ETV Bharat / bharat

Rajasthan Bjp Executive Meeting: ଶାହଙ୍କ ଦମ୍ଭୋକ୍ତି, ରାଜସ୍ଥାନରେ କ୍ଷମତାକୁ ଫେରିବ ଦଳ

author img

By

Published : Dec 5, 2021, 8:33 PM IST

ରାଜସ୍ଥାନ ବିଜେପି ରାଜ୍ୟ କାର୍ଯ୍ୟକରିଣୀକୁ ସମ୍ବୋଧିତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହ । କଂଗ୍ରେସକୁ ଟାର୍ଗେଟ କରି ବଖାଣିଲେ କେନ୍ଦ୍ରର ଜନ କଲ୍ୟାଣକାରୀ ଯୋଜନା । କହିଲେ ୨୦୨୩ରେ କ୍ଷମତାକୁ ଫେରିବ ବିଜେପି । ଅଧିକ ପଢନ୍ତୁ

Rajasthan Bjp executive meeting: 2023ରେ ଦୁଇ ତୃତୀୟାଂଶ ବହୁମତରେ ସରକାର କରିବା ନେଇ ଦମ୍ଭୋକ୍ତି ଦେଖାଇଲେ ଶାହ

ଜୟପୁର: 2023ରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ଦୁଇ ତୃତୀୟାଂଶ ଗରିଷ୍ଠତାରେ ବିଜୟୀ ହୋଇ କ୍ଷମତାକୁ ଫେରିବ BJP । ଆଜି (ରବିବାର) ରାଜସ୍ଥାନ BJPର କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବା ଅବସରରେ ଏପରି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହ ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି ।

ଶାହା କହିଛନ୍ତି ବର୍ତ୍ତମାନ ରାଜ୍ୟରେ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ସାହ ଦେଖି ପରିବର୍ତ୍ତନର ଆଭାସ ସ୍ପଷ୍ଟ ଅନୁମାନ କରିହେଉଛି । ୨୦୨୩ ବିଧାନସଭା ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ । ଦୁଇ ତୃତୀୟାଂଶ ଗରିଷ୍ଠତା ହାସଲ କରି ବିଜେପି ରାଜସ୍ଥାନରେ ସରକାର ଗଠନ କରିବ ।

ବର୍ତ୍ତମାନର ଗେହଲୋଟ ସରକାରକୁ ତେରଚ୍ଛା ବାଣ ମାରି ଶାହ କହିଛନ୍ତି କଂଗ୍ରେସ ସରକାର ରାଜସ୍ଥାନରେ ଗରିବୀ ହଟାଓ ନାରାରେ ନିର୍ବାଚନ ଜିତିଥିବାବେଳେ ଏବେ ଗରିବୀ ପରିବର୍ତ୍ତେ ଗରିବ ହଟାଇବାରେ ଲାଗିଛି । କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ NDA ସରକାର କେବଳ ରାଜସ୍ଥାନରେ ୧୧ କୋଟି ଶୌଚାଳୟ ଯୋଗାଇ ସାରିଲେଣି । ସେହପରି ରାଜ୍ୟରେ ୨ କୋଟି ପକ୍କା ଘର ଓ ୧୩ କୋଟି ଗ୍ୟାସ ସିଲିଣ୍ଡର ସଂଯୋଗ ମଧ୍ୟ ଯୋଗାଇ ଦିଆଯାଇଥିବା କହିଛନ୍ତି ଶାହ ।

ପୂର୍ବ ନିର୍ବାଚନ ଗୁଡିକରେ ବିଜେପିର ସଫଳତାକୁ ମନେ ପକାଇ ଶାହ କହିଛନ୍ତି, ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ୨୫ ଆସନରେ ବିଜୟୀ ହୋଇ ରାଜ୍ୟରେ କ୍ଲିନସ୍ବିପ କରିଥିଲା । ସେହିପରି ସେହିପରି ୨୦୧୯ରେ ମଧ୍ୟ ୨୩ଟି ଆସନ ଜିତି କ୍ଷମତା ହାତେଇଥିଲା । BJPର ବିସ୍ତାରରେ ରାଜସ୍ଥାନ ଏକ ଭୂମିକା ଗ୍ରହଣ କରିସାରିଥିବା କହିଛନ୍ତି ଶାହ । ସେହିପରି ପୂର୍ବ ନିର୍ବାଚନର ସଫଳତାକୁ ପୁଣି ଥରେ ୨୦୨୩ ନିର୍ବାଚନରେ ଦଳ ଦୋହରାଇବ ବୋଲି ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.