ନୂଆଦିଲ୍ଲୀ: ଜମ୍ମୁର ଅନନ୍ତନାଗ ଜିଲ୍ଲାର ଥିବା BSF କ୍ୟାମ୍ପ୍ରେ ନିଜକୁ ଗୁଳିକଲେ ଜଣେ କନଷ୍ଟେବଳ । ମୃତ ଯବାନ ଜଣକ ଆସାମ୍ର ୪୩ ବର୍ଷୀୟ ଏନ୍ ହଜାରିକା ବୋଲି ଜଣା ପଡ଼ିଛି । ଶୁକ୍ରବାର ଦିନ ୧୧.୩୦ରେ ସେ ନିଜ ସର୍ଭିସ୍ ରାଇଫଲ୍ରେ ନିଜକୁ ଗୁଳି କରିଛନ୍ତି । ଏହାକୁ ନେଇ ବିଏସ୍ଏଫ୍ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଏନ୍ ହଜାରିକା ୧୦୮ ବାଟାଲିୟନର ଏଫ୍ କମ୍ପାନୀରେ କାର୍ଯ୍ୟରତ ଥିଲେ । ସେ ୨୦୦୪ରେ ସେନାରେ ଯୋଗ ଦେଇଥିଲେ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ । ଏହାକୁ ନେଇ ସେନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।