ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆମେରିକାର ବୈଦେଶିକ ମନ୍ତ୍ରୀ

author img

By

Published : Jul 29, 2021, 1:29 PM IST

ବୁଧବାର ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପୂର୍ବରୁ ଏଣ୍ଟୋନି ବୈଦେଶିକ ମନ୍ତ୍ରୀ , ଏନଏସଏ ଙ୍କ ସହ କରିଥିଲେ ଆଲୋଚନା । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ରାଷ୍ଟ୍ରପତି ବାଇଡେନ ଓ ଉପ-ରାଷ୍ଟ୍ରପତି କମଳା ହାରିସଙ୍କ ପକ୍ଷରୁ ଅଭିବାଦନ ଜଣାଇଥିଲେ ।

bv
Blinken and PM Modi discuss

ନୂଆଦିଲ୍ଲୀ: ବୁଧବାର ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପୂର୍ବରୁ ଏଣ୍ଟୋନି ବୈଦେଶିକ ମନ୍ତ୍ରୀ , ଏନଏସଏଙ୍କ ସହ କରିଥିଲେ ଆଲୋଚନା । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ରାଷ୍ଟ୍ରପତି ବାଇଡେନ ଓ ଉପ-ରାଷ୍ଟ୍ରପତି କମଳା ହାରିସଙ୍କ ପକ୍ଷରୁ ଅଭିବାଦନ ଜଣାଇଥିଲେ ।

ପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଅବସରରେ, ଏହାବାଦ ଉଭୟ ଦେଶର ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ନିବେଶ, ଜଳବାୟୁ ପରିବର୍ତ୍ତନ, ପ୍ରଯୁକ୍ତିବିଦ୍ୟା ଓ ଆଞ୍ଚଳିକ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହସହ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଉଭୟ ନେତା ସହମତି ପ୍ରକାଶ କରିଥିଲେ । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଭାରତ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପ-ରାଷ୍ଟ୍ରପତି କମଳା ହାରିସଙ୍କୁ ଶୁଭକାମନା ଜଣାଇଥିଲେ ।

ଆଲୋଚନା ଅବସରରେ ଉଭୟ ଭାରତ-ଆମେରିକା ମଧ୍ୟରେ ସାମରିକ, କୁଟନୈତିକ ଓ ଅର୍ଥନୈତିକ ସମ୍ପର୍କକୁ ଅଭିବୃଦ୍ଧି କରିବାକୁ ସହମତି ଜାହିର କରିଥିଲେ । ଆମେରିକାର ବୈଦେଶିକ ମନ୍ତ୍ରୀ ଉଭୟ ଦେଶର ସୁରକ୍ଷା ଓ ପୁଞ୍ଜି ନିବେଶକୁ ଅଧିକ ଗୁରୁତ୍ବ ଦେଇଥିଲେ ।

ବୈଠକରେ ମୋଦି କହିଥିଲେ, ଭାରତ-ଆମେରିକା ମାନବ ସମାଜର କଲ୍ୟାଣ, ଲୋକତନ୍ତ୍ର, ସ୍ବତନ୍ତ୍ରତା, ଓ ଉଦାରତା ପାଇଁ ପ୍ରତିବଦ୍ଧ । ଆମେରିକାରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଓ ସମୃଦ୍ଧି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା । ସେହିପରି ମହାମାରୀ ବେଳେ ଉଭୟ ଦେଶର ପ୍ରଭାବିତ ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ କୋଭିଡ ବିରୋଧରେ ଲଢେଇକୁ ଆହୁରି ଯୋରଦାର କରିବା ପାଇଁ ବୁଝାମଣା ହୋଇଥିଲା ।

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କନ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସାକ୍ଷାତ କରି ବିଭିନ୍ନ ଚୁକ୍ତିନାମା ଓ ଆଲୋଚନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.