ETV Bharat / bharat

Gorakhpur-Lucknow Vande Bharat: ଶୁଭାରମ୍ଭ କଲେ ମୋଦି, ବର୍ଷା ସତ୍ତ୍ବେ ସ୍ବାଗତ ପାଇଁ ଲମ୍ବା ଲାଇନ - ବନ୍ଦେ ଭାରତ ଏକ୍ସପ୍ରେସ

ଉତ୍ତରପ୍ରଦେଶକୁ ମିଳିଲା ଦ୍ବିତୀୟ ବନ୍ଦେ ଭାରତ । ଗୋରଖପୁର-ଲକ୍ଷ୍ନୌ ବନ୍ଦେ ଭାରତର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 7, 2023, 9:35 PM IST

ଲକ୍ଷ୍ନୌ: ଗୋରଖପୁର-ଲକ୍ଷ୍ନୌ ବନ୍ଦେ ଭାରତର ଶୁଭାରମ୍ଭ କଲେ ଉତ୍ତରପ୍ରଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ଉତ୍ତରପ୍ରଦେଶକୁ ମିଳିଲା ଦ୍ବିତୀୟ ବନ୍ଦେ ଭାରତ । ଏହା ପୂର୍ବରୁ ବାରଣାସୀ ଓ ଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଟ୍ରେନ ସେବା ଆରମ୍ଭ ହୋଇଥିଲା । ଆଜି ଖାସ କଥା ହେଉଛି ଗୋରଖପୁରରେ ପ୍ରବଳ ବର୍ଷା ସତ୍ତ୍ବେ ବନ୍ଦେ ଭାରତର ସ୍ବାଗତ କରିବା ଲାଗି ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।

ଗୋରଖପୁର ଷ୍ଟେସନର ପ୍ଲାଟଫର୍ମ ନମ୍ବର-1ରେ ଟ୍ରେନ ପହଞ୍ଚିବା ପୂର୍ବରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ହେଲେ ରାସ୍ତାକଡ଼ରେ, ଫ୍ଲାଏଓଭର ଓ ବାଲକୋନିରେ ଲୋକେ ବନ୍ଦେ ଭାରତକୁ ସ୍ବାଗତ ଲାଗି ଏକତ୍ରିତ ହୋଇଥିଲେ । ଟ୍ରେନ ଲକ୍ଷ୍ନୌ ଅଭିମୁଖେ ବାହାରିଥିବା ବେଳେ ଅଯୋଧ୍ୟା ସମେତ 7ଟି ଷ୍ଟେସନ ନିକଟରେ ଅଟକିଥିଲା । ଏହି ସମୟରେ କୌତୁହଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ଲାଟଫର୍ମରେ ଟ୍ରେନ ରହିବା ମାତ୍ରେ କିଛି ଯୁବପୀଢି ନିଜ ନିଜର ପରଫେକ୍ଟ ସେଲ୍ଫି ନେବା ଲାଗି ପୋଜ୍‌ ଦେବା ଆରମ୍ଭ କରିଥିଲେ । ଏହାସହିତ 'ବନ୍ଦେ ମାତରମ' ଓ 'ଭାରତ ମାତା କି ଜୟ' ନାରା ଦେଇଥିଲେ ଯାତ୍ରୀ । କିଛି ଷ୍ଟେସନରେ ପାରମ୍ପରିକ ବେଶଭୂଷା ଓ ବାଦ୍ୟ ସହିତ କିଛି ନୃତ୍ୟ ଶିଳ୍ପୀ ବନ୍ଦେ ଭାରତକୁ ସ୍ବାଗତ କରିଥିଲେ ।

ଏହା ବି ପଢନ୍ତୁ- ଧାରୱାନ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ

ଆସନ୍ତା 9 ତାରିଖଠାରୁ ଟ୍ରେନ ଚଳାଚଳ ଆରମ୍ଭ ହେବା ପରେ ଏହା କେବଳ 2ଟି ଷ୍ଟେସନ ବସ୍ତି ଓ ଅଯୋଧ୍ୟାରେ ହିଁ ଅଟକିବ । ଶନିବାର ବ୍ୟତୀତ ସପ୍ତାହର 6 ଦିନ ପାଖାପାଖି 550 ଯାତ୍ରୀଙ୍କୁ ନେଇ ଏହି ଟ୍ରେନ ଯାତ୍ରା କରିବ । ଟ୍ରେନରେ 7ଟି ଚେୟାର କାର୍ସ ଓ ଗୋଟିଏ ଏକ୍ସିକ୍ୟୁଟିଭ କ୍ଲାସ କୋଚ ରହିଛି । ଚେୟାର କାରର ଭଡ଼ା 724 ଟଙ୍କା ହୋଇଥିବା ବେଳେ ଏକ୍ସିକ୍ୟୁଟିଭ କ୍ଲାସ ସିଟ ଲାଗି 1470 ଟଙ୍କା ରହିଛି । ଏହି ଯାତ୍ରା ସମୟରେ ଯାତ୍ରୀଙ୍କୁ IRCTC ଦ୍ବାରା ଉନ୍ନତ ମାନ ବଜାୟ ରଖୁଥିବା ମିଲ୍ସ, ସ୍ନାକ୍ସ ଓ ମୃଦୁପାନୀୟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।

ଅନ୍ୟପଟେ ଯାତ୍ରୀମାନେ ଗୋରଖପୁରରୁ ଲକ୍ଷ୍ନୌକୁ ଯାତ୍ରା ଲାଗି ବନ୍ଦେ ଭାରତ ଟିକେଟ ଅଧିକ ମହଙ୍ଗା ବୋଲି କହିଛନ୍ତି । ଏହି ଷ୍ଟେସନ ଦେଇ ଯାଉଥିବା ଅନ୍ୟ ଇଣ୍ଟରସିଟି ଟ୍ରେନର ଟିକେଟ ମୂଲ୍ୟ 125 ଟଙ୍କା ରହିଥିବା ବେଳେ ବନ୍ଦେ ଭାରତ ଟିକେଟର ମୂଲ୍ୟ ରହିଇ 724 ଟଙ୍କା । ଏହାର ମୂଲ୍ୟ ହ୍ରାସ ଲାଗି ସାଧାରଣରେ ଦାବି ଉଠିଛି । ଅର୍ଥ ହ୍ରାସ କଲେ ସାଧାରଣ ଲୋକେ ମଧ୍ୟ ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.