ETV Bharat / bharat

BJP Gujarat Victory: ନୂଆ ରେକର୍ଡ କଲା ବିଜେପି, ବାମ ସାମ୍ମୁଖ୍ୟ ସହ ହେଲା ସମକକ୍ଷ

author img

By

Published : Dec 8, 2022, 10:55 PM IST

ବାମ ସାମ୍ମୁଖ୍ୟ (Left Front) ସରକାର ପଶ୍ଚିମବଙ୍ଗରେ ୧୯୭୭ରେ କ୍ଷମତାକୁ ଆସିଥିଲା (The Left Front government came to power in West Bengal in 1977) । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ୨୦୧୧ ରେ ଶାସନ କ୍ଷମତାକୁ ଆସିବା ଯାଏଁ ବାମ ସାମ୍ମୁଖ୍ୟ ରାଜ୍ୟରେ ଦୀର୍ଘ ୩୪ ବର୍ଷ ଧରି ଶାସନ କରିଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ (Gujurat Assembly Election) ରେ ବିଜେପିର ବମ୍ପର ବିଜୟ ହୋଇଛି । ଦଳ ୨୦୨୨ ବିଧାନସଭା ନିର୍ବାଚନ ଜିତି ଖାଲି ଶାସନ କରିବ ନାହିଁ । ଦଳ ଏହି ବିଜୟ ସହ ଭାରତୀୟ ରାଜନୀତି ଇତିହାସରେ ଏକାଧିକ ରେକର୍ଡ ସୃଷ୍ଟି କରିଛି । କୌଣସି ରାଜ୍ୟରେ ସର୍ବାଧିକ ବର୍ଷ ଧରି ଶାସନ କରିବାରେ ବିଜେପି ନୂଆ ରେକର୍ଡ ସ୍ଥାପନ କରିଛି । ୧୯୯୫ ରେ ବିଜେପି ଗୁଜୁରାଟରେ କ୍ଷମତାକୁ ଆସିଥିଲା । ସେହିଦିନ ଠାରୁ ଆଜି ଯାଏଁ ୨୭ ବର୍ଷ ଧରି ଦଳ ଲଗାତାର କ୍ଷମତାରେ ରହିଛି । ଯାହା ଏକ ରେକର୍ଡ ।

ଏହାବି ପଢନ୍ତୁ- Assembly Election 2022: ଗୁଜୁରାଟରେ କମାଲ କଲା ବିଜେପିର ହିନ୍ଦୁତ୍ବ ଆଦର୍ଶ ! ହିମାଚଳରେ ମାରିଲା ଫେଲ୍‌

ଚଳିତ ୨୦୨୨ ବିଧାନସଭା ନିର୍ବାଚନ ବିଜେପି ପାଇଁ ଏକ ସାମାନ୍ୟ ବିଜୟ ନୁହେଁ । ଏହା ଏକ ସର୍ବକାଳୀନ ବିଜୟ । ଏହି ବିଜୟ ସହ ବିଜେପି ବାମ ସାମ୍ମୁଖ୍ୟ ଦଳ ସହ ସମକକ୍ଷ ହୋଇଛି । ବାମ ସାମ୍ମୁଖ୍ୟ ପଶ୍ଚିମବଙ୍ଗରେ ରେକର୍ଡ ସପ୍ତମ ଥର ଲଗାତାର ବିଜୟୀ ହୋଇ ୩୪ ବର୍ଷ ଯାଏଁ ଶାସନ କରିଥିଲା । ବିଜେପି ଯଦିଓ ସପ୍ତମ ଥର ବିଜୟ ସହ ୩୨ ବର୍ଷ ଶାସନ କରିବ । ହେଲେ ବାମ ସାମ୍ମୁଖ୍ୟ ଠାରୁ ଶାସନ କ୍ଷମତାରେ ୨ ବର୍ଷ କମ ରହିବ ।

