ETV Bharat / bharat

Chhattisgarh: ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ BSF ଯବାନ ! - ବିଏସଏଫ କ୍ୟାମ୍ପରେ ଅଘଟଣ

ଛତିଶଗଡର ଏକ ବିଏସଏଫ କ୍ୟାମ୍ପରେ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ । କିଛି ଦିନ ପୂର୍ବେ ଛୁଟିରେ ଘରକୁ ଯାଇ ଫେରିଥିଲେ । ସ୍ଥାନୀୟ ପୋଲିସ ଓ ବିଏସଏଫର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

Chhattisgarh: ସର୍ଭିସ ରାଇଫଲରୁ ଗୁଳି ନିଜକୁ ଗୁଳି କଲେ BSF ଯବାନ, ଘଟଣାସ୍ଥଳରେ ମୃତ

author img

By ETV Bharat Odisha Team

Published : Oct 29, 2023, 5:16 PM IST

ରାୟପୁର: ଛତିଶଗଡର କାଙ୍କେର ଜିଲ୍ଲାରେ ନକ୍ସଲ ଦମନ ପାଇଁ ନିୟୋଜିତ ହୋଇଥିବା ସୀମା ସୁରକ୍ଷା ବଳ (ବିଏସଏଫ) କ୍ୟାମ୍ପରେ ଅଘଟଣ ଘଟିଛି । ଯଣେ ଯବାନ ସର୍ଭିସ ରାଇଫଲରୁ ନିଜକୁ ଗୁଳି ଚଳାଇଛନ୍ତି । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଜୀବନ ହାରିଥିବା ଯବାନ ବାଲ୍ମିକୀ ସିହ୍ନା ଭାବେ ଚିହ୍ନଟ ହୋଇଛନ୍ତି । ଯବାନ ଜଣକ ଜୀବନ ହାରିବାର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନି । ତେବେ ସେ କିଛି ଦିନ ପୂର୍ବେ ଛୁଟିରେ ଘରକୁ ଯାଇ ଫେରିଥିଲେ । ବିଏସଏଫ ଓ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାଟି ରାଓଘାଟ ଥାନା କ୍ଷେତ୍ର ଅଧୀନ ସରଗିପାଲ ବିଏସଏଫ କ୍ୟାମ୍ପରେ ଘଟିଛି ।

ଘଟଣାର ପ୍ରାଥମିକ ତଦନ୍ତ ପରେ କାଙ୍କେର ଏସଏସପି ଖୋମନ ସିହ୍ନା କହିଛନ୍ତି, ନକ୍ସଲ ଦମନ ଅଭିଯାନରେ ବିଏସଏଫର ଏହି କ୍ୟାମ୍ପ ସଞ୍ଚାଳିତ ହେଉଥିଲା । ଗତକାଲି (ଶନିବାର) ଏହି ଯବାନ ଜଣକ ଦୈନଦିନ ପରି ନିୟମିତ ଡ୍ୟୁଟିରେ ନିୟୋଜିତ ଥିଲେ । ଏହି ସମୟରେ ସେ ନିଜ ସର୍ଭିସ ରାଇଫଲରୁ ନିଜକୁ ଗୁଳି ଚଳାଇଥିଲେ । ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବାକୁ ପ୍ରୟାସ କରାଯାଉଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଘଟଣାର ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ ବିଏସଏଫର ଉଚ୍ଚ ଅଧିକାରୀ କ୍ୟାମ୍ପରେ ପହଞ୍ଚିଛନ୍ତି । ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ମୃତ ଯବାନଙ୍କ ସମ୍ପର୍କରେ ବିଏସଏଫଠାରୁ ପୋଲିସ ତଥ୍ୟ ସଂଗ୍ରହ କରୁଛି । ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଯୋଗାଯୋଗ କରାଯାଉଛି । ବ୍ୟକ୍ତିଗତ କାରଣରୁ ନା ଡ୍ୟୁଟି ପାଇଁ ଯବାନ ଜଣକ ମାନସିକ ଅବସାଦ ମଧ୍ୟରେ ଥିଲେ ତାହା ତଦନ୍ତ କରାଯାଉଛି । ଏପରି ଚରମ ନିଷ୍ପତ୍ତି ନେବା ପୂର୍ବରୁ କାର୍ଯ୍ୟରତ ଯବାନଙ୍କର କ୍ୟାମ୍ପରେ କିପରି ଆଚରଣ ଥିଲା, ତାହା ମଧ୍ୟ ତଦନ୍ତ କରାଯାଉଛି । ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ଏସଏସପି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- West Asia crisis: ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି

ତେବେ ପୂର୍ବ ଭାରତର ଲାଲଗଡ ଭାବେ କୁଖ୍ୟାତି ଅର୍ଜନ କରିଥିବା ଛତିଶଗଡରେ ନକ୍ସଲ ଦମନରେ ନିୟୋଜିତ କେନ୍ଦ୍ରୀୟ ଫୋର୍ସର ଯବାନ ଏପରି ଚରମ ନିଷ୍ପତ୍ତି ଗ୍ରହଣ କରିବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏପରି କିଛି ଘଟଣାର ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.