ETV Bharat / bharat

Brutal Murder in Hyderabad: ଏକତରଫା ପ୍ରେମରୁ ସାଙ୍ଗକୁ ହତ୍ୟା

author img

By

Published : Feb 25, 2023, 10:45 PM IST

ଏକତରଫା ପ୍ରେମରୁ ସାଙ୍ଗକୁ ହତ୍ୟା । ହାଇଦ୍ରାବାଦରେ ଘଟିଛି ଘଟଣା । ଅଧିକ ପଢନ୍ତୁ

Brutal Murder in Hyderabad: ପ୍ରେମିକାର ନିକଟବର୍ତ୍ତୀ ହେବାରୁ ସାଙ୍ଗକୁ ହତ୍ୟା କଲା ଯୁବକ

ହାଇଦ୍ରାବାଦ: ଏକତରଫା ପ୍ରେମିକାର ନିକଟତର ହେବାରୁ ବନ୍ଧୁକୁ ହତ୍ୟା କଲା ବନ୍ଧୁ । ଏପରି ଏକ ଲୋମଟାଙ୍କୁରା ହତ୍ୟାକଣ୍ଡ ହାଇଦ୍ରାବାଦରେ ଦେଖିବାକୁ ମିଳିଛି । ଏହି ହତ୍ୟାକାଣ୍ଡ ରଙ୍ଗାରେଡ୍ଡୀ ଜିଲ୍ଲାର ଅବଦୁଲ୍ଲାପୁରମେଟ ପୋଲିସ ଷ୍ଟେସନ ଅଧୀନରେ ଘଟିଛି ଏପରି ଏକ ହତ୍ୟାକାଣ୍ଡ । ଚଳିତମାସର 17 ତାରିଖରେ ପ୍ରେମ ବ୍ୟାପାରକୁ ନେଇ ତିକ୍ତତା ସୃଷ୍ଟି ହେବା ସହ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଫଳରେ ଜଣେ ବନ୍ଧୁ ଅନ୍ୟଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି । ହତ୍ୟାର ଶିକାର ହୋଇଥିବା ନବୀନ ବୋଡୁପାଲର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବି.ଟେକ୍ ଶେଷ ବର୍ଷର ଛାତ୍ର । ସେହିପରି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ମଧ୍ୟ ଉକ୍ତ କଲେଜର ହରେକୃଷ୍ଣ ବୋଲି ପୋଲିସ କହିଛି ।

ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡ ପଛରେ ପ୍ରେମ ବ୍ୟାପାର ହିଁ ମୁଖ୍ୟ କାରଣ । ଏହାପୂର୍ବରୁ ଦିଲସୁଖନଗରର ଏକ ଘରୋଇ କଲେଜରେ ହରିକୃଷ୍ଣ, ନବୀନ ଏବଂ ଜଣେ ଯୁବତୀ ସହପାଠୀ ଥିଲେ । ଉଭୟ ନବୀନ ଏବଂ ହର୍ଷକୃଷ୍ଣ ଏହି ଯୁବତୀଙ୍କୁ ପ୍ରେମ କରୁଥିଲେ । କିନ୍ତୁ ଯୁବତୀଜଣଙ୍କ ନବୀନଙ୍କୁ ଭଲ ପାଉଥିଲା । ଅଭିଯୁକ୍ତ ହର୍ଷକୃଷ୍ଣ, ଏହାକୁ ହଜମ କରିପାରିନଥିଲେ, ନବୀନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ । ଏହି କ୍ରମରେ, ଏହି ମାସର 17 ତାରିଖ ସନ୍ଧ୍ୟାରେ ସେ ନାଲଗୋଣ୍ଡାର ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟରେ ପଢୁଥିବା ନବୀନଙ୍କୁ ଡାକିଥିଲା । ପୂର୍ବ ଯୋଜନା ମୁତାବକ ନବୀନଙ୍କୁ ଏକ ଅଜ୍ଞତା ସ୍ଥାନକୁ ଡାକି ନେଇ ହତ୍ୟା କରିଥିଲା ।

ହତ୍ୟାର ଶିକାର ହୋଇଥିବା ନବୀନଙ୍କ ପିତାମାତା ସ୍ଥାନୀୟ ଥାନାରେ ନିଖୋଜ ଅଭିଯୋଗ ପରେ ପୋଲିସ ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଏହି ହତ୍ୟା ଷଡଯନ୍ତ୍ର ବୋଲି ପର୍ଦ୍ଦାଫାସ ହୋଇଛି । ନାଲଗୋଣ୍ଡାର ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟରେ ପଢୁଥିବା ନବୀନ 17 ତାରିଖରେ ବାହାରକୁ ଯାଇ କଲେଜକୁ ଫେରିନଥିଲେ । ଏନେଇ ଅଭିଯୋଗ କରାଯିବା ପରେ ପୋଲିସ ବିଭିନ୍ନ ଦିଗରୁ ଏହାର ତଦନ୍ତ କରି ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଛି । ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅଭିଯୁକ୍ତକୁ ଜେରା କରାଯାଉଛି । ପ୍ରାଥମିକ ଭାବେ ଏହା ଏକ ଏକତରଫା ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ପୋଲିସ ସ୍ପଷ୍ଟ କରିଛି । ଅଭିଯୁକ୍ତମଧ୍ୟ ହତ୍ୟା ନେଇ ପୋଲିସ ନିକଟଚରେ ସ୍ବୀକାର କରିଥିବା ସୂଚନା ମିଳିଛି । ପୋଲିସର ଏକ ଟିମ କଲେଜରେ ପହଞ୍ଚି ସହପାଠୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ତଦନ୍ତ ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.