ETV Bharat / bharat

ବିହାର ସରକାରରେ କୋରୋନା ଆତଙ୍କ, ୨ ଉପ-ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଆକ୍ରାନ୍ତ - ବିହାର ଉପମୁଖ୍ୟମନ୍ତ୍ରୀ କୋରୋନା ପଜିଟିଭ

ବିହାର ସରକାରରେ କୋରୋନା ଆତଙ୍କ । ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣ ମନ୍ତ୍ରୀ କୋରୋନା ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ବିହାରର ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ମନ୍ତ୍ରୀ କୋରୋନା ସଂକ୍ରମିତ

author img

By

Published : Jan 5, 2022, 12:22 PM IST

Updated : Jan 5, 2022, 1:01 PM IST

ପାଟନା: ବିହାର ସରକାରରେ କୋରୋନା ବିସ୍ଫୋରଣ । ବିହାର ମନ୍ତ୍ରୀମଣ୍ଡଳରେ କିଛି ମନ୍ତ୍ରୀ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସୂତ୍ର ଅନୁଯାୟୀ, ନୀତିଶ ସରକାରରେ ୪ ମନ୍ତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି( Bihar Ministers Corona Positive) । ଯାହାମଧ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ଓ ରେଣୁ ଦେବୀ(Deputy CM Tarkishore Prasad and Renu Devi)ଙ୍କ ସମେତ ମନ୍ତ୍ରୀ ଅଶୋକ ଚୌଧୁରୀ ଏବଂ ସୁନୀଲ କୁମାର ରହିଛନ୍ତି ।

କହିରଖୁଛୁ କି, ଏହା ପୂର୍ବରୁ ପାଟନା ଜେଡିୟୁ କାର୍ଯ୍ୟାଳୟରେ ମଧ୍ୟ କୋରୋନା ବିସ୍ଫୋରଣ ଘଟିଥିଲା । ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଡାକ୍ତରୀ ପରାମର୍ଶ ପରେ ସେ ନିଜକୁ ଆଇସୋଲେସନରେ ରଖିଥିଲେ । ଅଫିସର ଜଣେ କର୍ମଚାରୀ କୋରୋନା ପଜିଟିଭ ଥିବା ଜଣାପଡିବା ପରେ ସମସ୍ତ ଗାର୍ଡ ଏବଂ ଷ୍ଟାଫ୍‌ଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ଆସିବା ପରେ ସେମାନଙ୍କ ମଧ୍ୟରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ(Jitan Ram Manjhi Corona Positive) ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଜିତନ ରାମଙ୍କ ସହ ତାଙ୍କ ପତ୍ନୀ଼ ଓ ଝିଅଙ୍କ ସମେତ ପରିବାର ଏବଂ ସୁରକ୍ଷା ଦାୟିତ୍ବରେ ଥିବା ମୋଟ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 5, 2022, 1:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.