ୍ଲଂଘନ ଉପରେ ସମସ୍ତ ଚୁକ୍ତିନାମାକୁ ପାଳନ କରିବା ପାଇଁ ଉଭୟ ଭାରତ ଓ ପାକିସ୍ତାନ ଏକ ନୂତନ ରାଜିନାମା ସ୍ବାକ୍ଷରିତ କରିଥିଲେ । ମାତ୍ର ପାକିସ୍ତାନ ଭାରତୀୟ ସୁରକ୍ଷାବଳର ଟାର୍ଗେଟରୁ ଆତଙ୍କୀଙ୍କୁ ସୁରକ୍ଷା ଦେବା ପାଇଁ କଫର ଫାଏର ଭାବେ ଏକାଧିକ ଥର ଭାରତୀୟ ପୋଷ୍ଟକୁ ଗୁଳିମାଡ କରିବାର ଉଦାହରଣ ରହିଛି ।

ଏହା ମଧ୍ୟ ପଢନ୍ତୁ:- Encounter in J&K: ଘାଟିରେ ଏନକାଉଣ୍ଟର ଜାରି, 5 ଆତଙ୍କୀ ନିପାତ

ଅନ୍ୟପଟେ କିଛି ଦିନର ବ୍ୟବଧାନ ପରେ ଆଜି ଘାଟିରେ ପୁଣି ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଦକ୍ଷିଣ କାଶ୍ମୀର କୂପଓ୍ବାରାର ମଚଲ ସେକ୍ଟରରେ ଆଜି (ଗୁରୁବାର) ପୂର୍ବାହ୍ନରୁ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ 5 ଆତଙ୍କୀଙ୍କୁ ନିପାତ କରିବାରେ ସେନାକୁ ସଫଳତା ମିଳିଛି । ଏବେ ମଧ୍ୟ ଅପରେସନ ଜାରି ରହିଥିବା ସ୍ଥାନୀୟ ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏହାକୁ ଭଣ୍ଡୁର କରିବା ପାଇଁ ପାକିସ୍ତାନ ରେଞ୍ଜର୍ସ ଅସ୍ତ୍ରବିରତି ଉଲଙ୍ଘନ କରିଥାଏ ପାରେ ବୋଲି ମଧ୍ୟ ଅନୁମାନ କରାଯାଇପାରେ ।

ଗତମାସ (ସେପ୍ଟେମ୍ବର) ୧୬ ତାରିଖରେ ଜମ୍ମୁ-କାଶ୍ମୀର ବାରମୂଲା ଜିଲ୍ଲାର ଉରିରେ ଆତଙ୍କୀ ନିରୋଧୀ ଅପରେସନ ବେଳେ ସେନାର ୨ ଜଣ ଅଧିକାରୀ ଓ ସ୍ଥାନୀୟ ପୋଲିସର ଜଣେ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ଆତଙ୍କୀଙ୍କ ଗୁଳିରେ ଶହୀଦ ହୋଇଥିଲେ । ପରେ ଅନ୍ୟ ଜଣେ ଯବାନଙ୍କୁ ମିଶାଇ ଶହୀଦଙ୍କ ସଂଖ୍ୟା ୪ରେ ପହଞ୍ଚିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.