ETV Bharat / bharat

ଶ୍ୟାମଳ ରଙ୍ଗ ପାଇଁ ବେଦୀରେ ବାହାଘର ଭାଙ୍ଗିଲା କନ୍ୟା, ଶିଶୁପାଳ ହୋଇ ଫେରିଲା ବର - ସୋସିଆଲ ମିଡିଆରେ ଭାଇରାଲ

ଫୁଲମାଳ ପିନ୍ଧାଇବା ମଞ୍ଚରେ ବୟସ୍କ ଓ ଶ୍ୟାମଳ ରଙ୍ଗର ବରକୁ ଦେଖି ବିବାହ ଭାଙ୍ଗିଲା କନ୍ୟା । ଅଧିକ ପଢନ୍ତୁ

Bride Refused to Marry After Seeing Dark Complexion Groom

author img

By

Published : May 18, 2023, 12:12 PM IST

Bride Refused to Marry After Seeing Dark Complexion Groom

ପାଟନା: ବରର ଅଧିକ ବୟସ ଓ ଶ୍ୟାମଳ ରଙ୍ଗକୁ ଦେଖି ବାହାଘର ଭାଙ୍ଗିଲା କନ୍ୟା । ବିହାରର ଭାଗଲପୁର ଜିଲ୍ଲାର କହଲଗାଁର ରସଲପୁର ଗାଁରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ବିନୋଦ ମଣ୍ଡଳଙ୍କ ଝିଅ କିଟୁ କୁମାରୀ ଧନୋରା ନିବାସୀ ଡକ୍ଟର ବିରେନ୍ଦ୍ର ସିଂଙ୍କ ପୁଅ ନୀଲେଶ କୁମାର ସିଂଙ୍କୁ ବିବାହ ହେବାକୁ ଥିଲା । ଏହି ଖୁସିର ମୁହୂର୍ତ୍ତକୁ କନ୍ୟା ଏବଂ ବର ପକ୍ଷ ଲୋକ ଭିଡିଓ ମଧ୍ୟ କରୁଥିଲେ । ହେଲେ ଏହି ସମୟରେ ମଞ୍ଚରେ କନ୍ୟା କିଟୁ କୁମାରୀ ବରକୁ ଫୁଲମାଳ ପିନ୍ଧାଇବା ଓ ତିଲକ ଲଗାଇବାକୁ ମନା କରିଦେଇଥିଲେ।

ଏହି ଘଟଣାକୁ ନେଇ କନ୍ୟାକୁ ପରିବାର ଲୋକ ବୁଝାଇବା ସତ୍ତ୍ବେ ସେ ମାନି ନଥିଲେ । ଏହା ପରେ ପୁଅର ପରିବାର ଲୋକ କନ୍ୟା ଘରର ଲୋକଙ୍କୁ ଅନେକ କଥା କହିଥିଲେ । ତଥାପି କନ୍ୟା ନିଜ ନିଷ୍ପତ୍ତିରେ ଜିଦ୍ ଧରିଥିଲେ । ଯାହା ପରେ ଶିଶୁପାଳ ହୋଇ ବରକୁ ଫେରିବାକୁ ପଡିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, କନ୍ୟା ବରକୁ ମଞ୍ଚରେ ଦେଖିବା ମାତ୍ରେ ତାଙ୍କର ମନ ବଦଳି ଯାଇଥିଲା । କ୍ରୋଧିତ ହୋଇ କନ୍ୟା ବିବାହ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ । ଏହା ପରେ ସମସ୍ତେ କନ୍ୟାକୁ ବିବାହ ନ କରିବାର କାରଣ ପଚାରିଥିବା ବେଳେ ବରର ବୟସ ଓ ଶ୍ୟାମଳ ରଙ୍ଗକୁ ନେଇ ବାହାଘର ଭାଙ୍ଗିବାର କାରଣ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁୃ- ବର୍ଷେ ହେଲା ପାକିସ୍ତାନ ଜେଲରେ ଉତ୍ତର ପ୍ରଦେଶ ଯୁବକ, ଗିରଫ କରିଥିଲା ପାକିସ୍ତାନ ନୌସେନା

ଏହି ଘଟଣାକୁ ନେଇ ଜଣେ ବ୍ୟକ୍ତି କହିଛନ୍ତି ଯେ, ତୁମର ଏହି ନିଷ୍ପତ୍ତି ଦ୍ୱାରା ବର ବହୁତ ଅପମାନିତ ହେବ । ଅନ୍ୟପଟେ କନ୍ୟାର ପିତାମାତାଙ୍କ ସମେତ ସମସ୍ତ ସମ୍ପର୍କୀୟମାନେ ମଧ୍ୟ ବରକୁ ଫୁଲମାଳ ପିନ୍ଧାଇବାକୁ କହିଥିଲେ । ସମସ୍ତେ କନ୍ୟାକୁ ନିବେଦନ କରିବା ସହିତ ତାଙ୍କୁ ବହୁତ ଗାଳି ମଧ୍ୟ ଦେଇଥିଲେ । କିନ୍ତୁ କନ୍ୟା ତାଙ୍କ ନିଷ୍ପତ୍ତିକୁ ବଦଳାଇ ନଥିଲେ ଏବଂ ବିବାହ କରିବାକୁ ମନା କରି ମଞ୍ଚରୁ ଓହ୍ଲାଇ ନିଜ ଘରକୁ ପଳାଇଥିଲେ । ଏନେଇ ବରର ପିତା ମଧ୍ୟ କନ୍ୟାକୁ ମନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କନ୍ୟା ରାଜି ହୋଇ ନଥିଲେ । ତେବେ ଏନେଇ ବରର ପିତା ଡକ୍ଟର ବିରେନ୍ଦ୍ର ସିଂ କହିଛନ୍ତି ଯେ, କନ୍ୟା ବିବାହ ପାଇଁ ମନା କରିଦେଲା । ଏହାର କାରଣ ଆମେ ଜାଣିନୁ । ସମସ୍ତେ ଏହାର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.