ନୂଆଦିଲ୍ଲୀ: ଆଜି ୫ଟି ରାଜ୍ୟରେ ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ୪ଟି ରାଜ୍ୟରେ ବିଜେପି ଟ୍ରେଣ୍ଡିଂ କରୁଥିବା ବେଳେ ଆପ ପଞ୍ଜାବରେ ଟ୍ରେଣ୍ଡିଂ କରୁଛି ।
ଉତ୍ତରାଖଣ୍ଡରେ ବିଜେପି ଟ୍ରେଣ୍ଡିଂ
ଉତ୍ତରାଖଣ୍ଡରେ ଆରମ୍ଭ ହୋଇଯାଇଛି ବିଧାନସଭା ଆସନ ପାଇଁ ଭୋଟ ଗଣତି । ଟ୍ରେଣ୍ଡିଂରେ ରହିଛି ବିଜେପି । ୧୯ଟି ବିଧାନସଭା ଆସନରେ ବିଜେପି ଲିଡ କରୁଥିବା ବେଳେ କଂଗ୍ରେସ ୧୨ଟି ଓ ବହୁ ଜନସମାଜ ପାର୍ଟି ୨ଟିରେ ଲିଡ କରୁଛି ।
ଉତ୍ତରପ୍ରଦେଶରେ ବିଜେପି ଟ୍ରେଣ୍ଡିଂ
ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ବିଜେପି ଲିଡ କରୁଛି । ୬୨ ଟି ଆସନରେ ବିଜେଡି ଆଗରେ ଥିବା ବେଳେ ସମାଜବାଦୀ ପାର୍ଚି ୨୮ଟି ସିଟରେ ଆଗରେ ରହିଛି । ରାୟ ବରେଲିରେ ବିଜେପିର ଆଦିତି ସିଂ ଆଗରେ ରହିଛନ୍ତି ।
ଗୋଆରେ ବିଜେପି ଟ୍ରେଣ୍ଡିଂ
ଗୋଆରେ ମଧ୍ୟ ଆରମ୍ଭ ହୋଇଯାଇଛି ବିଧାନସଭା ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ଗୋଆରେ ବିଜେପି ସବୁଠାରୁ ଅଧିକ ଆସନରେ ଆଗରେ ରହିଛି । ୪୦ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୮ଟିରେ ବର୍ତ୍ତମାନ ଆଗୁଆ ରହିଛି । ସେହିପରି ଆପ ଗୋଟିଏ ବିଧାନସଭା ଆସନରେ ଆଗରେ ରହିଛି । କଂଗ୍ରେସ ୨ ଓ ସ୍ବାଧିନ ପାର୍ଟି ୨ଟିରେ ଆଗରେ ରହିଛି ।
ମଣିପୁରରେ ବିଜେପି ଟ୍ରେଣ୍ଡିଂ
ସେହିପରି ମଣିପୁରରେ ମଧ୍ୟ ଜାରି ରହିଛି ବିଧାନସଭା ଆସନ ପାଇଁ ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ବିଜେପି ୧୨ଟି ଆସନରେ ଆଗୁଥିବା ବେଳେ କଂଗ୍ରେସ ୫ଟି ଆସନରେ ଆଗରେ ରହିଛି ।
ପଞ୍ଜାବରେ ଆପ ଟ୍ରେଣ୍ଡିଂ
ପଞ୍ଜାବରେ ମଧ୍ୟ ଜାରି ରହିଛି ବିଧାନସବା ଆସନ ପାଇଁ ଭୋଟ ଗଣତି । ପଞ୍ଜାବରେ ୮୮ଟି ଆସନରେ ଆପ ଲିଡ କରୁଥିବା ସୂଚନା ମିଳିଛି ।
@ANI