ETV Bharat / bharat

ଦେଶରେ 5,500 ବ୍ଲାକ ଫଙ୍ଗସ ମାମଲା ଚିହ୍ନଟ, 126 ମୃତ

author img

By

Published : May 21, 2021, 8:56 AM IST

ଦେଶବ୍ୟାପୀ 5 ହଜାର 500 ବ୍ଲାକ ଫଙ୍ଗସ ମାମଲା ଚିହ୍ନଟ ହୋଇଥିବାବେଳେ 126 ଜଣଙ୍କ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ସର୍ବାଧିକ 90 ଜଣ ବ୍ଲାକ ଫଙ୍ଗସ ରୋଗୀ ଆଖି ବୁଜିଛନ୍ତି । ଅଧିକ ପଢନ୍ତୁ...

ଦେଶରେ 5,500 ବ୍ଲାକ ଫଙ୍ଗସ ମାମଲା ଚିହ୍ନଟ, 126 ମୃତ
ଦେଶରେ 5,500 ବ୍ଲାକ ଫଙ୍ଗସ ମାମଲା ଚିହ୍ନଟ, 126 ମୃତ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ରୂପ ବଦଳାଉଛି କୋରୋନା । ଏହି ଅଦୃଶ୍ୟ ଭୂତାଣ ବର୍ତ୍ତମାନ ଦେଶରେ ବିଭୀଷିକା ରଚୁଥିବାବେଳେ ଇତିମଧ୍ୟରେ ଚିନ୍ତା ବଢାଇଛି ବ୍ଲାକ ଫଙ୍ଗସ ବା ମ୍ୟୁକରମାଇକୋସିସ । ଦେଶରେ ଦିନକୁ ଦିନ ବ୍ଲାକ ଫଙ୍ଗସ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବଢୁଥିବା ମାମଲାକୁ ଦୃଷ୍ଟିର ରଖି ଅନେକ ରାଜ୍ୟ ଏହାକୁ ମହାମାରୀ ଭାବେ ମଧ୍ୟ ଘୋଷଣା କରିଲେଣି । ତେବେ ବର୍ତ୍ତମାନ ସୁଦ୍ଧା ଦେଶବ୍ୟାପୀ 5 ହଜାର 500 ବ୍ଲାକ ଫଙ୍ଗସ ମାମଲା ଚିହ୍ନଟ ହୋଇଛି । ଯାହାମଧ୍ୟରୁ 126 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । କେବଳ ମହାରାଷ୍ଟ୍ରରେ 1500 ବ୍ଲାକ ଫଙ୍ଗସ ମାମଲା ରେକର୍ଡ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ସର୍ବାଧିକ 90 ରହିଛି ।

ମହାରାଷ୍ଟ୍ର ପରେ 14 ବ୍ଲାକ ଫଙ୍ଗସ ଜନିତ ମୃତ୍ୟୁସଂଖ୍ୟା ସହ ହରିୟାଣା ଦ୍ବିତୀୟରେ ରହିଛି । ସେହିପରି ଉତ୍ତରପ୍ରଦେଶରେ 8, ଝାରଖଣ୍ଡରେ 4, ଛତିଶଗଡରୁ 2 ଏବଂ ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଆସାମ, ଓଡିଶା ଓ ଗୋଆରେ ଜଣେ ଲେଖାଏଁ ବ୍ଲାକ ଫଙ୍ଗସ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ରାଜସ୍ଥାନ ସରକାର ପରେ ଗୁରୁବାର ଗୁଜୁରାଟ ସରକାର ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି । ସେହିପରି ପଞ୍ଜାବ, ହରିୟାଣା, କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା ରାଜ୍ୟରେ ଏପିଡେମିକ ଡିଜିଜ ଆକ୍ଟ ଅଧୀନରେ ଏହାକୁ ଏକ ନୋଟିଫାଏବଲ ଡିଜିଜ ଭାବେ ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.