ETV Bharat / bharat

ଭୁଶୁଡିଲା ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ରାସ୍ତା, ନିର୍ମାଣ ଦାୟିତ୍ବରେ ବ୍ଲାକଲିଷ୍ଟରେ ଥିବା କମ୍ପାନୀ - ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ ଅଲ ଓ୍ବେଦର ରୋଡ

ବର୍ଷାରେ ଭୁଶୁଡିଲା ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ ଅଲ ଓ୍ବେଦର ରୋଡ । ରାସ୍ତା ନିର୍ମାଣ କାର୍ଯ୍ୟ ନେଇ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ

ଅଲ ଓ୍ବେଦର ରୋଡ କନଷ୍ଟ୍ରକସନ କାମ କରୁଛି ବ୍ଲାକ ଲିଷ୍ଟରେ ଥିବା କମ୍ପାନୀ

author img

By

Published : Jul 16, 2022, 8:17 AM IST

ଡେରାଡୁନ: ଉତ୍ତରାଖଣ୍ଡରେ ବର୍ଷା ଦିନେ ନଦୀ ଗୁଡିକର ଜଳ ସ୍ତର ବୃଦ୍ଧି ପାଇବା ସହ ଭୂସ୍ଖଳନ ଖବର ସାମ୍ନାକୁ ଆସେ । ଯାହା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଏ । ବର୍ଷା ହେତୁ ଅନେକ ସ୍ଥାନରେ ଯାତାୟତ ମଧ୍ୟ ବାଧାପ୍ରପ୍ତ ହୋଇଥାଏ । ବହୁ ମୁଖ୍ୟ ରାସ୍ତା ବନ୍ଦ ହେବାରୁ ସେନାର ଗତିବିଧି ମଧ୍ୟ ପ୍ରଭାବିତ ହୋଇଥାଏ । ସେହିପରି ଉତ୍ତରାଖଣ୍ଡକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ମୁଖ୍ୟ ରାସ୍ତା ବନ୍ଦ ହେବା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡକୁ ଅଲ ଓ୍ବେଦର ରୋଡ ଯୋଜନାରେ ରାସ୍ତା ନିର୍ମାଣ କରିଥିଲେ । କିନ୍ତୁ ବର୍ଷା ଦିନରେ ଏହି ରାସ୍ତା ଭୁଶୁଡି ପଡିବାରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବୁଧବାର ରିଷିକେଶ ବଦ୍ରିନାଥ ଅଲଓ୍ବେଦର ରାଜପଥରେପୁରସାଡି ନିକଟରେ ରାସ୍ତା କଡ଼ରେ ଥିବା ଆରସିସି କାନ୍ଥର ଏକ ଅଂଶ ଭୁଶୁଡିପଡିଥିଲା । ଯାହାଫଳରେ ଯାତାୟତ ବ୍ୟାଘାତ ହୋଇଥିଲା । ଏହାପରେ ରାସ୍ତାର ଗୁଣାବତା ଉପରେ ପ୍ରଶ୍ନ ଉଠିଛି । ସାମରିକ ଦୃଷ୍ଟି କୋଣରୁ ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ବ ପୂର୍ଣ୍ଣ ହୋଇଥିବା ବେଳେ ଚୀନ ବଡର ସହ ସଯୋଗ କରୁଛି । କିନ୍ତୁ ଏହା ସାମାନ୍ୟ ବର୍ଷାରେ ଭୁଶୁଡିବାରୁ ଏହାର ଗୁଣାବତାକୁ ନେଇ ପ୍ରଶ୍ନ ଉଠିଛି ।

