ନୂଆଦିଲ୍ଲୀ: ଦେଶରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ଦିନ ହେବ କୋରୋନା ତାଣ୍ଡବ ରଚିଛି । ମାହମାରୀ ପାଇଁ ସବୁ କିଛି ଟ୍ରାକ ବାହାରକୁ ଚାଲିଯାଇଥିଲା । ବର୍ତ୍ତମାନ ସ୍ଥିତିରେ ସୁଧାର ଆସୁଛି ସବୁ କିଛି ଧୀରେ ଧୀରେ ସ୍ବାଭାବିକ ହେଉଛି । ଦେଶରେ କୋରୋନା ପାଦ ରଖିବା କ୍ଷଣି ତାର ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଥିଲେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କୋରୋନା ସ୍ଥିତିର ସଠିକ ପରିଚାଳନା ହୋଇଛି । ଦେଶବାସୀଙ୍କ ସୁରକ୍ଷାକୁ କେନ୍ଦ୍ର ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି । ପିଏମଙ୍କ ନେତୃତ୍ବରେ କୋରୋନା ବିରୋଧରେ ଲଢେଇକୁ ନେଇ 'ଏ ନେସନ ଟୁ ପ୍ରୋଟେକ୍ଟ' (A Nation To Protect) ନାମକ ଏକ ପୁସ୍ତକ ରଚନା କରାଯାଇଛି । ଯାହା ଆଜି (ଶୁକ୍ରବାର) ଉନ୍ମୋଚନ ହେବ ।
A Nation To Protect ଶୀର୍ଷକ ପୁସ୍ତକ ହେଉଛି ଲେଖକ ପ୍ରିୟମ୍ ଗାନ୍ଧୀ ମୋଡିଙ୍କ ତୃତୀୟ ପୁସ୍ତକ । ପ୍ରିୟମ୍ ତାଙ୍କ ପୁସ୍ତକ ବିଷୟରେ କହିବାବେଳେ କହିଛନ୍ତି ଯେ ମୁଁ ଗଣମାଧ୍ୟମରେ ତଥା ରାଜନୈତିକ ନେତାଙ୍କ ନାମରେ ନାମିତ କରିଛି, ଯେଉଁମାନେ ଭାରତକୁ ଏହାର ରାଜନୈତିକ ନେତୃତ୍ବ ଉପରେ ପ୍ରଶ୍ନ କରିବାରେ ବିଫଳ ହୋଇ ନାହାଁନ୍ତି । ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ସବୁବେଳେ ସଜାଗ ବୋଲି କହିଛନ୍ତି ପ୍ରିୟମ ।
ତାଙ୍କୁ ଏ ପୁସ୍ତକ ନେଇ କିଛି ପ୍ରଶ୍ନ କରାଯାଇଥିଲା । ସେ କାହିଁକି ପୁସ୍ତକ ପାଇଁ ଏ ଶୀର୍ଷକ ବାଛିଛନ୍ତି ପ୍ରଶ୍ନର ଉତ୍ତରରେ ପ୍ରିୟମ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଚାରିଥିଲି ଯେ ତାଙ୍କୁ କଣ ପ୍ରେରଣା ଦେଉଛି ଏବଂ ଉତ୍ସାହ କାହିଁକି କେବେ କମ ହୁଏ ନାହିଁ , ପ୍ରଧାନମନ୍ତ୍ରୀ ମୋଦି ଉତ୍ତରରେ କହିଥିଲେ ପରିସ୍ଥିତିକୁ ଦେଖି ସେ ନେଇଥିବା 'ଜନତା କର୍ଫ୍ୟୁ' ଡାକରାକୁ ଲୋକେ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କୁ ଜାତିର ଲୋକଙ୍କଠାରୁ ପ୍ରେରଣା ମିଳିଛି । ମୁଁ ସେଇଠୁ ଏ ପୁସ୍ତକର ଶୀର୍ଷକ ରଖିବାକୁ ଚାହିଁଥିଲି ବୋଲି କହିଛନ୍ତି ପ୍ରିୟମ ।
ଆଜି (ଶୁକ୍ରବାର) ଏହି ପୁସ୍ତକ ଉନ୍ମୋଚନ ହେବ । ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚିତ ହେବ । ପ୍ରିୟମଙ୍କ ପୁସ୍ତକର ଜଣେ ଅନ୍ୟତମ ନାମ ହେଉଛନ୍ତି ମାନସୁଖ ମାଣ୍ଡଭିୟା। କୋରୋନା ଦ୍ବିତୀୟ ଲହରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।
@ANI