ETV Bharat / bharat

BrahMos Scores Two Direct Strikes: ଗୋଟିଏ ଟାର୍ଗେଟକୁ ଦୁଇ ଥର ହିଟ୍ କଲା ବ୍ରହ୍ମୋସ - ଯୁଦ୍ଧ ବିମାନରୁ ବ୍ରହ୍ମୋସ ପରୀକ୍ଷଣ

ମଙ୍ଗଳବାର ବ୍ରହ୍ମୋସର ଦୁଇଟି ଯାକ ପରୀକ୍ଷଣ ସଫଳ ହୋଇଥିଲା । ସଠିକତାର ସହ ନିର୍ଦ୍ଧାରିତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା ବ୍ରହ୍ମୋସ । ଆଜି ବ୍ରହ୍ମୋସର ଗୋଟିଏ ଟାର୍ଗେଟକୁ ଦୁଇ ଥର ହିଟ୍ ଫଟୋ ସେୟାର ହୋଇଛି । ଅଧିକ ପଢନ୍ତୁ ଅଧିକ ପଢନ୍ତୁ

ଦୁଇ ପୃଥକ ପରରୀକ୍ଷଣରେ ଲଢୁଆ ବିମାନ ଓ ଯୁଦ୍ଧ ହାଜାଜରୁ ଗୋଟିଏ ଟାର୍ଗେଟକୁ ସଫଳ ଲକ୍ଷ୍ୟଭେଦ କଲା ବ୍ରହ୍ମୋସ

author img

By

Published : Apr 20, 2022, 4:11 PM IST

ନୂଆଦିଲ୍ଲୀ: ଗତକାଲି (ମଙ୍ଗଳବାର) ବ୍ରହ୍ମୋସ କ୍ଷେପଣାସ୍ତ୍ରର ଦୁଇଟି ପୃଥକ ପରୀକ୍ଷଣ ସଫଳ ହୋଇଥିଲା । ପ୍ରଥମ ପରୀକ୍ଷଣଟି ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ- 30 ଏମକେଆଇରୁ ହୋଇଥବା ବେଳେ ଦ୍ବିତୀୟଟି ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ଦିଲ୍ଲୀରୁ ପରୀକ୍ଷଣ ହୋଇଥିଲା । ତେବେ ଦୁଇଟି ଯାକ ପରୀକ୍ଷଣ ସଫଳ ହୋଇଥିଲା । ସଠିକତାର ସହ ନିର୍ଦ୍ଧାରିତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା ବ୍ରହ୍ମୋସ । ଆଜି ବ୍ରହ୍ମୋସର ଗୋଟିଏ ଟାର୍ଗେଟକୁ ଦୁଇ ଥର ହିଟ୍ ଫଟୋ ସେୟାର ହୋଇଛି ।

  • A BrahMos supersonic cruise missile was testfired by the Indian Navy warship INS Delhi on Apr 19. The missile without warhead created a hole in the abandoned ship. The missile travels at speeds around 3000 kmph & is difficult to intercept by air defence systems: BrahMos officials pic.twitter.com/65J6uUirFE

    — ANI (@ANI) April 20, 2022 " class="align-text-top noRightClick twitterSection" data=" ">

ସୁଦୂର ସମୁଦ୍ର ମଝିରେ ଏହି ପରୀକ୍ଷଣ ପାଇଁ ଏକ ଟାର୍ଗେଟ ରଖାଯାଇଥିଲା । ନୌସେନାର ଏକ ସେବାନିବୃତ୍ତ ପୁରୁଣା ଯୁଦ୍ଧ ଜାହଜକୁ ଲକ୍ଷ୍ୟ ଭାବେ କରାଯାଇଥିଲା ବ୍ୟବହାର । ତେବେ ଦୁଇଟି ପରୀକ୍ଷଣରେ ସଠିକ ପ୍ରହାର କରି ବ୍ରହ୍ମୋସ । ଗତକାଲିର ପରୀକ୍ଷଣ ବେସ ଜଟିଳ ଥିଲା । ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରାୟ 3000 ହଜାର କିମି ପ୍ରତି ଘଣ୍ଟା ବେଗରେ ଟାର୍ଗଟ ହିଟ କରିଥିଲା । ଉଭୟ ପରୀକ୍ଷଣ ଭାରତୀୟ ବାୟୁସେନା ଓ ନୌସେନା ମଧ୍ୟରେ ସ୍ପରସ୍ପର ସହଯୋଗ ଓ ସମନ୍ବୟ ରକ୍ଷା କରି ସଫଳତାର ସହ ଶେଷ କରିଥିବା ସୂଚନା ମିଳିଛି ।

ଭାରତ-ଋଷ ମିଳିତ ଜ୍ଞାନ କୌଶଳରେ ନିର୍ମିତ ଓ ପରେ ବିକଶିତ ଅତ୍ୟାଧୁନିକ କ୍ରୁଜ ଶ୍ରେଣୀର କ୍ଷେପଣାସ୍ତ୍ର ବ୍ରହ୍ମୋସ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାରେ ଗେମ୍ ଚେଞ୍ଜର ମିସାଇଲ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମତ ରଖିଛନ୍ତି । ଆଗାମୀ ଦିନରେ ମଧ୍ୟ ଏହାର ଏକାଧିକ ପରୀକ୍ଷଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ପ୍ରତିରକ୍ଷା ସୂତ୍ରରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.