ETV Bharat / bharat

ଡ୍ରେସ ଧୋଇବାକୁ ମନା କରିବାରୁ ଭଉଣୀକୁ ହତ୍ୟା କଲା ଭାଇ - ହରିୟାଣା ହତ୍ୟାକାଣ୍ଡ

ଡ୍ରେସ ଧୋଇବାକୁ ମନା କରିବାରୁ ଭଉଣୀକୁ ହତ୍ୟା କଲା ଭାଇ । ହରିୟାଣା ପାନିପଥ ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

ଡ୍ରେସ ଧୋଇବାକୁ ମନା କରିବାରୁ ଭଉଣୀକୁ ହତ୍ୟା
ଡ୍ରେସ ଧୋଇବାକୁ ମନା କରିବାରୁ ଭଉଣୀକୁ ହତ୍ୟା
author img

By

Published : Apr 7, 2023, 9:34 AM IST

ଚଣ୍ଡିଗଡ: କଥାରେ ଅଛି ରାଗ ବ୍ରହ୍ମଚଣ୍ଡାଳ । ରାଗରେ ମଣିଷ କ'ଣ କରି ବସେ ନିଜେ ଜାଣିପାରେ ନାହିଁ । ସେମିତି କିଛି ଘଟିଛି ହରିୟାଣା ପାନିପଥ ଜିଲ୍ଲାରେ । ସାମାନ୍ୟ ଝଗଡାରୁ ଏଠାରେ ଜଣେ ୧୬ ବର୍ଷୀୟା ନାବାଳିକାକୁ ତା'ର ଭାଇ ହତ୍ୟା କରିଛି । ଝିଅଟିର ଭୁଲ୍ ଏତିକି ଥିଲା ଯେ ସେ ତା' ଭାଇର ଡ୍ରେସ ସଫା କରିବାକୁ ମନା କରିଥିଲା । ଏତିକିରେ ଭାଇ ରାଗି ଯାଇ ଭଉଣୀର ମୁଣ୍ଡକୁ କାନ୍ଥରେ ପିଟି ପଟି ହତ୍ୟା କରିଛି । ଏନେଇ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଭାଇକୁ ଧରିବାକୁ ଖୋଜାଖୋଜି କରୁଛି ।

ମୃତ ନାବାଳିକାର ମାଆଙ୍କ କହିବା ଅନୁସାରେ, ସେମାନେ ବିହାର ବେତିୟା ଜିଲ୍ଲାର ମୂଳ ବାସିନ୍ଦା । କାମ ସନ୍ଧାନରେ କିଛି ବର୍ଷ ତଳେ ପାନିପାଥ ଆସିଥିଲେ । ପାନିପଥ ଜିଲ୍ଲା ଭାବରା ଗାଁରେ ମଜୁରି ଲାଗି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ଗତ ୩୧ ତାରିଖ ଦିନ ସେ ବଜାରକୁ ପରିବାକୁ ଆଣିବାକୁ ଯାଇଥିଲେ । ଘରକୁ ଫେରି ଦେଖିଲା ବେଳକୁ ଅଗଣାରେ ତାଙ୍କର ୧୬ ବର୍ଷୀୟା ଝିଅ ଅଚେତ୍ ହୋଇ ପଡିଥିଲା । ସାନ ଝିଅକୁ ପଚାରିବାରୁ ଭାଇ ଏପରି ଅବସ୍ଥା କରିଥିବା ସେ ମାଆ ଆଗରେ କହିଥିଲା ।

ଏହାମଧ୍ୟ ପଢନ୍ତୁ: ଦୁଧବା ରିଜର୍ଭରେ ବଢିଲା ବାଘଙ୍କ ସଂଖ୍ୟା, କ୍ୟାମରାରେ କଏଦ ୫ ଛୁଆ

ଭାଇ ସୁଧୀର ନାବାଳିକା ଭଉଣୀକୁ ନିଜର ଡ୍ରେସ ସଫା କରିବାକୁ କହିଥିଲା । ହେଲେ ଝିଅଟି ମନା କରିଦେଇଥିଲା । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ବାସ୍ ଏତିକି ଭାଇ ମୁଣ୍ଡରେ ଚଢିଥିଲା ପିତ । ସାନ ଭଉଣୀର ମୁଣ୍ଡକୁ କାନ୍ଥରେ ପିଟିବାକୁ ଲାଗିଥିଲା । ଥରେ କି ଦୁଇ ଥର ନୁହେଁ, ୪ ଥର ସେ ନିଜ ଭଉଣୀ ମୁଣ୍ଡକୁ କାନ୍ଥରେ ଜୋରରେ ପିଟିଥିଲା । ଫଳରେ ଝିଅଟି ବେହୋସ୍ ହୋଇଯାଇଥିଲା । ଏହାପରେ ମାଆ ନାବାଳିକାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଚାରି ଦିନ ପରେ ଝିଅଟିର ମୃତ୍ୟୁ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: Tamil Nadu Fake Video: ବିହାର ୟୁଟ୍ୟୁବର ମନୀଷ କଶ୍ୟପଙ୍କ ବିରୋଧରେ ଲାଗିଲା NSA

ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଭାଇକୁ ଧରିବାକୁ ଖୋଜାଖୋଜି ଚଳାଇଛି । ତେବେ ସାମାନ୍ୟ ଡ୍ରେସ ଧୋଇବାରୁ ମନା କରିବାକୁ ଭାଇ ନିଜ ଭଉଣୀକୁ ଏପରି ଭାବେ ହତ୍ୟା କରିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.