କୋଲକାତା: ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି । ବଙ୍ଗର 5ଟି ଜିଲ୍ଲାର 30ଟି ବିଧାନସଭା ଆସନ ପାଇଁ ଭୋଟ୍ ଦିଆଯିବ । ଏମଧ୍ୟରେ ପଶ୍ଚିମ ମେଦିନୀପୁର ଜିଲ୍ଲାର କେଶରୀ ଅଞ୍ଚଳରୁ ଆସିଛି ଦୁଃଖଦ ଘଟଣା । ଜଣେ ବିଜେପି କର୍ମୀଙ୍କ ମିଳିଛି ମୃତଦେହ ।
35 ବର୍ଷ ବୟସ୍କା ମଙ୍ଗଲ ସୋରେନଙ୍କ ମିଳିଛି ମୃତଦେହ । ତେବେ ସେ ବିଜେପି କର୍ମୀ ବୋଲି ଜଣାପଡିଛି। ସେ କେଶରୀର ବେଗୁମ୍ପୁର ଅଞ୍ଚଳର ବାସିନ୍ଦା ବୋଲି କୁହାଯାଉଛି। ମଙ୍ଗଲକୁ ଟିଏମସି ହତ୍ୟା କରିଥିବା ଅଭିଯୋଗ ଆଣିଛି ବିଜେପି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