ETV Bharat / bharat

ପରିବାର ବିନା ସମ୍ମତିରେ ବିବାହ କଲା ଭଉଣୀ, ଭାଇ ପୋଛି ଦେଲା ମଥା ସିନ୍ଦୁର - ପରିବାରର ସମ୍ମତିବିନା ବିବାହ କରିବାରୁ ଭଉଣୀକୁ ବିଭତ୍ସଭାବେ ହତ୍ୟା କଲା ଭାଇ

ଭାଇ ହେଲା ଭଗାରୀ । ପରିବାର ବିନା ସମ୍ମତିରେ ପ୍ରେମ ବିବାହ କରିବାରୁ ଭଉଣୀକୁ ବିଭତ୍ସ ଭାବେ ହତ୍ୟାକଲା ଭାଇ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବରେ । ଅଧିକ ପଢନ୍ତୁ

ପରିବାରର ସମ୍ମତିବିନା ବିବାହ କରିବାରୁ ଭଉଣୀକୁ ବିଭତ୍ସଭାବେ ହତ୍ୟା କଲା ଭାଇ

author img

By

Published : Jun 19, 2022, 12:18 PM IST

ଚଣ୍ଡିଗଡ: ରାକ୍ଷୀ ବାନ୍ଧିଥିଲା ରଖିବ ମାନ । ସବୁ ବିପଦ ଆପଦରୁ ରକ୍ଷା କରିବ । ଭଉଣୀ ଆଖିରେ ଦେବନି ଲୁହ । ହେଲେ ପରିବାରର ବିନା ସମ୍ମତିରେ ବିବାହ କରିବାରୁ ଭାଇ ସାଜିଲା ହତ୍ୟାକାରୀ । ନିଜେ ପୋଛି ଦେଲା ଭଉଣୀ ମଥାର ସିନ୍ଦୁର । ସଧବାରୁ ସଜେଇ ଦେଲା ବିଧବା । ଏପରି ଏକ ଦୁଃଖଦ ଘଟଣା ଘଟି ଯାଇଛି ପଞ୍ଜାବରେ । ଯେଉଁଠି ଭାଇ ନିଜ ଭିଣୋଇଙ୍କୁ ହତ୍ୟା କରିବାକୁ ପଛାଇନାହିଁ । ମୃତ ଯୁବତୀ ହେଲେ ସ୍ନେହା ।

ଖବରଅନୁଯାୟୀ, ୨୧ ବର୍ଷୀୟ ସ୍ନେହା ନାମକ ଜଣେ ଯୁବତୀ ରଞ୍ଜନ ଯୋଶୀ ନାମକ ଜଣେ ଯୁବକକୁ କୋର୍ଟରେ ବିବାହ କରିଥିଲେ । କିନ୍ତୁ ଏହି ବିବାହରେ ସ୍ନେହାଙ୍କ ପରିବାରଲୋକ କେହିବି ଖୁସି ନଥିଲେ । ଗତ ଶୁକ୍ରବାର ଦିନ ରାତି ୮ଟା ସମୟରେ ସ୍ନେହାଙ୍କ ଭାଇ ରୋହିତ ଏବଂ ତାଙ୍କ ସମ୍ପର୍କୀୟ ସ୍ନେହାକୁ ଘର ବାହାରକୁ ଡାକିଥିଲେ । ସ୍ନେହାକୁ ବାହାରକୁ ଡାକି ଦୁହେଁ ସ୍ନେହାକୁ ବିଭତ୍ସ ଭାବେ ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ପଟ୍ଟି ଥାନାର ଅଧିକାରୀ ବଲଜିନ୍ଦର ସିଂ କହିଛନ୍ତି ଯେ, "ଧାରା ୩୦୨ ଏବଂ ୩୪ ଅନୁଯାୟୀ ମାମଲା ଦାୟର କରାଯାଇଛି । ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନଥିଲେ ହେଁ ଖୁବଶୀଘ୍ର ଗିରଫ କରାଯିବ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.