ETV Bharat / bharat

ଯୋଗୀ ଆଦିତ୍ୟନାଥଙ୍କ ବାସଭବନରେ ବୋମା ଧମକ, ଗୁଜବ କହିଲା ପୋଲିସ

author img

By

Published : Feb 17, 2023, 7:58 PM IST

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନରେ ବୋମା ଥିବା ସୂଚନା । ଯାଞ୍ଚ ପରେ ପୋଲିସ କହିଲା ଗୁଜବ । ଅଧିକ ପଢନ୍ତୁ

CM Yogi Aditya Nath
CM Yogi Aditya Nath

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲକ୍ଷ୍ନୌସ୍ଥିତ ବାସଭବନରେ ବୋମା ଥିବା ସୂଚନା । ଶୁକ୍ରବାର ଏପରି ଖବର ଆସିବା ପରେ ଏଠାରେ ଭୟର ବାତାବରଣ ଖେଳିଯାଇଥିଲା । ବୋମା ଥିବା ସୂଚନା ପରେ କାଳିଦାସ ମାର୍ଗ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ ପହଞ୍ଚିବା ସହିତ ଯାଞ୍ଚ କରିଥିଲା । ସର୍ଚ୍ଚ ପରେ ଏହି ସୂଚନା ମିଥ୍ୟା ବୋଲି ଜଣାପଡ଼ିଛି ।

ଲକ୍ଷ୍ନୌର ଡିସିପିଙ୍କ କହିବାନୁସାରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୋମା ଥିବା ନେଇ ଦିଲ୍ଲୀ ମୁଖ୍ୟାଳୟରେ ସୂଚନା ଦିଆଯାଇଥିଲା । ଏହି ଧମକ ଆସିବା ପରେ ସଙ୍ଗେ ସଙ୍ଗେ ବାସଭବନରେ ଯାଞ୍ଚ ଆରମ୍ଭ ହୋଇଥିଲା । ମାତ୍ର ବାସଭବନରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିଲା । ଏହାପରେ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି କରାଯାଇଛି । ଦିଲ୍ଲୀ କଣ୍ଟ୍ରୋଲ ରୁମରୁ ବୋମା ଥିବା ନେଇ ଲକ୍ଷ୍ନୌ ପୋଲିସକୁ ସୂଚନା ଦିଆଯାଇଥିଲା । ଗୌତମପଲ୍ଲୀ ଇନ୍ସପେକ୍ଟର ସୁଧୀର ଅବସ୍ଥି କହିଛନ୍ତି ବର୍ତ୍ତମାନ ଏହି ସୂଚନା ଗୁଜବ ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ- Turkey Earthquake: ଅପରେସନ୍ ଦୋସ୍ତରେ ବଞ୍ଚାଇଲେ ଜୀବନ, ୧୦ଦିନ ପରେ ଫେରିଲା NDRF ଟିମ୍

ଦିଲ୍ଲୀ ପୋଲିସ ମଧ୍ୟ ଏହି ସୂଚନାକୁ ଗୁଜବ ବୋଲି କହିଛି । ଏକ ଅଜଣା ନମ୍ବରରୁ ଦିଲ୍ଲୀ କଣ୍ଟ୍ରୋଲ ରୁମକୁ ଖବର ଆସିଥିଲା । ଏଥିରେ ଥିବା ବ୍ୟକ୍ତି ଜଣକ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲକ୍ଷ୍ନୌ ସ୍ଥିତ ବାସଭବନରେ ବୋମା ରହିଛି । ଏହାପରେ ଇଣ୍ଟେଲିଜେନ୍ସି ସମେତ ପୋଲିସ ଆଲର୍ଟରେ ରହିଥିଲା । ଖବର ଗୁଜବ ଜଣାପଡ଼ିବା ପରେ ପୋଲିସ ଏହି କଲ୍‌ଟି କେଉଁଠୁ ଆସିଥିଲା ଓ ଏହା ପଛରେ କିଏ ସେ ନେଇ ତଦନ୍ତ କରିଥିଲା । କଲ୍‌ଟି ଯେଉଁ ସ୍ଥାନରୁ ଆସିଥିଲା ପୋଲିସ ସେଠାରେ ପହଞ୍ଚ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ସ୍ଥାନୀୟ ପୋଲିସ ମଧ୍ୟ ଏ ନେଇ ତଦନ୍ତ କରୁଛି ।

ଅନ୍ୟପଟେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଡା ସୁରକ୍ଷା ବ୍ୟବସ୍ଥା ରହିଥାଏ । ମାତ୍ର ଏପରି ବୋମା ଖବର ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । କାଳିଦାସ ମାର୍ଗ ନିକଟ ରାସ୍ତାଘାଟ, ଘର, ଦୋକାନ ଆଦି ଗୁଡ଼ିକରେ ମଧ୍ୟ ପୋଲିସ ଯାଞ୍ଚ କରିଥିଲା । ମାତ୍ର ସେଠାରେ ମଧ୍ୟ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ବିଭିନ୍ନ ସ୍ଥାନରେ ଭଲ ଭାବେ ଯାଞ୍ଚ କରିବା ପରେ ପୋଲିସ ଏହି ସୂଚନାକୁ ଗୁଜବ ବୋଲି କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.