ETV Bharat / bharat

କତାର ଏୟାରଓ୍ବେଜ୍‌ ବିମାନରେ ବୋମା ଆତଙ୍କ, ଯାତ୍ରୀ ଭୟଭୀତ - କୋଲକାତାର ଦୋହା ଉଡାଣ କରିବାକୁ ଥିବା ବିମାନ

କତାର ଏୟାରଓ୍ବେଜ ବିମାନରେ ବୋମା ଥିବା ଚିତ୍କାର କଲେ ଯୁବକ । ବିମାନରୁ ଓହ୍ଳାଇ ପଡ଼ିଲେ ଯାତ୍ରୀ । ଅଧିକ ପଢନ୍ତୁ

Bomb scare on Qatar Airways flight in Kolkata

author img

By

Published : Jun 6, 2023, 2:15 PM IST

କୋଲକାତା: କୋଲକାତାର ଦୋହା ଉଡାଣ କରିବାକୁ ଥିବା ବିମାନରେ ବୋମା ଆତଙ୍କ । ଏପରି ଖବର ଛାଇଯିବା ପରେ ବିମାନରୁ ଓହ୍ଳାଇ ପଡିଲେ ଯାତ୍ରୀ । କତାର ଏୟାର୍‌ଓ୍ବେଜ୍‌ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ବିମାନ ଉଡାଣରେ ହେଲା ବିଳମ୍ବ । କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରୁ ସାମ୍ନାକୁ ଆସିଛି ଏପରି ଘଟଣା ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର 3ଟା 29 ମିନିଟ ସମୟରେ କୋଲକାତାରୁ ଦୋହା ଅଭିମୁଖେ ଉଡାଣ କରିବାର ଥିଲା କତାର ଏୟାରଓ୍ବେଜ ବିମାନ QR 541 । ଉଡାଣ ପୂର୍ବରୁ ସମସ୍ତ ଯାତ୍ରୀ ବିମାନକୁ ପ୍ରବେଶ କରିଥିଲେ । କିନ୍ତୁ ବିମାନ ଟେକ୍‌ ଅଫ୍‌ ପୂର୍ବରୁ ଜଣେ ଯାତ୍ରୀ ଉଚ୍ଚ ସ୍ବରରେ ବିମାନରେ ବୋମା ଥିବା କହିଥିଲେ । ଯାହାକୁ ନେଇ ବିମାନ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ସଙ୍ଗେସଙ୍ଗେ ସମସ୍ତ ଯାତ୍ରୀ ବିମାନରୁ ତଳକୁ ଓହ୍ଳାଇ ପଡିଥିଲେ ।

ଏହି ଖବର ସିଆଇଏସଫକୁ ଜଣାଯାଇଥିଲା। ତେବେ ବିମାନରେ ବୋମା ଥିବା କିପରି ଜାଣିଲ ବୋଲି ପଚାରିବାରୁ ଯୁବକ ଜଣଙ୍କ ତାଙ୍କୁ କେହି କହିଛନ୍ତି ବୋଲି କହିଥିଲେ । ଉକ୍ତ ଯୁବକଙ୍କୁ ତାଙ୍କ ପିତା ବିମାନକୁ ଛାଡିବାକୁ ଆସିଥିଲେ । ଏହା ଜଣା ପଡିବା ପରେ ସିଆଇଏସ୍ଏଫ୍ ଅଧିକାରୀ ମାନେ ତାଙ୍କ ପିତାଙ୍କ ସହ କଥା ହୋଇଥିଲେ । ସମ୍ପୃକ୍ତ ବ୍ୟକ୍ତି କହିଛନ୍ତି ଯେ, ତାଙ୍କ ପୁଅ ଏକ ବିରଳ ରୋଗରେ ପୀଡିତ । ଏହି କାରଣରୁ ସେ ବିମାନରେ ବୋମା ଥିବା ଚିତ୍କାର କରିଥିଲା ।

ଏହା ମଧ୍ୟ ପଢନ୍ତୁ-WATCH: ମଝି ଆକାଶରେ ବିମାନର ଏମରଜେନ୍ସି ଡୋର୍‌ ଖୋଲିଲେ ଯୁବକ, ୧୨ ଆହତ

ଅଧିକାରୀମାନେ ଏହାକୁ ବିଶ୍ବାସ ନକରି ଯୁବକଙ୍କ ଡାକ୍ତରୀ ପ୍ରେସକ୍ରିପସନ ଯାଞ୍ଚ କରିଥିଲେ । ଏହାପରେ ଯୁବକ ଜଣଙ୍କ ସତରେ ମାନସିକ ରୋଗରେ ପୀଡିତ ଥିବା ଜଣା ପଡିଥିଲା । ତେବେ ବୋମା ଆତଙ୍କ ଖେଳିଯିବା ପରେ ପୋଲିସ ସନ୍ଧାନୀ କୁକୁର ସାହାଯ୍ୟରେ ବିମାନରେ ସର୍ଚ୍ଚ ଅପରେସନ ଜାରି ରଖିଛି । ବିମାନରେ ବୋମା ଥିବା ଆତଙ୍କ ଖେଳାଇଥିବା ବ୍ୟକ୍ତି ହେଉଛନ୍ତି ଜନ ଜାଭେଦ କାଜି । ସେ ବିମାନରେ କୋଲକାତାରୁ ଦୋହା ଅଭିମୁଖେ ଯାତ୍ରୀ କରିବା ପରେ ସେଠାରୁ ଲଣ୍ଡନ ଯାତ୍ରା କରିଥାନ୍ତେ ।

ଗତ 29 ତାରିଖରେ ମାଙ୍ଗାଲୋର ବିମାନବନ୍ଦରରେ ପାୱାରକଟ୍‌ ଯୋଗୁଁ ଜଳିନଥିଲା ରନୱେ ଲାଇଟ । ଫଳରେ ଏଠାରେ ଇଣ୍ଡିଗୋ ବିମାନ ଅବତରଣ କରିବା ପରିବର୍ତ୍ତେ କେରଳରେ ଅବତରଣ କରିଥିଲା । ରନ୍‌ଓ୍ବେର ଟେକ୍ନିକାଲ ସମସ୍ୟା ଦେଖା ଦେବାରୁ ମୁମ୍ବାଇରୁ ମାଙ୍ଗାଲୋର ଅଭିମୁଖେ ଉଡାଣ କରିଥିବା ବିମାନକୁ କେରଳର କନ୍ନୁର ଏୟାରପୋର୍ଟକୁ ଦିଗ ପରିବର୍ତ୍ତନ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.