ETV Bharat / bharat

ବିଜେପିର ଟାର୍ଗେଟ, DDC ନିର୍ବାଚନ ଫଳାଫଳ ଗୁପକାର ମୁହଁରେ ଚାପୁଡା

author img

By

Published : Dec 23, 2020, 4:47 PM IST

ଡିଡିସି ନିର୍ବାଚନର ଫଳାଫଳ ଗୁପକାର ମେଣ୍ଟର ମୁହଁରେ ଶକ୍ତ ଚାପୁଡା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଏହା ସହ ଏହି ନିର୍ବାଚନ ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ...

ବିଜେପିର ଟାର୍ଗେଟ, DDC ନିର୍ବାଚନ ଫଳାଫଳ ଗୁପକାର ମୁହଁରେ ଚାପୁଡା
ବିଜେପିର ଟାର୍ଗେଟ, DDC ନିର୍ବାଚନ ଫଳାଫଳ ଗୁପକାର ମୁହଁରେ ଚାପୁଡା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଡିଡିସି ନିର୍ବାଚନରେ ସର୍ବ ବୃହତ ଦଳ ହୋଇ ଉଭା ହୋଇଛି ଭାରତୀୟ ଜନତା ପାର୍ଟି । ବିଜେପିର ଏହି ଜବରଦସ୍ତ ପ୍ରଦର୍ଶନ ପାଇଁ ଶ୍ରେୟର ମୁକୁଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଣ୍ଡରେ ବାନ୍ଧିଛି ଦଳ । ତେବେ ଡିଡିସି ନିର୍ବାଚନର ଫଳାଫଳ ଗୁପକାର ମେଣ୍ଟର ମୁହଁରେ ଶକ୍ତ ଚାପୁଡା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଏହା ସହ ଏହି ନିର୍ବାଚନ ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ରବିଶଙ୍କର କହିଛନ୍ତି, ଏହି ଜମ୍ମୁ କାଶ୍ମୀର ଜନସାଧାରଣଙ୍କ ବିଜୟ ଓ ଆଶାର ବିଜୟ । ଏହାସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ କାଶ୍ମୀର ଭବିଷ୍ୟତ ପାଇଁ ଯାହା ଭାବିଛନ୍ତି, ଏହା ସେହି ଭାବନାର ବିଜୟ ବୋଲି କହିଛନ୍ତି ରବିଶଙ୍କର ।

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଜମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ବିଜେପି ସବୁଠୁ ବଡ ଦଳ ଭାବରେ ଉଭା ହୋଇଛି । ବିଜେପିକୁ ମିଳିଛି 74ଟି ଆସନ । ଅନ୍ୟପକ୍ଷେ ନ୍ୟାସନାଲ କନଫ୍ରେନ୍ସକୁ 67ଟି ଆସନ ମିଳିଥିବା ବେଳେ ପିଡିବିକୁ 27ଟି ଆସନ ମିଳିଛି । ସେହିପରି ମାତ୍ର 26ଟି ଆସନ କବଜା କରିବାରେ ସଫଳ ହୋଇଛି କଂଗ୍ରେସ । ତେବେ ଏହି ଫଳାଫଳକୁ ନେଇ ରବିଶଙ୍କର କହିଛନ୍ତି, ବିଜେପି ବିରୋଧରେ ଏକାକି ଲଢିବାର ଦୁର୍ବଳତା କାରଣରୁ ଗୁପକାର ମେଣ୍ଟ ଗଠନ କରାଯାଇଥିଲା । ତେଣୁ ଗୁପକାର ମେଣ୍ଟ ବିଜୟର କୌଣସି କ୍ରେଡିଟ ନଥିବା ସେ କହିଛନ୍ତି ।

ନିର୍ବାଚନ ଗୁପକାର ମୁହଁରେ ଚାପୁଡା ମାରିଛି ବୋଲି କହିଛନ୍ତି ରବିଶଙ୍କର । ଘାଟିରେ ବିଶେଷ କରି ଜନସାଧାରଣ ପ୍ରଥମଥର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.