2016 ମସିହାରେ ଡେରାଡୁନର ପ୍ୟାରେଡ ଗ୍ରାଉଣ୍ଡରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଏଲ ଓ୍ବେଦର ରୋଡ୍ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଉପସ୍ଥିତିରେ ଏହି ଯୋଜନା ଘୋଷଣା ହୋଇଥିଲା। ଏହାପରେ 2022 ସୁଦ୍ଧା ଉତ୍ତରପ୍ରଦେଶର ଏହି ରାସ୍ତାକାମ ଶେଷ ହେବାକୁ ସ୍ଥିର କରାଯାଇଥିଲା । କିନ୍ତୁ କୋରୋନା କାରଣରୁ ରାସ୍ତାକାମ ବନ୍ଦ କରିବାକୁ ପଡିଲା । ତେଣୁ ବର୍ତ୍ତମାନ ଏହାର କାର୍ଯ୍ୟ ସମାପ୍ତ କରିବାର ସମୟସୀମା ବୃଦ୍ଧି କରାଯାଇଛି। ୧୨ ହଜାରକୋଟି ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ କରାଯାଇଥିବା ବେଳେ ଏହାର ଲମ୍ବ 889 କିଲୋମିଟର ଦୁଇ ଲେନ ବିଶିଷ୍ଟ ରହିଛି । ବର୍ତ୍ତମାନ ପ୍ରକଳ୍ପରେ ପ୍ରାୟ 90% କାର୍ଯ୍ୟ କରାଯାଇଛି।

ଏହା ରାସ୍ତା ନିର୍ମାଣ ପରେ ଚାରଧାମ ଯାତ୍ରା ସହଜ ହେବା ସହ ସୀମାରେ ପହଞ୍ଚିବା ପାଇଁ ସେନାଙ୍କୁ ମଧ୍ୟ କମ ସମୟ ଲାଗେ । ଚାରିଧାମ ଯାତ୍ରା ପାଇଁ ପୂର୍ବରୁ ମନ୍ଦିରରେ 12 ରୁ 13 ଘଣ୍ଟା ଲାଗୁଥିବା ବେଳେ ବର୍ତ୍ତମାନ ତାହା ପ୍ରାୟ 7 ରୁ 8 ଘଣ୍ଟା ସମୟ ଲାଗୁଛି । କିନ୍ତୁ ରାସ୍ତାର କାନ୍ଥ ଭୁଶୁଡିବାରୁ ଏବେ ପ୍ରଶ୍ନ ଘେରକୁ ଆସିଛି ନିର୍ମାଣ କାର୍ଯ୍ୟରେ ନିୟୋଜିତ ସଂସ୍ଥା । ଏବେ ପ୍ରଶ୍ନ ଉଠୁଛି ଯଦି ଏହି ରାସ୍ତାଗୁଡ଼ିକ କାନ୍ଥ ସାହାଯ୍ୟରେ ଅଟକାଯାଉଛି, ତେବେ ଆଗାମୀ ସମୟରେ ଉତ୍ତରାଖଣ୍ଡର ସମସ୍ତ ସ୍ଥାନରେ ନିର୍ମାଣ ହେବାକୁ ଥିବା ଅଲଓ୍ବେଦର ରାସ୍ତାର ଅବସ୍ଥା କ’ଣ ହେବ? ଏନେଇ PWD ଅଧିକାରୀଙ୍କୁ ପଚାରିବାରୁ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକୁ କେନ୍ଦ୍ରୀୟ ଏଜେନ୍ସି ତଦାରଖ କରୁଥିବା ସେ କହିଥିଲେ ।

NHIDCL ଅଧିକାରୀଙ୍କ ମତ

ଏହି ରାସ୍ତା ନିର୍ମାଣର ଦାୟିତ୍ୱ କେନ୍ଦ୍ରୀୟ ଏଜେନ୍ସି NHIDC ଉପରେ ଅଛି । ଏନେଇ କମ୍ପାନୀର ଏମଡି ସନ୍ଦୀପ କର୍କିଙ୍କୁ ଚାମୋଲିର ରାସ୍ତା ବିଷୟରେ ପଚାରିବାରୁ ସେ ଏ ବିଷୟରେ କିଛି କହିବାକୁ ମନା କରିଦେଇଥିଲେ ।

ପ୍ରଶ୍ନ: ବର୍ତ୍ତମାନ ସମସ୍ତ ଓ୍ବେଦର ରୋଡ ବିଷୟରେ କଣ ସୂଚନା ଅଛି ଏବଂ ଏହି ରାସ୍ତା ଭୁଶୁଡିବାର କାରଣ କଣ?

