ETV Bharat / bharat

କେଉଁଠି ଆସିଲା କୋଭିଡ୍ ? ଗବେଷଣାରେ ସହଯୋଗ ପାଇଁ ଚୀନକୁ UNର ଆହ୍ବାନ - ଚୀନକୁ UNର ଆହ୍ବାନ

କୋରୋନା ଭାଇରସର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଜାଣିବା ପାଇଁ ଚୀନକୁ ସହଯୋଗ କରିବା ପାଇଁ ଆହ୍ବାନ କରିଛି ଜାତିସଂଘ । ଅଧିକ ପଢନ୍ତୁ...

କୋରୋନା ଭାଇରସର ଉତ୍ପତ୍ତି ସ୍ଥଳ: ଗବେଷଣାରେ ସହଯୋଗ ପାଇଁ ଚୀନକୁ UNର ଆହ୍ବାନ

author img

By

Published : Jun 7, 2021, 12:41 PM IST

ୱାଶିଂଟନ: କୋରୋନା ଭାଇରସର ପ୍ରକୃତ ଉତ୍ପତ୍ତି ସ୍ଥଳ ଜାଣିବା ପାଇଁ ଆମେରିକା ଗବେଷଣା କରୁଛି । ଏହି ଗବେଷଣାରେ ଭାଇରସ ଉତ୍ପତ୍ତି ସ୍ଥଳ ଜାଣିବା ନେଇ ଗବେଷଣାରେ ସହଯୋଗ କରିବା ପାଇଁ ଜାତିସଂଘ ଷ୍ଟେଟ ସେକ୍ରେଟାରୀ ଆଣ୍ଟୋନି ବ୍ଲିଙ୍କେନ ରବିବାର ଏକ ସାକ୍ଷାତକାରରେ କହିଛନ୍ତି ।

କୋରୋନା ଭାଇରସର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ସବିଶେଷ ତଥ୍ୟ ମିଳିବା ପରେ ମହାମାରୀକୁ ରୋକିବାରେ ଏହା ସହାୟକ ହେବ । ଏଣୁ ଗବେଷଣାର ସହଯୋଗ କରିବାକୁ ବ୍ଲିଙ୍କେନ ଚୀନକୁ କହିଛନ୍ତି । କୋରୋନା ଭାଇରସର ଉତ୍ପତ୍ତି ସ୍ଥଳକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଜୋରି ଧରିଥିବା ବେଳେ ଆମେରିକା ବାଇଡେନ ସରକାର ଭାଇରସର ମୂଳ ସ୍ତରକୁ ଯାଇ ପ୍ରକୃତ ତଥ୍ୟ ବାହାର କିରବେ ବୋଲି ବ୍ଲିଙ୍କେନ କହିଛନ୍ତି । କୋରୋନାର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଜାଣିବା ପାଇଁ ଆମେରକା ରାଷ୍ଟ୍ରପତି ଏକ ବିଶେଷଜ୍ଞ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଚୀନର ଉହାନ ଲ୍ୟାବରୁ ଭାଇରସ ସୃଷ୍ଟି ହୋଇଛି ବୋଲି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଥିଲେ । ଚୀନ ଯୋଗୁଁ ସାରା ଦେଶରେ ଗଭୀର କ୍ଷତି ହୋଇଛି । ଏଣୁ ଚୀନ ଅତି କମରେ ବିଶ୍ବକୁ USD 10 ଟ୍ରିଲିଅନ ଡଲାର ଦେବା ପାଇଁ ଟ୍ରମ୍ପ ଦାବି କରିଛନ୍ତି । ତେବେ ସୂଚନା ଥାଉ କି କୋରୋନାର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଜାଣିବା ପାଇଁ ଆମେରକା ରାଷ୍ଟ୍ରପତି ଏକ ବିଶେଷଜ୍ଞ ଦଳ ଗଠନ କରିଥିଲେ । ଏହାସହିତ 90 ଦିନ ମଧ୍ୟରେ ଏହାର ରିପୋର୍ଟ ଦେବା ପାଇଁ କହିଥିଲେ । ବାଇଡେନଙ୍କ ଏହି ନିର୍ଦ୍ଦେଶ ପରେ ଭାଇରସର ଉତ୍ପତ୍ତି ସ୍ଥଳକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.