ETV Bharat / bharat

ଭାରତ ଆସିବେ ବୋରିସ ଜନସନ, ଗଣତନ୍ତ୍ର ଦିବସରେ ହୋଇପାରନ୍ତି ମୁଖ୍ୟ ଅତିଥି

କୋରୋନା ସଙ୍କଟ ମଧ୍ୟରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । 2021 ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ ପିଏମ ମୋଦି । ଅଧିକ ପଢନ୍ତୁ...

ଭାରତ ଆସିବେ ବୋରିସ ଜନସନ, ଗଣତନ୍ତ୍ର ଦିବସରେ ହୋଇପାରନ୍ତି ମୁଖ୍ୟ ଅତିଥି
ଭାରତ ଆସିବେ ବୋରିସ ଜନସନ, ଗଣତନ୍ତ୍ର ଦିବସରେ ହୋଇପାରନ୍ତି ମୁଖ୍ୟ ଅତିଥି
author img

By

Published : Dec 2, 2020, 5:30 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଆସନ୍ତା ବର୍ଷ ଜାନୁଆରୀ 26 ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ଭାରତ ପକ୍ଷରୁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ କରାଯାଇଛି ନିମନ୍ତ୍ରଣ ।

ସୂଚନା ଅନୁଯାୟୀ 27 ନଭେମ୍ବରରେ ଟେଲିଫୋନରେ ଆଲୋଚନା ସମୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ 2021 ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ ପିଏମ ମୋଦି ।

ଜନସନଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ଉପରେ ସରକାରୀ ବୟାନକୁ ଅପେକ୍ଷା କରାଯାଇଛି | ତେବେ, ବରିଷ୍ଠ ସରକାରୀ ସୂତ୍ର ଅନୁଯାୟୀ ବ୍ରେକ୍ସିଟ୍ ପରେ ବ୍ରିଟେନ ଓ ଭାରତୀୟ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ପାଇଁ ଏକ ସୁଚିନ୍ତିତ ରଣନୀତିର ଅଂଶ ଭାବରେ ଭାରତୀୟ ପ୍ରଧାନମନ୍ତ୍ରୀ ତାଙ୍କ ବ୍ରିଟେନ ପ୍ରତିପକ୍ଷଙ୍କୁ ଆମନ୍ତ୍ରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଭାରତରେ ଥିବା ବ୍ରିଟିଶ ହାଇ କମିଶନ ଏହି ରିପୋର୍ଟକୁ ନିଶ୍ଚିତ ବୋଲି କହିନଥିବା ବେଳେ ଅସ୍ବୀକାର ମଧ୍ୟ କରିନାହାନ୍ତି । ଦୂତାବାସ ମୁଖପାତ୍ର କହିଛନ୍ତି ଯେ ଆମେ ଗୋଟିଏ ଦିଗରେ ଏହାକୁ ନିଶ୍ଚିତ କହିପାରିବୁ ନାହିଁ । ହେଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଯଥାଶୀଘ୍ର ଭାରତ ଗସ୍ତ କରିବାକୁ ଆଗ୍ରହୀ ଅଛନ୍ତି ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ନଭେମ୍ବର 27ରେ ଫୋନରେ ବୋରିସଙ୍କ ସହ କଥା ହୋଇଥିଲେ ପ୍ରଧଆନମନ୍ତ୍ରୀ ମୋଦି । ଏହି ସମୟରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ନିବେଶ ସମେତ ଅନେକ ବିଷୟ ଉପରେ ଆଲୋଚନା ହୋଇଥିଲା ।

ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଥିଲେ, ମୋ ବନ୍ଧୁ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଆଗାମୀ ଦଶକରେ ଭାରତ-ବ୍ରିଟେନ ସମ୍ବନ୍ଧ ନେଇ ମହତ୍ବାକାଂକ୍ଷୀ ରୋଡ ମ୍ୟାପ ଉପରେ ଚର୍ଚ୍ଚା କରିଛି । ମୋଦି ଆଗକୁ କହିଛନ୍ତି, ନିବେଶ, ପ୍ରତିରକ୍ଷା, ଜଳବାୟୁ ପରିର୍ତ୍ତନ ଓ କୋଭିଡ ବିରୋଧରେ ଲଢିବାରେ ସହଯୋଗ ବୃଦ୍ଧି ନେଇ ସହମତି ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.