ସନ୍ଦୀପ କର୍କି: ବର୍ତ୍ତମାନ ଆମର ପ୍ରକଳ୍ପ ପ୍ରକ୍ରିୟା ଚାଲିଛି । ଏହି ପ୍ରକଳ୍ପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ଏପରି ପରିସ୍ଥିତିରେ ଯଦି ରାସ୍ତା କୌଣସି ସ୍ଥାନରେ ନଷ୍ଟ ହୋଇଯାଏ, ତେବେ ପୁନର୍ବାର କଣ୍ଟ୍ରାକ୍ଟର ସେଗୁଡିକ ନିର୍ମାଣ ପାଇଁ କାର୍ଯ୍ୟ କରନ୍ତି । କେବଳ ଏତିକି ନୁହେଁ, ଯଦିଓ ଏହି ରାସ୍ତା ସଂପୂର୍ଣ୍ଣ ହୋଇଛି, ତେବେ କଣ୍ଟ୍ରାକ୍ଟର ଏହାକୁ 4 ବର୍ଷ ପର୍ଯ୍ୟନ୍ତ ପରିଚାଳନା କରିବେ । ଯଦି ରାସ୍ତାରେ କୌଣସି ଭଙ୍ଗାରୁଜା ହୁଏ, ତେବେ ଏହା ଠିକାଦାରଙ୍କ ଦାୟିତ୍ୱ। କଣ୍ଟ୍ରାକ୍ଟର ପୁନର୍ବାର କାମ ସାରିବେ ।

ପ୍ରଶ୍ନ: ରାସ୍ତା ଧୋଇଯିବା ହେତୁ କେତେ କୋଟି ଟଙ୍କା ନଷ୍ଟ ହୋଇଛି

ସନ୍ଦୀପ କର୍କି: ବର୍ତ୍ତମାନ ସେପରି କିଛି କହିବା ସମ୍ଭବ ନୁହେଁ। କେତେ କୋଟି ଟଙ୍କା କ୍ଷତି ତାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏଥି ପାଇଁ କେତେ କୋଟି ଟଙ୍କା ଖର୍ଚ୍ଚ ହେଉଛି ସେବିଷୟରେ କଣ୍ଟ୍ରଟରକୁ ତଥ୍ୟ ମଗାଯାଇଛି । ଏହା ନିଶ୍ଚିତ ଯେ ରାଜ୍ୟ ସରକାର ଏଥିରେ କୌଣସି କ୍ଷତି ହୋଇନାହିଁ । ଏହି କାର୍ଯ୍ୟ କେନ୍ଦ୍ର ସରକାର କରୁଛନ୍ତି।

ପ୍ରକଳ୍ପ କାମରେ ଅବହେଳା କରାଯାଇଛି କି ?

ସନ୍ଦୀପ କର୍କି: ରାସ୍ତା କାମରେ କୌଣସି ଅବହେଳା କରାଯାଇନାହିଁ । ଅଧିକ ବର୍ଷା ହେବାରୁ ଏପରି ସ୍ଥିତି ଉପୁଜିଛି । ଭୁସ୍ଖଳନ କାରଣରୁ ରାସ୍ତା ଅନେକ ସମୟରେ ବନ୍ଦ ରହୁଛି । ଏହା ପ୍ରାକୃତିକ କାରଣ, ଏଥିପାଇଁ କୌଣସି ଅଭିଯୋଗ କରାଯାଇପାରିବ ନାହିଁ ।

ପ୍ରଶ୍ନ: ଏହି ରାସ୍ତା ଭୁଶୁଡ଼ିବା ପଛର କାରଣ କ’ଣ?