ବାମ ସାମ୍ମୁଖ୍ୟ ସରକାର ପଶ୍ଚିମବଙ୍ଗରେ ୧୯୭୭ରେ କ୍ଷମତାକୁ ଆସିଥିଲା (The Left Front government came to power in West Bengal in 1977) । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ୨୦୧୧ ରେ ଶାସନ କ୍ଷମତାକୁ ଆସିବା ଯାଏଁ ବାମ ସାମ୍ମୁଖ୍ୟ ରାଜ୍ୟରେ ଦୀର୍ଘ ୩୪ ବର୍ଷ ଧରି ଶାସନ କରିଥିଲା । କେବଳ ପଶ୍ଚିମବଙ୍ଗରେ ବାମ ସାମ୍ମୁଖ୍ୟ ୩୪ ବର୍ଷ ଶାସନ କ୍ଷମତାରେ ରହିବାର ରେକର୍ଡ କରିନାହିଁ । ନର୍ଥ ଇଷ୍ଟର ପାହାଡି ରାଜ୍ୟ ତ୍ରିପୁରା ମଧ୍ୟ ବାମ ସାମ୍ମୁଖ୍ୟ (Left Front) ମୁଖ୍ୟମନ୍ତ୍ରୀ ମାଣିକଲାଲଙ୍କ ନେତୃତ୍ବରେ ୧୯ ବର୍ଷ ଧରି ଶାସନ କରିଛି (Not only in West Bengal the Left Front has ruled for 19 years in Tripura also with Manik Banerjee as the chief minister) ।

ଏହାବି ପଢନ୍ତୁ- Gujurat Result: ଏହି ନେତାଙ୍କ ବିଜୟ ନେଇ ଲିଖିତ ଭବିଷ୍ୟବାଣୀ କରିଥିଲେ କେଜ୍ରିୱାଲ, ସମସ୍ତେ ମାଟି କାମୁଡିଲେ

ଗୁଜୁରାଟ ବିଜୟ ସହ ଗୈରିକ ଦଳ ରାଜ୍ୟରେ ଆଉ ଏକ କିର୍ତ୍ତୀମାନ ସ୍ଥାପନ କରିଛି । ଦଳ ରାଜ୍ୟରେ ୧୫୬ ଟି ଆସନ ଦଖଲ କରି ଏକ ରେକର୍ଡ ସ୍ଥାପନ କରିଛି । ଶେଷ ଥର ପାଇଁ ୧୯୮୫ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସାଲୋଙ୍କିଙ୍କ ନେତୃତ୍ବରେ କଂଗ୍ରେସ ଗୁଜୁରାଟରେ ୧୪୯ ଆସନ ଜିତି ରେକର୍ଡ ସ୍ଥାପନ କରିଥିଲା (In 1985 led by former chief minister Madhav Singh Solanky, Congress had won 149 seats) । ଯାହା ଆଜି ଯାଏଁ ଏକ ରେକର୍ଡ ହୋଇଥିଲା । ହେଲେ ଚଳିତ ନିର୍ବାଚନରେ ବିଜେପି ୧୫୬ ଆସନ ଜିତି ଏହି ରେକର୍ଡ ଭାଙ୍ଗିଛି ।

ଦେଶର କୌଣସି ରାଜ୍ୟରେ ସର୍ବାଧିକ ସମୟ ଧରି ଶାସନ କରିବାର ରେକର୍ଡ ଖାଲି ବିଜେପି କି ବାମ ସାମ୍ମୁଖ୍ୟ କରିନାହିଁ । ସିକିମ ଗଣତାନ୍ତ୍ରିକ ଫ୍ରଣ୍ଟ (Sikkim democratic Front ) ର ନେତୃତ୍ବ ନେଇ ପୱନ କୁମାର ଚାମଲିଙ୍ଗ(Pawan Kumar Chamling ) ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ24 ବର୍ଷ ଧରି ସିକିମକୁ ଶାସନ କରିଛନ୍ତି । ଏହାବାଦ ୨୦୧୯ ରେ ଲଗାତାର ପଞ୍ଚମଥର ଶାସନ କ୍ଷମତା ବଜାୟ ରଖି ଓଡିଶାର ବିଜୁ ଜନତା ଦଳ ( Biju Janata Dal ) ମୁଖ୍ୟ ନବୀନ ପଟ୍ଟନାୟ (Naveen Patnaik) ରାଜ୍ୟରେ ୨୨ ବର୍ଷ ଧରି ଶାସନ କ୍ଷମତାରେ ରହିଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.