ETV Bharat / bharat

ବିଜେପିର ନିର୍ବାଚନୀ ପ୍ରଚାର ଭିଡିଓରେ ପି.ଚିଦାମ୍ବରଙ୍କ ବୋହୂ

author img

By

Published : Mar 31, 2021, 12:57 PM IST

ତାମିଲନାଡୁ ବିଜେପି ନିଜର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ଏକ ନିର୍ବାଚନୀ ପ୍ରୋମୋ ଭିଡିଓ ସେୟାର କରିଛି । ଭିଡିଓ ଟିରେ ପି.ଚିଦାମ୍ବରଙ୍କ ବୋହୂଙ୍କ ଫଟୋ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ବିଜେପିର ନିର୍ବାଚନୀ ପ୍ରଚାର ଭିଡିଓରେ ପି.ଚିଦାମ୍ବରଙ୍କ ବୋହୂ
ବିଜେପିର ନିର୍ବାଚନୀ ପ୍ରଚାର ଭିଡିଓରେ ପି.ଚିଦାମ୍ବରଙ୍କ ବୋହୂ

ଚେନ୍ନାଇ: ବିଜେପି ଟ୍ବିଟର ହ୍ୟାଣ୍ଡଲରେ ପି.ଚିଦାମ୍ବରଙ୍କ ବୋହୂ । ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରଙ୍କ ବୋହୂ ତଥା କାର୍ତ୍ତି ଚିଦାମ୍ବରମଙ୍କ ସ୍ତ୍ରୀଙ୍କ ଫଟୋ ସେୟାର କରିଛି ବିଜେପି । ଫଟୋଟି ଇଣ୍ଟରନେଟରେ ଭାଇରାଲ ହେବା ପରେ ଏହାକୁ ହଟେଇ ଦିଆଯାଇଛି ।

ତାମିଲନାଡୁ ବିଜେପି ନିଜର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ଏକ ନିର୍ବାଚନୀ ପ୍ରୋମୋ ଭିଡିଓ ସେୟାର କରିଥିଲା । ଏଥିରେ ଭାରତୀୟ ନାଟ୍ୟମ ବେଶରେ ଥିବା ଶ୍ରୀନିଦି ଚିଦାମ୍ବରମଙ୍କ ଫଟୋ ସେୟାର ହୋଇଥିଲା । କ୍ୟାପସନରେ ଲେଖା ଯାଇଥିଲା ତାମିଲନାଡୁର ବିକାଶ ପାଇଁ କମଳକୁ ଫୁଟିବାକୁ ଦିଅ ।

ବିଜେପି ସେୟାର କରିଥିବା ଶ୍ରୀନୀଦି କାର୍ତ୍ତି ଚିଦାମ୍ବରଙ୍କ ଏହି ଫଟୋଟି 10 ବର୍ଷ ତଳ ‘ସେମୋଜି ଗୀତ’ର । ଯାହାକୁ ଲେଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏକେ ନେତା କରୁଣାନିଧି । ଏଥିରେ ନିର୍ଦ୍ଦେଶନା ଦେଇଥିଲେ ଏଆଇ ରେହମାନ । ଭିଡିଓରେ ଥିବା ଏକ ଛୋଟିଆ କ୍ଲିପକୁ ବିଜେପି ନିର୍ବାଚନ ମନିଫେଷ୍ଟୋ ପ୍ରମୋସନାଲ ଭିଡିଓରେ ଦେଖିବାକୁ ମିଳିଥିଲା ।

ସେପଟେ, ଏହି ଫଟୋକୁ ନେଇ ଶ୍ରୀନୀଦି ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେପି ନିଜର ପ୍ରଚାର କରିବାକୁ ଯାଇ ସେୟାର ଫଟୋ ଘଟଣାଟି ଏହା ଅତ୍ୟନ୍ତ ହାସ୍ପ୍ୟପଦ। ତାମିଲନାଡୁ କଂଗ୍ରେସ କମିଟି ମଧ୍ୟ ଏହି ପୋଷ୍ଟର ଜବାବ ଦେଇ କହିଛନ୍ତି ଯେ, ବିନା କୌଣସି ଅନୁମତିରେ କେହି ମଧ୍ୟ ଶ୍ରୀନିଦି ଚିଦାମ୍ବରମଙ୍କ ଫଟୋ ବ୍ୟବହାର କରିପାରିବେ ନାହିଁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.