ଅଜୟ ଶର୍ମା, ନିର୍ଦ୍ଦେଶକ, ହିଲୱେ କମ୍ପାନୀ: ହିଲୱେ କନଷ୍ଟ୍ରକସନ କମ୍ପାନୀର ନିର୍ଦ୍ଦେଶକ NHIDCL (National Highways and Infrastructure Development) କମ୍ପାନୀର ଜିଏମ ସନ୍ଦୀପ କର୍କିଙ୍କ ବିବୃତ୍ତିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି । ଅଜୟ ଶର୍ମା କହିଛନ୍ତି ଯେ ପୁରା ରାସ୍ତା କାମ ବହୁ ପୂର୍ବରୁ ଶେଷ ହୋଇଛି । କାନ୍ଥ କାମ ମଧ୍ୟ ସମାପ୍ତ ହେଲା । ଏହା ପରେ ହିଁ ରାସ୍ତା ପାଇଁ ଖୋଲା ଯାଇଥିଲା । ସେ କହିଛନ୍ତି ଯେ ପାଇପରେ ପାଣି ଚାପି ହୋଇଯିବା କାରଣରୁ ପାଣି ଭର୍ତ୍ତି ହୋଇଯାଇଥିଲା । ଯେଉଁଥିପାଇଁ ହଠାତ୍ କାନ୍ଥ ଭୁଶୁଡି ପଡିଲା । ଏଥି ସହ ନଦୀରେ ଜଳସ୍ତର ବଢିବାରୁ ଏପରି ସ୍ଥିତି ଉପୁଜିଛି ।

ଚାରିଧାମ ରୋଡ ପ୍ରୋଜେକ୍ଟ କାର୍ଯ୍ୟ କରୁଛି ବ୍ଲାକଲିଷ୍ଟରେ ଥିବା କମ୍ପାନୀ: ଚାରିଧାମ କାର୍ଯ୍ୟ କରୁଥିବା କମ୍ପାନୀ ବିଷୟରେ ଅଧିକ ସୂଚନା ସଂଗ୍ରହ କରିବା ପରେ ଜାଣିବାକୁ ମିଳିଥିଲା ଯେ ହିଲୱେ 2013 ମସିହାରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ଦ୍ୱାରା କଳା ତାଲିକାଭୁକ୍ତ ହୋଇଥିଲା । ସେହି ସମୟରେ ଏହି ସେତୁ ନିର୍ମାଣ କରୁଥିବା କମ୍ପାନୀ ଶ୍ରୀନଗରର ସ୍ଥିତ ଚୌରାସ ବ୍ରିଜ ଭୁଶୁଡ଼ିବା କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ହିଲୱେ ନିର୍ମାଣକାରୀ କମ୍ପାନୀ ସେମାନଙ୍କ ମଧ୍ୟରୁ ଅନ୍ୟତମ । ତେବେ ଯାଞ୍ଚ ପରେ କମ୍ପାନୀର ଲୋକଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ଯାହା ଏହାର କଳା ତାଲିକାଭୁକ୍ତ ହେବାର ଏକ ବଡ଼ କାରଣ ହୋଇଗଲା ।

ଏବେ ପ୍ରଶ୍ନ ଉଠୁଛି ଯେ, ଏପରି କମ୍ପାନୀଗୁଡ଼ିକୁ କେନ୍ଦ୍ରୀୟ ଏଜେନ୍ସି କିମ୍ବା ରାଜ୍ୟ ଏଜେନ୍ସି ଦ୍ୱାରା କାହିଁକି କାମ ଦେଉଛନ୍ତି ? କମ୍ପାନୀଗୁଡିକ ନିଯୁକ୍ତି ପୂର୍ବରୁ କମ୍ପାନୀ ର ଯାଞ୍ଚ କରାଯାଉଛି ନା ନାହିଁ । ଯାଞ୍ଚ କରୁନାହାଁନ୍ତି କି? ଯେତେବେଳେ ଆମେ କମ୍ପାନୀ ଏବଂ ଇଣ୍ଟରନେଟରେ ସୂଚନା ସଂଗ୍ରହ କରିବା ଆରମ୍ଭ କଲୁ, ଆମେ ଜାଣିଲୁ ଯେ ଏହି କମ୍ପାନୀର କାର୍ଯ୍ୟ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଚାଲିଛି। ଅନେକ ସ୍ଥାନରେ ବିବାଦ ଭିତରକୁ ଆସିବା ପରେ କମ୍ପାନୀର କାମ ମଧ୍ୟ ବନ୍ଦ ହୋଇଯାଇଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.