ETV Bharat / bharat

ଶିଳ୍ପାଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ, ସୂତ୍ର ଆଧାରରେ ରିପୋର୍ଟିଂ ମାନହାନୀ କେମିତି ? - ବମ୍ବେ ହାଇକୋର୍ଟ

ମାନହାନୀ ମକଦ୍ଦମାର ଶୁଣାଣି କରି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବମ୍ବେ ହାଇକୋର୍ଟଙ୍କ ପ୍ରଶ୍ନ । ସୂତ୍ର ଜରିଆରେ ଯଦି ମିଡିଆ ଖବର ପ୍ରସାରଣ କରୁଛି, ତାହେଲେ ଏଥିରେ ଭୁଲ କଣ ? ଅଧିକ ପଢନ୍ତୁ....

ଶିଳ୍ପାଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ, ସୂତ୍ର ଆଧାରରେ ରିପୋର୍ଟିଂ ମାନହାନୀ କେମିତି ?

author img

By

Published : Jul 30, 2021, 4:32 PM IST

ମୁମ୍ବାଇ: ଦେଶତମାମ ମିଡିଆ ହାଉସ ବିରୋଧରେ ମାନହାନୀ ମକଦ୍ଦମା ଦାଏର କରିଥିଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଏହାର ଶୁଣାଣି କରି ପ୍ରଶ୍ନ ଘେରରେ ଶିଳ୍ପାଙ୍କୁ ଛନ୍ଦିଛନ୍ତି ବମ୍ବେ ହାଇକୋର୍ଟ । ସୂତ୍ର ଜରିଆରେ ଯଦି ମିଡିଆ ଖବର ପ୍ରସାରଣ କରୁଛି, ତାହେଲେ ଏଥିରେ ଭୁଲ କଣ ବୋଲି ଶିଳ୍ପାଙ୍କୁ ପ୍ରଶ୍ନ କରିଛନ୍ତି ଅଦାଲତ । ଆବେଦନକାରୀଙ୍କ ସ୍ବାମୀ ବିରୋଧରେ ମାମଲା ରହିଛି । ଏଥିରେ କୌଣସି ପ୍ରକାରରେ ହସ୍ତକ୍ଷେପ କରାଯାଇପାରିବ ନାହିଁ । ମାନହାନୀ ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ଆଇନ ରହିଥିବା କହିଛନ୍ତି କୋର୍ଟ ।

ପୋଲିସ ସୂତ୍ର ଆଧାରରେ ଯାହା କିଛି ରିପୋର୍ଟ କରାଯାଇଛି ତାହା ମାନହାନୀ ନୁହେଁ ବୋଲି କୋର୍ଟ ନିଜ ଶୁଣାଣିରେ କହିଛନ୍ତି । ଶୁଣାଣି ବେଳେ କୋର୍ଟ କହିଛନ୍ତି, ସେମାନେ ଦୋଷୀ କି ନା ଆମେ ଜାଣିନାହୁଁ। ଆମେ ଏହା ବିଷୟରେ କିଛି କହିବୁ ନାହିଁ | ହେଲେ ଅନୁସନ୍ଧାନ ସମୟରେ କ୍ରାଇମବ୍ରାଞ୍ଚ କ’ଣ କହୁଛି କିମ୍ବା ପୋଲିସ କ’ଣ କହୁଛି ତାହା ରିପୋର୍ଟ କରିବା ମାନହାନୀ ହୋଇପାରିବ ନାହିଁ।ବମ୍ବେ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ଏହି ମାମଲାରେ ଅଭିଯୁକ୍ତ ହୋଇଛନ୍ତି ସେମାନଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ମିଳିବା ଉଚିତ୍।

ଦେଶର ୨୯ ସାମ୍ବାଦିକ ଓ ମିଡିଆ ହାଉସ ବିରୋଧରେ ମାନହାନୀ ମକଦ୍ଦମା ଦାଏର କରିଥିଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ପର୍ଣ୍ଣୋଗ୍ରାଫି ମାମଲାରେ ମିଥ୍ୟା ଖବର ରିପୋର୍ଟିଂ ଅଭିଯୋଗ ନେଇ ବମ୍ବେ ହାଇକୋର୍ଟରେ ଏହି ମାମଲା ଦାଏର କରିଥିଲେ ଶିଳ୍ପା । ଅଶ୍ଳୀଳ ଚଳଚ୍ଚିତ୍ର କେସରେ ମିଥ୍ୟା ଖବର ପ୍ରସାରିତ କରାଯାଇ ତାଙ୍କ ଛବି ଖରାପ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ । କେବଳ ଏତିକି ନୁହେଁ, ଏହି ଆବେଦନରେ ଶିଳ୍ପା କୋର୍ଟରେ ଆବେଦନ କରିଥିଲେ ଯେ ଯେଉଁମାନେ ଏହିପରି ରିପୋର୍ଟ ପ୍ରକାଶ କରିଛନ୍ତି, ଏହାକୁ ଡିଲିଟ କରି କ୍ଷମା ମାଗନ୍ତୁ। ଏହା ସହିତ ମାନହାନୀ ମକଦ୍ଦମା ଦାଏର କରି 25 କୋଟି ଟଙ୍କା ଦାବି କରିଥିଲେ ଅଭିନେତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.