ETV Bharat / bharat

ଜମ୍ମୁ କାଶ୍ମୀରରେ ବଡ ଧରଣର ବିସ୍ଫୋରଣ, ସର୍ଚ୍ଚ ଅପରେସନ ଜାରି

author img

By

Published : Mar 30, 2023, 9:31 AM IST

ଜମ୍ମୁ କାଶ୍ମୀରରେ ବିସ୍ଫୋରଣ ହୋଇଛି । ସୌଭାଗ୍ୟବସତଃ ବିସ୍ଫୋରଣରେ କେହି ମୃତାହତ ହୋଇ ନାହାନ୍ତି । ଏନେଇ ବଡ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଜମ୍ମୁକାଶ୍ମୀରରେ ବଡ ଧରଣର ବିସ୍ଫୋରଣ
blast in jammu kashmir kathua

ଶ୍ରୀନଗର: କାଶ୍ମୀରରେ ବିସ୍ଫୋରଣ । ଜାମ୍ମୁ କାଶ୍ମୀରର କାଠୁଆରେ ବଡ ଧରଣର ବିସ୍ଫୋରଣ ହୋଇଛି । ଅନ୍ତର୍ଜାତୀୟ ସୀମା ନିକଟ ହୀରାନଗରରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ବିସ୍ଫୋରଣ ପରେ ପୋଲିସ ପକ୍ଷରୁ ବଡ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । କୌଣସି ବଡ ଧରଣର ଆତଙ୍କୀ ଯୋଜନା କରାଯାଇଥିବା ଅନୁମାନ କରାଯାଉଛି ।

ଗତକାଲି (ବୁଧବାର) ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ହୋଇଛି । କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ଓ ଏହା ପଛରେ କାହାର ହାତ ଅଛି ସେ ନେଇ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଜମ୍ମୁକାଶ୍ମୀର ଏଡିଜିପି ମୁକେଶ ସିଂ କହିଛନ୍ତି, କାଠୁଆ ଜିଲ୍ଲା ବିପିପି ସନୟ୍ୟାଲ ସମେତ ଅନ୍ତର୍ଜାତୀୟ ସୀମା ନିକଟ ହୀରାନଗରରେ ଏକ ବିସ୍ଫୋରଣ ଶଦ୍ଦ ହେଲା । ହୀରାନଗର ପୋଲିସ ଷ୍ଟେସନକୁ ମଧ୍ୟ ବିସ୍ଫୋରଣ ଶଦ୍ଦ ଶୁଣାଯାଇଛି । ଖବର ମିଳିବା ପରେ କାଠୁଆ ଏସଏସପି ଶିବଦୀପ ସିଂହଙ୍କ ନେତୃତ୍ବରେ ପୋଲିସ ଟିମ ଉକ୍ତ ସ୍ଥାନରେ ପହଞ୍ଚି ବଡ ଅପରେସନ ଆରମ୍ଭ କରିଛି । ବିସ୍ଫୋରଣରେ କାହାର କିଛି ହୋଇନାହିଁ ।''

ଏହା ବି ପଢନ୍ତୁ...ଆଜିଠୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 3 ଦିନିଆ ଓଡିଶା ଗସ୍ତ, କୋଟିଆବାସୀଙ୍କ ସହ ପାଳିବେ ଉତ୍କଳ ଦିବସ

ଏହା ବି ପଢନ୍ତୁ...ମୃତ୍ୟୁର ୩ ବର୍ଷ ପରେ ଚାଷୀଙ୍କ ନାଁରେ ଉଠିଛି ଋଣ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାର

ପୋଲିସ ଅଧିକାରୀ ଆହୁରି କହିଛନ୍ତି କି, ବିସ୍ଫୋରଣ ନେଇ କୌଣସି ବ୍ୟକ୍ତିଙ୍କ ଗତିବିଧି ନଥିବା ପ୍ରାଥମିକ ସର୍ଚ୍ଚ ଅପରେସନରୁ ଏହା ଜଣାପଡିଛି । ବିସ୍ଫୋରଣ ଶଦ୍ଦ ଶୁଣାଯିବା ଖବର ମିଳିବା ମାତ୍ରେ ଆମ ପୋଲିସ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିବା କହିଛନ୍ତି କାଠୁଆ ଏସଏସପି ଶିବଦୀପ ସିଂହ । ସୀମା ଅନୁପ୍ରବେଶ ନେଇ ଏପରି କିଛି ଯୋଜନା ହେଉଥିବା ଅନୁମାନ କରାଯାଉଛି । ଫରେନ୍ସଟିକ ଟିମ ଘଟଣାସ୍ଥଳରେ ପହଞ୍ଚି ନମୂନା ସଂଗ୍ରହ କରିଛି । ବଡ ଧରଣର ବିସ୍ଫୋରଣକୁ ନେଇ ସ୍ଥାନୀୟ ଲୋକ ମଧ୍ୟ ଭୟଭୀତ ଅଛନ୍ତି । ଜଣେ ସ୍ଥାନୀୟ ବାସିନ୍ଦୀ ତଥା ସନ୍ୟାଲି ଗାଁର ରାମ କାଲିଆ କହିଛନ୍ତି,'' ବିସ୍ଫୋରଣ ଶଦ୍ଦ ଏତେ ଜୋର ଥିଲା ଯେ ଗାଁ ଲୋକେ ଆତଙ୍କିତ ହୋଇଛନ୍ତି ।'' ଏହି ବିସ୍ଫୋରଣ ପଛରେ ଆତଙ୍କୀଙ୍କ ହାତ ଥିବା ଅନୁମାନ କରାଯାଉଛି । ତଦନ୍ତ ପରେ ହିଁ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.