ETV Bharat / bharat

ହରିଦ୍ବାରରେ ଗ୍ୟାସ ପାଇପଲାଇନ ବ୍ଲାଷ୍ଟ ଘଟଣା, ଟଳିଲା ବଡ ଦୁର୍ଘଟଣା - ଏଲପିଜି ଗ୍ୟାସ ଲିକେଜ

ଗତକାଲି(ଶନିବାର) ବିଳମ୍ବିତ ରାତିରେ ହରିଦ୍ବାର ଜୱାଲାପୁର କୋଟୱାଲୀ ଅଞ୍ଚଳରେ ଭୂତଳ ଗ୍ୟାସ ପାଇପଲାଇନ ବ୍ଲାଷ୍ଟ ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଅଧିକ ପଢନ୍ତୁ....

ଗ୍ୟାସ ପାଇପଲାଇନ ବ୍ଲାଷ୍ଟ
ଗ୍ୟାସ ପାଇପଲାଇନ ବ୍ଲାଷ୍ଟ
author img

By

Published : Jan 31, 2021, 1:36 PM IST

Updated : Jan 31, 2021, 2:53 PM IST

ହରିଦ୍ବାର: ଭୂତଳ ଗ୍ୟାସ ପାଇପଲାଇନ ବ୍ଲାଷ୍ଟ ଘଟଣା । ଗତକାଲି(ଶନିବାର) ବିଳମ୍ବିତ ରାତିରେ ହରିଦ୍ବାର ଜୱାଲାପୁର କୋଟୱାଲୀ ଅଞ୍ଚଳରେ ଭୂତଳ ଗ୍ୟାସ ପାଇପଲାଇନ ବ୍ଲାଷ୍ଟ ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଏହି ବିସ୍ଫୋରଣ ପରେ ବି ଗ୍ୟାସ ପାଇପ ଲାଇନରେ କେତେ ଘଣ୍ଟାଧରି ଏଲପିଜି ଗ୍ୟାସ ଲିକେଜ ଚାଲିଥିଲା । ସ୍ଥାନୀୟ ଲୋକ ଏହି ଘଟଣା ସମ୍ପର୍କରେ ପ୍ରଶାସନ ଏବଂ କମ୍ପାନୀ ଅଧିକାରୀଙ୍କୁ ସୂଚନା ଦେବା ପରେ ଏସଡିଏମ ଗୋପାଳ ସିଂ ଏବଂ ଗ୍ୟାସ କମ୍ପାନୀର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଗ୍ୟାସ ପାଇପଲାଇନ ବ୍ଲାଷ୍ଟ

ଅନେକ ଘଣ୍ଟାର ଉଦ୍ୟମ ପରେ ଗ୍ୟାସ ଲିକ୍ ବନ୍ଦ କରାଯାଇଥିଲା ଯାହାଫଳରେ ଏକ ବଡ ଦୁର୍ଘଟଣାକୁ ଏଡାଯାଇ ପାରିଛି । ଘଟଣାସ୍ଥଳରେ ପହଞ୍ଚିଥିବା ଏସଡିଏମ ଗୋପାଳ ସିଂ କହିଛନ୍ତି ଯେ, ଗ୍ୟାସ ପାଇପ ଲାଇନରେ ଲିକ ହୋଇଥିଲା , ଯେଉଁଥିପାଇଁ ଏହି ଲିକ କାରଣରୁ ବିସ୍ଫୋରଣ ଘଟିଛି । ମାତ୍ର ସୌଭାଗ୍ୟର କଥା ଯେ, ଗ୍ୟାସ ପାଇପଲାଇନରେ ବ୍ଲାଷ୍ଟ ହେବା ପରେ ମଧ୍ୟ ନିଆଁ ଲାଗିନାହିଁ ।

ଏହାକୁ ନେଇ ଏସଡିଏମ କହିଛନ୍ତି ଯେ, ଘଟଣାସ୍ଥଳରେ ଦେଖାଯାଇଛି କି ଏକ ମିଟରରୁ ଅଧିକ ପାଇପ ଲାଇନ ମାଟିରେ ଦବି ଯାଇଛି । ପାଖରେ ଏକ ପ୍ଲଟ୍ ଅଛି, ଏଥିରେ ସୃଷ୍ଟି ହୋଇଥିବା ଗାତଟି ମାଲିକ ଦ୍ବାରା ଖୋଳା ଯାଉଥିଲା। ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ହରିଦ୍ବାରର ଅନେକ ସ୍ଥାନରେ ଭୂତଳ ଗ୍ୟାସ ପାଇପଲାଇନ ବ୍ଲାଷ୍ଟ ଓ ଗ୍ୟାସ ଲିକ ଘଟଣା ଘଟିଛି । ମାତ୍ର ଏହାସତ୍ତ୍ବେ ମଧ୍ୟ ପ୍ରଶାସନ ଦ୍ବାରା କୌଣସି ପଦକ୍ଷେପ ନିଆଯାଉ ନାହିଁ। ମାତ୍ର ଖୁସିର କଥା ଯେ, ଏହି ଦୁର୍ଘଟଣାରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 31, 2021, 2:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.