ETV Bharat / bharat

Bengal By-Poll: ଶତ୍ରୁଘ୍ନ ସିହ୍ନାଙ୍କୁ ଟକ୍କର ଦେବେ ଅଗ୍ନିମିତ୍ର ପଲ - ଶତ୍ରୁଘ୍ନ ସିହ୍ନାଙ୍କୁ ଟକ୍କର ଦେବେ ଅଗ୍ନିମିତ୍ରା ପଲ

ପଶ୍ଚିମବଙ୍ଗ ଆସନସୋଲ(Asansol) ଲୋକସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କୁ ଟକ୍କର ଦେବେ ଅଗ୍ନିମିତ୍ରା ପଲ । ଅଧିକ ପଢନ୍ତୁ

Bengal By-Poll: ଶତ୍ରୁଘ୍ନ ସିହ୍ନାଙ୍କୁ ଟକ୍କର ଦେବେ ଅଗ୍ନିମିତ୍ରା ପଲ

author img

By

Published : Mar 19, 2022, 7:16 AM IST

Updated : Mar 19, 2022, 10:55 AM IST

କୋଲକାତା: ପଶ୍ଚିମବଙ୍ଗ ଆସନସୋଲ(Asansol) ଲୋକସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଭାରତୀୟ ଜନତା ପାର୍ଟି ଏହି ଆସନ ପାଇଁ ଫ୍ୟାସନ ଡିଜାଇନରରୁ ବିଧାୟିକା ବନିଥିବା(Fashion designer turned MLA) ଅଗ୍ନିମିତ୍ରା ପଲଙ୍କୁ ଟିକେଟ୍ ଦେଇଛି । ଅଗ୍ନିମିତ୍ରା ଏଠାରୁ ଅଭିନେତା ତଥା ଟିଏମସି(TMC) ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କୁ ଟକ୍କର ଦେବେ ।

ଅଗ୍ନିମିତ୍ରା ପଲ ବିଧାୟିକା ସଙ୍ଗେ ସଙ୍ଗେ ପଶ୍ଚିମବଙ୍ଗ ବିଜେପିର ସାଧାରଣ ସମ୍ପାଦକ ମଧ୍ୟ ଅଟନ୍ତି । ୨୦୨୧ ବିଧାନସଭା ନିର୍ବାଚନରେ ସେ ଆସନଲୋନ ଦକ୍ଷିଣ ନିର୍ବାଚନୀ ମଣ୍ଡଳୀରୁ ତୃଣମୂଳ କଂଗ୍ରେସ(ଟିଏମସି) ପ୍ରାର୍ଥୀ ସାୟନିଙ୍କ ସହ ପ୍ରତିଦ୍ବନ୍ଦିତା କରିଥିଲେ ଏବଂ ତାଙ୍କୁ ହରାଇ ବିଜୟୀ ମଧ୍ୟ ହୋଇଥିଲେ ।

ସେହିପରି କୋଲକାତାର ବାଲିଗଞ୍ଜ(Ballygunje) ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ କେୟା ଘୋଷ(Keya Ghosh)ଙ୍କୁ ମନୋନୀତ କରିଛି । କେୟା ଟିଭି ବିତର୍କରେ(TV debates) ଜଣେ ଜଣାଶୁଣା ଚେହେରା ଅଟନ୍ତି । ତାଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତୃଣମୂଳ ପ୍ରାର୍ଥୀ ବାବୁଲ ସୁପ୍ରିୟୋଙ୍କ ବିରୁଦ୍ଧରେ ଛିଡା କରାଯାଇଛି । ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗ ବିଜେପି ମୁଖପାତ୍ର ସମିକ୍ ଭଟ୍ଟାଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି । ପ୍ରକାଶଥାଉ କି, ଆସନ୍ତା ଏପ୍ରିଲ ୧୨ ତାରିଖରେ ଏହି ଦୁଇଟି ଆସନରେ ଉପନିର୍ବାଚନ ହେବ ଏବଂ ଏପ୍ରିଲ ୧୬ ତାରିଖ ଦିନ ଭୋଟ ଗଣତି ହେବ ।

@ANI

Last Updated : Mar 19, 2022, 10:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.