ETV Bharat / bharat

ୟୁପି ପଞ୍ଚାୟତ ନିର୍ବାଚନରେ ବିଜେପିର ବାଜିମାତ, 75 ରୁ 67 ଆସନରେ ବିଜୟ - UP Panchayat election

ୟୁପି ପଞ୍ଚାୟତ ନିର୍ବାଚନରେ ବିଜେପିର ବିଜୟ । 75 ରୁ 67 ଆସନରେ ବିଜୟ ହାସଲ କରିଛି ବିଜେପି । ଏହାକୁ ନେଇ ରାଜ୍ୟ ସଭାପତି କହିଲେ 2022ରେ ବିଜେପି ସରକାର କ୍ରମାଗତ ଦ୍ବିତୀୟ ଥର କ୍ଷମତା ଦଖଲ କରିବ । ଅଧିକ ପଢନ୍ତୁ...

BJP
ୟୁପି ପଞ୍ଚାୟତ ନିର୍ବାଚନରେ ବିଜେପିର ବାଜିମାତ, 75 ରୁ 67 ଆସନରେ ବିଜୟ
author img

By

Published : Jul 3, 2021, 7:20 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ବିଜେପିର ବାଜିମାତ । ଜିଲ୍ଲା ପରିଷଦ ନର୍ବାଚନରେ ବିଜେପି ମୋଟ 75 ଟି ଆସନରୁ 67 ଆସନରେ ବିଜୟ ଲାଭ କରିଛି ବିଜେପି । ଏହାକୁ ନେଇ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ ବିଜୟ ନିଶ୍ଚିତ ବୋଲି କହିଛନ୍ତି ଉତ୍ତରପ୍ରଦେଶ ବିଜେପି ସଭାପତି ସ୍ବତନ୍ତ୍ର ଦେବ ସିଂହ ।

2022 ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ୟୁପିରେ ହୋଇଛି ପଞ୍ଚାୟତ ନିର୍ବାଚନ । ନିକଟରେ ଅନୁଷ୍ଠିତ ହୋଇଥିବା ମୋଟ 75 ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ଏକାକି 67 ଟି ଆସନରେ ବିଜୟ ହାସଲ କରିଛି । ଏହି ନିର୍ବାଚନରେ ବିଜେପି, ସମାଜବାଦୀ ପାର୍ଟି, କଂଗ୍ରେସ ଓ ଅନ୍ୟ ଆଞ୍ଚଳିକ ଦଳ ଗୁଡିକ ମଧ୍ୟ ଭାଗ ନେଇଥିଲେ । କିନ୍ତୁ ବିଜେପି ସମସ୍ତଙ୍କୁ ପରାଜୟର ରାସ୍ତା ଦେଖାଇଛି । ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ସରକାର ଗଠନ କରିବା ନିଶ୍ଚିତ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସ୍ବତନ୍ତ୍ରଦେବ ସିଂହ । ଏହି ଫଳାଫଳ ବିଜେପିର ଲୋକପ୍ରିୟତାକୁ ଦର୍ଶାଉଛି ।

ସୂଚନାଥାଉକି ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି । କ୍ଷମତାରେ ଥିବା ଯୋଗୀ ସରକାରକୁ କ୍ଷମତାରୁ ହଟାଇବା ପାଇଁ ମୁଖ୍ୟ ବିରୋଧୀ ଦଳ ଏସପି ଓ କଂଗ୍ରେସ ସହ ଜୋରଦାର ଲଢେଇ ହେବାର ସମ୍ଭାବନା ରହିଛି । ୟୁପିର 403 ଆସନ ବିଶିଷ୍ଟ ବିଧାନସଭାରେ ଗତ 2017 ନର୍ବାଚନରେ ବିଜେପି ଏକାକି ତିନି ଶହରୁ ଉର୍ଦ୍ଧ୍ବ ସିଟ ହାସଲ କରି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.