ETV Bharat / bharat

ପ୍ରେମିକାକୁ ପିଜା ଦେବାକୁ ଆସିଥିଲେ, ବାପା ଆସିବାରୁ 4 ମହଲା ଛାତରୁ ଡେଇଁ ପଡିଲେ ପ୍ରେମିକ

author img

By

Published : Aug 9, 2023, 7:04 AM IST

ପ୍ରେମିକାକୁ ପିଜା ଦେବାକୁ ଆସି 4 ମହଲା ଛାତ ଉପରୁ ଖସି ପଡିଲେ ଯୁବକ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ବେଳେ ଯୁବକଙ୍କ ମୃତ୍ୟୁ । କେଉଁଠି ଘଟିଛି ଏଭଳି ଘଟଣା ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ଛାତରୁ ଖସି ପ୍ରେମିକ ମୃତ
ଛାତରୁ ଖସି ପ୍ରେମିକ ମୃତ

ହାଇଦ୍ରାବାଦ: ପ୍ରେମିକାକୁ ପିଜା ଦେବାକୁ ଆସି 4 ମହଲା ଛାତ ଉପରୁ ଖସି ପଡିଲେ ଯୁବକ । ଛାତ ଉପରେ ପ୍ରେମିକା ସହ କଥା ହେଉଥିବା ବେଳେ ଘଟିଲା ଅଘଟଣ । ପ୍ରେମିକାର ବାପାକୁ ଡରି ଛାତ ଉପରୁ ଡେଇଁ ପଡି଼ଥିଲେ ଯୁବକ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ବେଳେ ଯୁବକଙ୍କ ମୃତ୍ୟୁ ଘଟିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ବୋରବନ୍ଦା ଅଞ୍ଚଳରେ ।

ସୂଚନା ଅନୁସାରେ, 20 ବର୍ଷୀୟ ସୋଏବ ନାମକ ଜଣେ ଯୁବକ ହାଇଦ୍ରାବାଦର ବୋରବନ୍ଦା ଅଞ୍ଚଳରେ ଥିବା ଏକ ବେକେରୀ ସପ୍‌ରେ ଡେଲିଭରି ବୟ ଭାବରେ କାମ କରନ୍ତି । କିଛିଦିନ ପୂର୍ବରୁ ସେହି ଅଞ୍ଚଳର ଜଣେ ଯୁବତୀଙ୍କ ସହ ସୋଏବଙ୍କ ପରିଚିତ ହୋଇଥିଲା । ଧିରେ ଧିରେ ଏହା ପ୍ରେମରେ ପରିଣତ ହେବା ସହ ଦୁହେଁ ଦୁହିଁକୁ ଭଲପାଇ ବସିଥିଲେ । ତେବେ ଶନିବାର ରାତିରେ ଯୁବତୀ ଜଣଙ୍କ ସୋଏବଙ୍କୁ ପିଜା ଆଣିଦେବା ପାଇଁ କହିଥିଲେ । ଏହାପରେ ସୋଏବ ମଧ୍ୟରାତ୍ରିରେ ପିଜା ନେଇ ଯୁବତୀଙ୍କ ଘରକୁ ଯାଇଥିଲେ । ସେଠାରେ ଯୁବତୀଙ୍କୁ ପିଜା ଦେବା ସହ ଛାତ ଉପରକୁ ଯାଇ ତାଙ୍କ ସହ କଥା ହେଉଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......ଏ କେମିତିକା ପ୍ରେମିକ: ପ୍ରେମିକାକୁ ଘରକୁ ଡାକି ଜୀବନ ନେବାକୁ କଲା ଉଦ୍ୟମ

ସୋଏବ ଯୁବତୀଙ୍କ ସହ କଥା ହେଉଥିବା ବେଳେ ହଠାତ ଯୁବତୀଙ୍କ ବାପା ଛାତର ଉପର ମହଲା ଆଡ଼କୁ ଆସିଥିଲେ । ଏହା ଜାଣି ସୋଏବ ଭୟରେ ସେଠାରୁ ପଳାଇ ଯିବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ସୋଏବ ଛାତ ଉପରୁ ନିଜ ଭାରସ୍ୟାମ ହରାଇ ଚାରି ମହଲା ଛାତ ଉପରୁ ତଳକୁ ଡେଇଁ ପଡିଥିଲେ । ତଳେ ପଡିବା ପରେ ସୋଏବଙ୍କୁ ଗଭୀର ଆଘାତ ଲାଗିଥିଲା । ଏନେଇ ସୋଏବଙ୍କ ବାପାମାଆଙ୍କୁ ଖବର ଦିଆଯାଇଥିଲା । ତେବେ ଘଟଣାସ୍ଥଳରେ ସୋଏବଙ୍କ ବାପା ପହଞ୍ଚି ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସୋଏବଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ଥିବାରୁ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ......ଅନଲାଇନରେ ଅର୍ଡର କରିଥିଲେ Pizza, ଆକାଉଣ୍ଟରୁ ଗାଏବ ହୋଇଗଲା ୧୧ ଲକ୍ଷ

ତେବେ ସୋଏବଙ୍କ ବାପା ସୌକତ ଅଲ୍ଲୀ ଏନେଇ ବୋରବନ୍ଦା ଥାନାରେ ଏତଲା ରୁଜୁ କରିଛନ୍ତି । ସୋଏବଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ନେଇ ବୋରବନ୍ଦା ଥାନା ଇନିସ୍ପପେକ୍ଟର ରବି କୁମାର ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.