ଲକ୍ଷ୍ନୌ: ସର୍ବସାଧାରଣ ସ୍ଥଳରେ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା । ବୁଧବାର ଉତ୍ତରପ୍ରଦେଶ ଆଜମଗଡ ଜିଲ୍ଲା ଗୋସାଇଗଞ୍ଜ ଅଞ୍ଚଳରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି । ତିନି ଜଣ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସି ଜଣେ ବିଜେପି କର୍ମୀଙ୍କୁ ଖୋଲାଖୋଲି ଭାବେ ଗୁଳି କରିଛନ୍ତି । ଫଳରେ ଘଟଣାସ୍ଥଳରେ ବ୍ୟକ୍ତି ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ 42 ବର୍ଷୀୟ ଦିଲ୍ଲୀପ ଗିରି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।
ସୂଚନାଯୋଗ୍ୟ, ଦେବଗାଓଁ ଅଞ୍ଚଳର ଗୋସାଇଗଞ୍ଜ ବଜାରରେ ଦିଲ୍ଲୀପ ଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାଦେଖି ବଜାରର ସମସ୍ତ ଦୋକାନୀ ନିଜ ଦୋକାନ ବନ୍ଦ କରି ସେଠାରୁ ଦୌଡି ପଳାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ଏହି କାଣ୍ଡ ଭିଆଇଥିବା ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ସୁରାକ ପୋଲିସର ହସ୍ତଗତ ହୋଇନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