ETV Bharat / bharat

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, 5 ମୃତ - ଉତ୍ତରପ୍ରଦେଶ ବିଜନର

ଉତ୍ତରପ୍ରଦେଶର ବିଜନର ଅଞ୍ଚଳସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ଘଟଣାସ୍ଥଳରେ ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, 5 ମୃତ
କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, 5 ମୃତ
author img

By

Published : Apr 8, 2021, 5:04 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଜନର ଅଞ୍ଚଳରେ ଅଘଟଣ । ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଯୋଗୁଁ ପୁରା ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଛି । ଫଳରେ ସେଠାରେ କାର୍ଯ୍ୟରତ 5 ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏବଂ ଦୁଇରୁ ତିନି ଜଣ ଆହତ ହୋଇଛନ୍ତି ।

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, 5 ମୃତ

ମୃତକମାନଙ୍କ ମଧ୍ୟରେ ଚାରି ଜଣକ ପରିଚୟ ମିଳିପାରିଛି । ସେମାନେ ହେଲେ ପ୍ରଦୀପ କୁମାର, ଚିଣ୍ଟୁ, ସୋନୁ, ବୃଜପାଲ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସେପଟେ ପୋଲିସ 5 ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବିଜନର କୋତବାଲୀ ସହରର ବକ୍ସିୱାଲା ଅଞ୍ଚଳରେ ଏହି କେମିକାଲ ଫ୍ୟାକ୍ଟ୍ରିଟି ରହିଛି । ଯେଉଁଠାରେ ବାଣ ତିଆରି କାରବାର ହୁଏ । ୟୁସୁଫ ନାମକ ଜଣେ ବ୍ୟକ୍ତି ଏହି କେମିକାଲ ଫ୍ୟାକ୍ଟ୍ରିର ମାଲିକ ହୋଇଥିବା କୁହାଯାଉଛି । ତେବେ ସୂଚନା ଅନୁଯାୟୀ, ଗୁରୁବାର ଅଚାନକ କାର୍ଯ୍ୟ ଚାଲୁଥିବା ସମୟରେ ଏକ ବଡ ବିସ୍ଫୋରଣ ହୋଇଥିଲା । ଫଳରେ ଚାହୁଁ ଚାହୁଁ ନିଆଁ ସମଗ୍ର ଫ୍ୟାକ୍ଟ୍ରିକୁ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୋଲିସ ଅଗ୍ନିଶମ ବାହିନୀ ସହ ସେଠାରେ ପହଞ୍ଚିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.