ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନ: ଭୋଟ ଆରମ୍ଭର ଘଣ୍ଟାଏ ପୂର୍ବରୁ ବିଜେପି କର୍ମୀଙ୍କ ମା’ଙ୍କୁ ହତ୍ୟା - ବିଜେପି କର୍ମୀଙ୍କ ମା ଙ୍କୁ ହତ୍ୟା

ପଶ୍ଚିମବଙ୍ଗର ରାଜନୈତିକ ହିଂସା । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ବିଜେପି କର୍ମୀଙ୍କ ମା ଙ୍କୁ ହତ୍ୟା କରାଯାଇଛି । ଭୋଟ ଆରମ୍ଭ ହେବା ଏକ ଘଣ୍ଟା ପୂର୍ବର ବିଜେପି କର୍ମୀଙ୍କ ମା ଙ୍କୁ ହତ୍ୟା କରାଯାଇଛି । ଅଧିକ ପଢନ୍ତୁ...

BJP worker's mother killed in Bengal's Goghat
ପଶ୍ଚିମବଙ୍ଗ ନିର୍ବାଚନ: ବିଜେପି କର୍ମୀଙ୍କ ମା ଙ୍କୁ ହତ୍ୟା
author img

By

Published : Apr 6, 2021, 11:44 AM IST

କୋଲକାତା: ପଶ୍ଚିମଙ୍ଗର ରାଜନୈତିକ ହିଂସା । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ବିଜେପି କର୍ମୀଙ୍କ ମା’ଙ୍କୁ ହତ୍ୟା କରାଯାଇଛି । ଭୋଟ ଆରମ୍ଭ ହେବା ଏକ ଘଣ୍ଟା ପୂର୍ବର ବିଜେପି କର୍ମୀଙ୍କ ମା ଙ୍କୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ।

ପୋଲିସ ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ରାଜନୈତିକ ଭାବରେ ଅତ୍ୟନ୍ତ ସମ୍ବେଦନଶୀଳ ଗଘୋହାଟ ଅଞ୍ଚଳରେ ଘଟିଛି । ସୋମବାର ଦିନ 11 ରାଜନୈତିକ ଶତ୍ରୁତାକୁ ନେଇ ମା ପୁଅକୁ ସଂଘବଧ ଭାବରେ ଆକ୍ରମଣ କରାଯାଇଥିଲା । ଏଥିରେ ନିଜ ପୁଅକୁ ବଞ୍ଚାଇବା ପାଇଁ ମା ଆହତ ହୋଇଥିଲେ ବୋଲି ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ଆଡକ ପରିବାର କହିଛନ୍ତି ଯେ ଏହି ଘଟଣା ପଛର ମୁଖ୍ୟ ସୂତ୍ରଧର ହେଉଛି ତୃଣମୂଳ କଂଗ୍ରେସ । ଯାହାକୁ ଶାସକ ଦଳ ପ୍ରତ୍ୟାଖ୍ୟାନ କରିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି, ମହିଳା ଜଣକ ଆକ୍ରମଣକାରୀଙ୍କୁ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କୁ ମାଡ଼ ମାରିଥିଲେ। ଏହା ପରେ ସେ ମୃତ୍ୟୁବରଣ କରିଥିଲେ। ମହିଳାଙ୍କ ମୃତ୍ୟୁପରେ ଦୃବୃର୍ତ୍ତମାନେ ସେଠାରୁ ଖସି ପଳାଇଥିଲେ।

ଏହି ଘଟଣାକୁ ନେଇ ବିଜେପି ଥାନାରେ ଅଭିଯୋଗ କରିଛି । ବର୍ତ୍ତମାନ ତଦନ୍ତ ଚାଲିଛି ଏବଂ ଏହା ପଛରେ ଥିବା ଲୋକଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଛି । କାଁ ଭାଁ କେତୋଟି ସ୍ଥାନରେ ହିଂସା ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.